ଧାରା ୩୭୦: ଭାରତକୁ ବିରୋଧ କରିବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଲା ବ୍ରିଟେନ୍‌

ଲଣ୍ଡନ: ଜମ୍ମୁ-କଶ୍ମୀରକୁ ନେଇ ଭାରତ ବିରୋଧରେ ପାକିସ୍ତାନ ଓ ଚାଇନା ଯେଉଁ ଚକ୍ରାନ୍ତ କରୁଥିଲେ, ତା’ହା ଫସର ଫାଟିଛି। ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ କଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ପୂର୍ବରୁ କୁହାଯାଉଥିଲା ବ୍ରିଟେନ୍ ଏହି ସମୟରେ କଶ୍ମୀର ବିତର୍କରେ ଭାଗ ନେଇଥିଲା ଏବଂ ଭାରତ ବିରୋଧରେ ଚାଇନା ପ୍ରସ୍ତୁତ କରିଥିବା ଡ୍ରାଫ୍ଟକୁ ସମର୍ଥନ କରିଥିଲା। ତେବେ ଆଜି ବ୍ରିଟେନ୍ ପକ୍ଷରୁ ଏହାକୁ ଖାରଜ କରଯାଇଛି। ବ୍ରିଟେନର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, […]

es

es

Hemant Lenka
  • Published: Tuesday, 20 August 2019
  • Updated: 20 August 2019, 11:54 AM IST

Sports

Latest News

ଲଣ୍ଡନ: ଜମ୍ମୁ-କଶ୍ମୀରକୁ ନେଇ ଭାରତ ବିରୋଧରେ ପାକିସ୍ତାନ ଓ ଚାଇନା ଯେଉଁ ଚକ୍ରାନ୍ତ କରୁଥିଲେ, ତା’ହା ଫସର ଫାଟିଛି। ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ କଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ପୂର୍ବରୁ କୁହାଯାଉଥିଲା ବ୍ରିଟେନ୍ ଏହି ସମୟରେ କଶ୍ମୀର ବିତର୍କରେ ଭାଗ ନେଇଥିଲା ଏବଂ ଭାରତ ବିରୋଧରେ ଚାଇନା ପ୍ରସ୍ତୁତ କରିଥିବା ଡ୍ରାଫ୍ଟକୁ ସମର୍ଥନ କରିଥିଲା।

ତେବେ ଆଜି ବ୍ରିଟେନ୍ ପକ୍ଷରୁ ଏହାକୁ ଖାରଜ କରଯାଇଛି। ବ୍ରିଟେନର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଲଣ୍ଡନ ଜାତିସଂଘ ସୁରକ୍ଷା ପରିଷଦରେ ପାକିସ୍ତାନ କିମ୍ବା ଚାଇନାକୁ ସମର୍ଥନ କରି ନଥିଲା। ବ୍ରିଟେନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ ଆମେ କଶ୍ମୀର ବିତର୍କରେ ଭାଗ ନେଇ ନାହୁଁ କିମ୍ବା କାହାକୁ ସମର୍ଥନ କରିନାହୁଁ।

ଭାରତ ବିରୋଧରେ ଆମେ କେବେ ଯାଇ ନାହୁଁ। ଆମେ ଦୀର୍ଘ ଦିନରୁ କହି ଆସିଛୁ ଯେ କଶ୍ମୀର ହେଉଛି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ଏକ ପ୍ରସଙ୍ଗ। ତେଣୁ ଉଭୟ ଦେଶ ଏହାର ସମାଧାନ କରିବା ଦରକାର। କେବଳ ଚାଇନା ଜାତିସଂଘ ବୈଠକ ଡାକିଥିଲା। ଏଥିରେ ଆମର କୌଣସି ଭୂମିକା ନଥିଲା।

ଏହି ବୈଠକରେ ଭାରତ କିମ୍ବା ପାକିସ୍ତାନ ପ୍ରତିନିଧି ଉପସ୍ଥିତ ନଥିଲେ। ବୈଠକ ପରେ କୌଣସି ନିର୍ଦ୍ଦେଶନମା ଜାରି ହୋଇନାହିଁ। ୫୦ରୁ ୬୦ ବର୍ଷ ପରେ ଜାତିସଂଘ ସୁରକ୍ଷା ପରିଷଦ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିଥିଲା।

ବୈଠକ ପରେ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନଥିଲେ ବି ସୋଶାଲ ମିଡିଆରେ ବ୍ରିଟେନ୍ ଓ ଭାରତ ମଧ୍ୟରେ ଥିବା ତିକ୍ତତାର ପ୍ରଚାର କରାଯାଇଥିଲା। ବ୍ରିଟେନ୍ କୁଆଡ଼େ ଚାଇନା ପ୍ରସ୍ତୁତ କରିଥିବା ଭାରତ ବିରୋଧୀ ଟ୍ରାଫ୍ଟର ସମର୍ଥନ କରିଥିଲା ବୋଲି ଟ୍ୱିଟର ବ୍ୟବହାରକାରୀ କହିଥିଲେ। ହେଲେ ମୁଁ ଏଠାରେ କହିବାକୁ ଚାହେଁ ଯେ ବ୍ରିଟେନ୍ ଆଦୌ ଭାରତ ବିରୋଧରେ କୌଣସି ପ୍ରସ୍ତାବକୁ ସମର୍ଥନ କରିନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos