୩୭୦ ଉଚ୍ଛେଦ ବେଳେ ବି ଗିଲାନୀଙ୍କୁ ମିଳୁଥିଲା ଇଣ୍ଟରନେଟ୍‌ ସୁବିଧା, ୨ ଅଧିକାରୀ ନିଲମ୍ବିତ

ଶ୍ରୀନଗର: ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ଓ ବିଚ୍ଛିନ୍ନତାବାଦୀ ନେତା ସୟିଦ ଅଲୀ ଶାହ ଗିଲାନୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଏବେ ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନ ଅର୍ଥାତ ଅଗଷ୍ଟ ୫ରୁ ସମଗ୍ର ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ହେଲେ ଅଗଷ୍ଟ ୮ ଯାଏ ଗିଲାନୀଙ୍କ ବ୍ରଡବ୍ୟାଣ୍ଡ କାର୍ଯ୍ୟକ୍ଷମ ଥିଲା। ସେ ଅଗଷ୍ଟ ୮ରେ ଟ୍ୱିଟ୍‌ କରିବା ପରେ ଏହା ଜଣାପଡ଼ିଥିଲା। ଏହାପରେ ତାଙ୍କ ଫୋନ ଏବଂ ଇଣ୍ଟରନେଟ୍‌ ସେବାକୁ ରଦ୍ଦ କରାଯାଇଥିଲା। […]

e

e

Hemant Lenka
  • Published: Monday, 19 August 2019
  • Updated: 19 August 2019, 04:06 PM IST

Sports

Latest News

ଶ୍ରୀନଗର: ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ଓ ବିଚ୍ଛିନ୍ନତାବାଦୀ ନେତା ସୟିଦ ଅଲୀ ଶାହ ଗିଲାନୀଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଏବେ ସାମ୍ନାକୁ ଆସିଛି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନ ଅର୍ଥାତ ଅଗଷ୍ଟ ୫ରୁ ସମଗ୍ର ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି।

ହେଲେ ଅଗଷ୍ଟ ୮ ଯାଏ ଗିଲାନୀଙ୍କ ବ୍ରଡବ୍ୟାଣ୍ଡ କାର୍ଯ୍ୟକ୍ଷମ ଥିଲା। ସେ ଅଗଷ୍ଟ ୮ରେ ଟ୍ୱିଟ୍‌ କରିବା ପରେ ଏହା ଜଣାପଡ଼ିଥିଲା। ଏହାପରେ ତାଙ୍କ ଫୋନ ଏବଂ ଇଣ୍ଟରନେଟ୍‌ ସେବାକୁ ରଦ୍ଦ କରାଯାଇଥିଲା। ତେବେ ଗିଲାନୀଙ୍କୁ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେଇଥିବା ୨ ଜଣ ବିଏସ୍‌ଏନ୍‌ଏଲ୍‌ ଅଧିକାରୀଙ୍କୁ ଆଜି ନିଲମ୍ବିତ କରାଯାଇଛି।

ଅଗଷ୍ଟ ୪ରୁ ଜମ୍ମୁ-କଶ୍ମୀରରେ ସମସ୍ତ ଯୋଗାଯୋଗ ଲାଇନ୍‌କୁ ବନ୍ଦ କରାଯାଇଥିଲା। ଏହା ମଧ୍ୟରେ ଲ୍ୟାଣ୍ଡଲାଇନ୍‌ ମଧ୍ୟ ରହିଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, ଓମାର ଅବଦୁଲ୍ଲା ଓ ଫାରୁକ ଅବଦୁଲ୍ଲାଙ୍କ ସହ ବିଶୃଙ୍ଖଳା ସୃଷ୍ଟି କରିବାକୁ ଅଣ୍ଟା ଭିଡ଼ୁଥିବା ଶତାଧିକ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା।

ଏହା ସତ୍ତ୍ୱେ ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ଲ୍ୟାଣ୍ଡଲାଇନ୍‌ ଓ ବ୍ରଡବ୍ୟାଣ୍ଡ ଅଗଷ୍ଟ ୮ ତାରିଖ ସକାଳ ଯାଏ କାର୍ଯ୍ୟକ୍ଷମ ଥିଲା। ଗିଲାନୀ ତାଙ୍କ ଆକାଉଣ୍ଟରୁ ଟ୍ୱିଟ କରିବା ପରେ ହିଁ ଯାଇ ଅଧିକାରୀମାନେ ତାଙ୍କୁ ମିଳୁଥିବା ସୁବିଧା ବାବଦରେ ଜାଣିଥିଲେ। ସେ ଟ୍ୱିଟ କରିବା ପରେ ପ୍ରଶାସନ ପକ୍ଷରୁ ଟ୍ୱିଟର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଥିଲା।

ଏହାପରେ ଗିଲାନୀଙ୍କ ସମେତ ୮ ଜଣଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଥିଲା। ଘଟଣାର ତଦନ୍ତ ପରେ ୨ ଜଣ ବିଏସ୍‌ଏନ୍‌ଏଲ୍‌ ଅଧିକାରୀ ଗିଲାନୀଙ୍କୁ ଏଭଳି ସୁବିଧା ଯୋଗାଇଥିବା ଜଣାପଡ଼ିଥିଲା। ଏବେ ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos