୨୦୦ ଟଙ୍କା ପାଇଁ ବନ୍ଧୁଙ୍କୁ ହତ୍ୟା କଲେ ଦୁଇ ନାବାଳକ

ନୂଆଦିଲ୍ଲୀ: ମାତ୍ର ୨୦୦ ଟଙ୍କା ପାଇଁ ଦିଲ୍ଲୀରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ୧୭ ବର୍ଷୀୟ ବାଳକଙ୍କୁ ଆଉ ଦୁଇ ଜଣ ନାବାଳକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଛି। ୧୭ ବର୍ଷୀୟ ନୀତୀନ ମିଶ୍ର ଅଟକ ଥିବା ଦୁଇ ନାବାଳକଙ୍କ ଠାରୁ ୨୦୦ ଟଙ୍କା ଧାର ନେଇଥିଲେ। ତେବେ ଏହାକୁ ସେ ନ ଶୁଝିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସେମାନେ […]

ww

Hemant Lenka
  • Published: Sunday, 30 June 2019
  • , Updated: 30 June 2019, 03:46 PM IST

ନୂଆଦିଲ୍ଲୀ: ମାତ୍ର ୨୦୦ ଟଙ୍କା ପାଇଁ ଦିଲ୍ଲୀରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ୧୭ ବର୍ଷୀୟ ବାଳକଙ୍କୁ ଆଉ ଦୁଇ ଜଣ ନାବାଳକ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛନ୍ତି। ପୁଲିସ୍‌ ଏହି ଘଟଣାରେ ଦୁଇ ଅଭିଯୁକ୍ତ ନାବାଳକଙ୍କୁ ଅଟକ ରଖିଛି।

୧୭ ବର୍ଷୀୟ ନୀତୀନ ମିଶ୍ର ଅଟକ ଥିବା ଦୁଇ ନାବାଳକଙ୍କ ଠାରୁ ୨୦୦ ଟଙ୍କା ଧାର ନେଇଥିଲେ। ତେବେ ଏହାକୁ ସେ ନ ଶୁଝିବାରୁ ତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ସେମାନେ ଯୋଜନା କରିଥିଲେ। ପ୍ରଥମେ ସେମାନେ ନୀତୀନଙ୍କ ବେକରେ ରଶି ଲଗାଇ ହତ୍ୟା କରିଥିଲେ।

ଏହାପରେ ତାଙ୍କ ମୁହଁକୁ ଏକ ପଥରରେ ଛେତି ନଷ୍ଟ କରିଦେଇଥିଲେ। ଶେଷରେ ମୃତଦେହକୁ ଆନନ୍ଦ ବିହାର ସ୍ଥିତ ଏକ ଅଳିଆ ଗଦରେ ଫୋପାଡ଼ି ଫେରାର ହୋଇଯାଇଥିଲେ।

ବୁଧବାର ଠାରୁ ନୀତୀନ ଘରକୁ ଫେରି ନଥିଲେ। ହେଲେ ଶୁକ୍ରବାର ସକାଳେ ହିଁ ପରିବାର ଲୋକ ସେ ନିଖୋଜ ଥିବା ସମ୍ପର୍କରେ ପୁଲିସ୍‌କୁ ଅବଗତ କରାଇଥିଲେ। ପୁଲିସ୍‌ ଆଜି ସକାଳେ ମୃତଦେହକୁ ଠାବ କରିବା ସହ ଦୁଇ ନାବାଳକଙ୍କୁ ସେମାନଙ୍କ ଘରୁ ଉଠାଇ ଆଣିଥିଲା। ସେମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Related story