ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇ ନଦୀକୁ ଖସିପଡ଼ିଲେ

ୱାଶିଂଟନ: ସଡ଼କ ଭଳି ଆକାଶ ପଥରେ ଭୟଙ୍କର ଦୁର୍ଘଟଣା ଘଟିଛି। ମଝି ଆକାଶରେ ଉଡ଼ୁଥିବା ବେଳେ ଦୁଇଟି ବିମାନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏହି ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଏକ ନଦୀ ଉପରେ ଘଟିଥିଲା। ତେଣୁ ଦୁର୍ଘଟଣା ପରେ ବିମାନ ଦ୍ୱୟ ନଦୀ ମଧ୍ୟକୁ ଖସି ପଡ଼ିଛି। ଫଳରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ଆମେରିକାର ଇଡାହୋରେ Coeur d’Alene ନଦୀ ମଧ୍ୟରେ ବିମାନ ଦ୍ୱୟ ବୁଡ଼ି ଯାଇଥିବାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି।

କୋଟେନାଇ କାଉଣ୍ଟି ଶେରିଫର ଅଫିସ ଲ୍ୟୁଟନାଣ୍ଟ ରାୟନ ହିଗ୍ଗିନ୍ସ କହିଛନ୍ତି, ଦୁର୍ଘଟଣା ପରେ ସଙ୍ଗେସଙ୍ଗେ ଆମ ପାଖକୁ ଖବର ଆସିଥିଲା। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ଏହି ଦୁଇଟି ବିମାନରେ ୮ ଜଣ ଥିବା କୁହାଯାଉଛି। ତେଣୁ ନିଖୋଜ ୬ ଜଣଙ୍କ ମୃତଦେହକୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ମୃତକଙ୍କ ମଧ୍ୟରେ ଶିଶୁ ଓ ପ୍ରାପ୍ତ ବୟସ୍କ ରହିଥିଲେ।

ବିମାନର ଧ୍ୱଂସାବଶେଷ ଗଭୀର ନଦୀରେ ଠାବ କରାଯାଇଛି। ତେଣୁ ଏହାକୁ ଉଦ୍ଧାର ପାଇଁ ପ୍ରାୟ ୨ ଦିନ ସମୟ ଲାଗିବ ବୋଲି ସେ କହିଛନ୍ତି। ସେହିପରି ମଝି ଆକାଶରେ ଦୁଇ ବିମାନ ପରସ୍ପରକୁ କେମିତି ଧକ୍କା ଦେଲେ, ସେକଥା ବି ଜଣାପଡ଼ିନାହିଁ।

ଆହୁରି ପଢ଼ନ୍ତୁ

ହରିଆଣା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୁଶାନ୍ତଙ୍କ ବାପା ଓ ଭଉଣୀ, ଜାଣନ୍ତୁ କାରଣ

କିଛି ଦିନ ପରେ ବାପା ହୋଇଥାଆନ୍ତେ, କିନ୍ତୁ ବିମାନ ଦୁର୍ଘଟଣା ନେଇଗଲା ଜୀବନ

ଦୁଇ ଥର ଭାଗ୍ୟ ସାଥ ଦେଲା! ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଗଲା ବିମାନ

ସାମ୍ନାକୁ ଆସିଲା ଦିଶାଙ୍କ ଶେଷ ଭିଡିଓ, ଶୁଟିଂର କିଛି ଘଣ୍ଟା ପରେ ମିଳିଥିଲା ମୃତଦେହ

ମରିଗଲା ମାନବିକତା! ହସ୍ପିଟାଲ ଆଗରେ ବୃଦ୍ଧାଙ୍କୁ ନିର୍ଘାତ ମାଡ଼, ଭିଡିଓ ଭାଇରାଲ

‘ଠକ ଠକ’ ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ, କୋଟିଏ ଟଙ୍କାରୁ ଅଧିକ ଦାମର ଅଳଙ୍କାର ଠାବ

କେମିକାଲ ଫ୍ୟାକ୍ଟ୍ରୀରେ ଭୟଙ୍କର ଅଗ୍ନିକାଣ୍ଡ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

ଛେଳିଙ୍କ ଡିସ୍କୋ ଡ୍ୟାନ୍ସ, ଭିଡିଓ ଭାଇରାଲ

ସୁଶାନ୍ତଙ୍କ ଶେଷ ସନ୍ତକ ଜାରି କରି ଇମୋସନାଲ ହେଲେ ରିୟା ଚକ୍ରବର୍ତ୍ତୀ

ରିୟାଙ୍କ ଆବେଦନକୁ ବିରୋଧ, ସୁପ୍ରିମକୋର୍ଟରେ ପହଞ୍ଚିଲେ ସୁଶାନ୍ତଙ୍କ ବାପା

ବିମାନ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଲୋକଙ୍କର ହେବ କରୋନା ଟେଷ୍ଟ