ପ୍ରଧାନଶିକ୍ଷକଙ୍କ ଉପରେ ରାଗ ଶୁଝାଇଲେ: ଝିଅଙ୍କ ଡ୍ରେସ୍ ପିନ୍ଧି ସ୍କୁଲ ଆସିଲେ ଛାତ୍ର

ଲଣ୍ଡନ: ପୁରୁଷମାନେ ମହିଳା ବସ୍ତ୍ର ପିନ୍ଧିବା ଆପଣ କେବେକେବେ ଦେଖିଥିବେ। କେତେକ ଫିଲ୍ମ, ନାଟକ ଓ ଯାତ୍ରାରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅଭିନେତାମାନେ ମହିଳା ବେଶ ନେଇଥାନ୍ତି। ହେଲେ କେବେ ଶୁଣିଛନ୍ତି, କୌଣସି ବିଦ୍ୟାଳୟକୁ ଛାତ୍ରମାନେ ଛାତ୍ରୀମାନଙ୍କ ଡ୍ରେସ୍ ପିନ୍ଧି ଆସିବା, କଥାଟି ଟିକେ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ଘଟଣା ଘଟିଛି ଲଣ୍ଡନର ଆଇଏସସି ଏକାଡେମୀ ନାମକ ବିଦ୍ୟାଳୟରେ। ଅସହ୍ୟ ଗରମ ଥିବା ସତ୍ୱେ ସ୍କୁଲର କର୍ମଚାରୀମାନେ ଛାତ୍ରମାନଙ୍କ ସର୍ଟସ୍ ପିନ୍ଧିବା ଉପରେ […]

uk-boys-skirt

uk-boys-skirt

Rakesh Mallick
  • Published: Friday, 23 June 2017
  • Updated: 23 June 2017, 04:50 PM IST

Sports

Latest News

ଲଣ୍ଡନ: ପୁରୁଷମାନେ ମହିଳା ବସ୍ତ୍ର ପିନ୍ଧିବା ଆପଣ କେବେକେବେ ଦେଖିଥିବେ। କେତେକ ଫିଲ୍ମ, ନାଟକ ଓ ଯାତ୍ରାରେ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଅଭିନେତାମାନେ ମହିଳା ବେଶ ନେଇଥାନ୍ତି। ହେଲେ କେବେ ଶୁଣିଛନ୍ତି, କୌଣସି ବିଦ୍ୟାଳୟକୁ ଛାତ୍ରମାନେ ଛାତ୍ରୀମାନଙ୍କ ଡ୍ରେସ୍ ପିନ୍ଧି ଆସିବା, କଥାଟି ଟିକେ ଅଡୁଆ ଲାଗୁଥିଲେ ବି ସତ। ଏମିତି ଏକ ଘଟଣା ଘଟିଛି ଲଣ୍ଡନର ଆଇଏସସି ଏକାଡେମୀ ନାମକ ବିଦ୍ୟାଳୟରେ।

ଅସହ୍ୟ ଗରମ ଥିବା ସତ୍ୱେ ସ୍କୁଲର କର୍ମଚାରୀମାନେ ଛାତ୍ରମାନଙ୍କ ସର୍ଟସ୍ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାକୁ ବିରୋଧ କରି ଏହି ସ୍କୁଲର କିଛି ଛାତ୍ର, ଛାତ୍ରୀଙ୍କ ପରି ସର୍ଟ୍ ସ୍କର୍ଟ୍ ପିନ୍ଧି ଆସିଥିଲେ। ବିଦ୍ୟାଳୟର 5 ଜଣ ଛାତ୍ରଙ୍କୁ ଛୋଟ ଡ୍ରେସ୍ ପିନ୍ଧି ସ୍କୁଲକୁ ଆସିଲେ ସେମାନଙ୍କୁ କ୍ଲାସ୍‌ ରୁମରୁ ବାହାରେ ରଖାଯିବ ବୋଲି ଶିକ୍ଷକମାନେ ଧମକ ଦେଇଥିଲେ। ତେବେ ଶିକ୍ଷଙ୍କ ଧମକକୁ ବିରୋଧ କରି ଛାତ୍ରମାନେ ଏପରି କରିଥିବାର ଜଣାପଡିଛି।

ଜଣେ ଛାତ୍ରର ମାଆ କହିଛନ୍ତି, ତାଙ୍କ 14 ବର୍ଷୀୟ ପୁଅ, ଅସହ୍ୟ ଗରମ ହେଉଥିବା ସଂପର୍କରେ ପ୍ରଧାନଶିକ୍ଷକଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ପ୍ରଧାନଶିକ୍ଷକ ତାଙ୍କୁ କଟାକ୍ଷ କରି କହିଥିଲେ ଯେ, ‘ଯଦି ତୁମକୁ ପସନ୍ଦ ତେବେ ତୁମେ ସ୍କର୍ଟ୍ ପିନ୍ଧି ଆସିପାରିବ ’। ତେବେ ଏହି କଥାର ଫାଇଦା ଉଠାଇ ଛାତ୍ରଜଣକ ଅନ୍ୟ କିଛି ଛାତ୍ରଙ୍କ ସହ ମିଶି ସ୍କୁଲକୁ ସ୍କର୍ଟ୍ ପିନ୍ଧି ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos