ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ ଉପରେ ଉଦ୍ଧବଙ୍କ ରୋକ, ବୁଲେଟ ଟ୍ରେନ ଯୋଜନାର ହେବ ସମୀକ୍ଷା

ମୁମ୍ବାଇ: ବିଜେପିକୁ ଛାଡ଼ପତ୍ର ଦେଇ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିବା ଶିବସେନା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ ଉପରେ ରୋକ ଲଗାଇଛି। ଭାରତରେ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଆରମ୍ଭ କରିବାକୁ ମୋଦି ଯେଉଁ ସ୍ୱପ୍ନ ଦେଖିଥିଲେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ଉପରେ ରୋକ ଲଗାଇଛନ୍ତି। ଏଥିସହ ଏହି ପ୍ରକଳ୍ପର ସମୀକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ଓ ଅହମଦାବାଦ ମଧ୍ୟରେ ୧.୧ ଲକ୍ଷ […]

sc

sc

Hemant Lenka
  • Published: Monday, 02 December 2019
  • Updated: 02 December 2019, 04:42 PM IST

Sports

Latest News

ମୁମ୍ବାଇ: ବିଜେପିକୁ ଛାଡ଼ପତ୍ର ଦେଇ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିଥିବା ଶିବସେନା ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ ଉପରେ ରୋକ ଲଗାଇଛି। ଭାରତରେ ବୁଲେଟ ଟ୍ରେନ୍‌ ପ୍ରକଳ୍ପ ଆରମ୍ଭ କରିବାକୁ ମୋଦି ଯେଉଁ ସ୍ୱପ୍ନ ଦେଖିଥିଲେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ଉପରେ ରୋକ ଲଗାଇଛନ୍ତି। ଏଥିସହ ଏହି ପ୍ରକଳ୍ପର ସମୀକ୍ଷା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ମୁମ୍ବାଇ ଓ ଅହମଦାବାଦ ମଧ୍ୟରେ ୧.୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ଏହି ବୁଲେଟ ଟ୍ରେନ ପ୍ରକଳ୍ପ ଆରମ୍ଭ ହେବାର ଥିଲା। ଉଦ୍ଧବ କହିଛନ୍ତି, “ଆମେ ବର୍ତ୍ତମାନ ରାଜ୍ୟରେ ଚାଲିଥିବା ସମସ୍ତ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିବୁ। ଏଥିରେ କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା କେତେ ବାଟ ସରିଛି ଓ ଏହା ଦ୍ୱାର କ’ଣ ଲାଭ ହେବ ସେ ବିଷୟରେ ତର୍ଜମା କରିବୁ।”

ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ-ଏନସିପି ଓ ଶିବସେନା ମିଳିତ ଭାବେ ପ୍ରସ୍ତୁତ କରିଥିବା ସିଏମପିରେ ମଧ୍ୟ ବୁଲେଟ ଟ୍ରେନ ପ୍ରକଳ୍ପ କଥା ରହିଥିଲା। ବୁଲେଟ ଟ୍ରେନ ବାବଦକୁ ଖର୍ଚ୍ଚ ହେବାକୁ ଥିବା ଟଙ୍କାକୁ ଉଦ୍ଧବ ସରକାର ଚାଷୀଙ୍କ ବିକାଶ କ୍ଷେତ୍ରରେ ବିନିଯୋଗ କରିବେ। ଏପରି କି ଏହି ଟଙ୍କାରେ ଚାଷୀଙ୍କ ଋଣ ଛାଡ଼ କରାଯିବ।

ଏବେ ବୁଲେଟ ଟ୍ରେନ ପ୍ରକଳ୍ପ ନିର୍ମାଣ ଉପରେ ରୋକ ଲାଗିଥିବା ଜଣାପଡ଼ିଛି। ଏହାର ସମୀକ୍ଷା କରାଯିବା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।
ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବାକୁ ଥିବା ୧.୧ ଲକ୍ଷ କୋଟି ଟଙ୍କାରୁ ଜାପାନ ଅନ୍ତର୍ଜାତୀୟ ସହଯୋଗ ଏଜେନ୍ସି ୫୦% ଅର୍ଥ ଋଣ ଆକରରେ ଦେବ। ଏଥିପାଇଁ ୫୦ ବର୍ଷ ସମୟରେ ୦.୧% ସୁଧ ଲାଗିବ।

ଏହାବାଦ ଗୁଜରାଟ ଓ ମହାରାଷ୍ଟ୍ର ସରକାର ୫ ହଜାର କୋଟି ଟଙ୍କା ଲେଖାଏ ଦେବେ। ସେହି କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ୧୩୮୦ ହେକ୍ଟର ଜାଗା ଦରକାର। ବର୍ତ୍ତମାନ ସୁଦ୍ଧା ୫୪୮ ହେକ୍ଟର ଜମି ସଂଗୃହୀତ ହୋଇଛି। କିଛି ସ୍ଥାନରେ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି। ସରକାର ୨୦୨୩ ସୁଦ୍ଧା ବୁଲେଟ ଟ୍ରେନ ଚଳାଚଳ କରିବାକୁ ନଜର ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos