ଲାଞ୍ଚ ନେଇ ଧରାପଡ଼ିଲେ ଦୁଇ ଏନ୍‌ଆରସି ଅଧିକାରୀ

ଗୁହାଟୀ: ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନସ(ଏନ୍‌ଆରସି) ଡ୍ରାଫ୍ଟରେ ନାଁ ପଞ୍ଜୀକରଣ ପାଇଁ ଟଙ୍କା ନେଉଥିବା ବେଳେ ଦୁଇ ଜଣ ଏନ୍‌ଆରସି ଅଧିକାରୀ ଗିରଫ ହୋଇଛନ୍ତି। ଗନେଶଗୁରି ଅନ୍ତର୍ଗତ ଦିଶପୁର ଠାରେ ଥିବା ଏନ୍‌ଆରସି ହେଲ୍ପ ସେଣ୍ଟରର ଅଧିକାରୀ ସୟିଦ ଶାହାଜାହାନ ଜଣେ ମହିଳାଙ୍କୁ ଠାରୁ ଏନ୍‌ଆରସି ଡ୍ରାଫ୍ଟରେ ନାମ ପଞ୍ଜୀକରଣ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ମହିଳା ଜଣଙ୍କ ଆସାମର ଦୁର୍ନୀତି ନିରୋଧ ସଂସ୍ଥାରେ ଅଭିଯୋଗ କରିଥିଲେ। ସଂସ୍ଥାର ପରାମର୍ଶକ୍ରମେ ମହିଳା ଜଣଙ୍କ […]

u

Hemant Lenka
  • Published: Friday, 14 June 2019
  • , Updated: 14 June 2019, 04:36 PM IST

ଗୁହାଟୀ: ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନସ(ଏନ୍‌ଆରସି) ଡ୍ରାଫ୍ଟରେ ନାଁ ପଞ୍ଜୀକରଣ ପାଇଁ ଟଙ୍କା ନେଉଥିବା ବେଳେ ଦୁଇ ଜଣ ଏନ୍‌ଆରସି ଅଧିକାରୀ ଗିରଫ ହୋଇଛନ୍ତି। ଗନେଶଗୁରି ଅନ୍ତର୍ଗତ ଦିଶପୁର ଠାରେ ଥିବା ଏନ୍‌ଆରସି ହେଲ୍ପ ସେଣ୍ଟରର ଅଧିକାରୀ ସୟିଦ ଶାହାଜାହାନ ଜଣେ ମହିଳାଙ୍କୁ ଠାରୁ ଏନ୍‌ଆରସି ଡ୍ରାଫ୍ଟରେ ନାମ ପଞ୍ଜୀକରଣ ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ମହିଳା ଜଣଙ୍କ ଆସାମର ଦୁର୍ନୀତି ନିରୋଧ ସଂସ୍ଥାରେ ଅଭିଯୋଗ କରିଥିଲେ। ସଂସ୍ଥାର ପରାମର୍ଶକ୍ରମେ ମହିଳା ଜଣଙ୍କ ଗୁରୁବାର ଦିନ ସୟିଦଙ୍କୁ ୧୦ ହଜାର ଟଙ୍କା ଦେବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ପୁଲିସ୍‌ ଏହି ଘଟଣାରେ ରାହୁଲ ପରାଶର ନାମକ ଅନ୍ୟ ଜଣେ ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି।

ଆସମରେ ବେଆଇନ୍‌ ଭାବେ ରହୁଥିବା ଶରଣାର୍ଥୀଙ୍କୁ ଚିହ୍ନଟ କରିବା ପାଇଁ ଏନ୍‌ଆରସି ଡ୍ରାଫ୍ଟ ପ୍ରସ୍ତୁତ ହେଉଛି କିନ୍ତୁ ଏଥିରେ ମଧ୍ୟ ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିଛି।

Related story