ଚୁଟି କାଟିବାକୁ ଯାଇ ଯୁବକ ଗଣିଲେ ୫ ଲକ୍ଷ ଟଙ୍କାର ତଣ୍ଡ

ବ୍ରିଟେନ: କରୋନା ଚିନ୍ତା ସାରା ବିଶ୍ୱକୁ ଘାରିଛି। ସେଥିପାଇଁ ସବୁ ଦେଶରେ କଟକଣା ଲାଗୁ କରାଯାଇଛି। କିଛି ଲୋକ କାଳେ କରୋନାରେ ଆକ୍ରାନ୍ତ ହୋଇଥିବେ ସେଥିପାଇଁ ସେମାନଙ୍କୁ କ୍ୱାରେଣ୍ଟାଇନ ବା ଆଇସୋଲେସନରେ ରହିବାକୁ କୁହାଯାଉଛି। ଯଦି କେହି ଏହି ନିୟମକୁ ଖିଲାପ କରିବେ, ତା’ହେଲେ ସେମାନଙ୍କୁ ଦଣ୍ଡବିଧାନର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଏହିକ୍ରମରେ ବ୍ରିଟେନର ଜଣେ ଯୁବକ ସେଲ୍ଫ ଆଇସୋଲେସନରେ ଥିବାବେଳେ ବାହାରକୁ ଯାଇ ଚୁଟି କାଟିବାର ଭୁଲ କରିଛନ୍ତି। ଯାହାର ପରିଣତି ସ୍ୱରୂପ ତାଙ୍କ ଉପରେ ୭ ହଜାର ୬ଶହ ଡଲାର ବା ଭାରତୀୟ ମୁଦ୍ରାରେ ୫ ଲକ୍ଷ ୬୭ ହଜାର ୫ ଶହ ୩୩ ଟଙ୍କା ଜୋରିମାନା ଲଗାଯାଇଛି।

ବ୍ୟକ୍ତି ଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ତାଙ୍କୁ ଦୁଇ ସପ୍ତାହ ଆଇସୋଲାସନରେ ରହିବାକୁ କୁହାଯାଇଥିଲା। ତେବେ ଏହି ସମୟରେ ସେ ରହୁଥିବା ସ୍ଥାନଠାରୁ ମାତ୍ର ଅଳ୍ପ ଦୂରରେ ଥିବା ତାଙ୍କ ପତ୍ନୀଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ତେଣୁ ସେ ସେଲଫ ଆଇସୋଲେସନ ନିୟମକୁ ଉଲ୍ଲଙ୍ଘନ କରି ଘର ବାହାରକୁ ଯାଇ ତାଙ୍କ ପତ୍ନୀଙ୍କୁ ଭେଟିଥିଲେ। ସେହିପରି ଆଇସୋଲେସନ ପରିୟଡ ଶେଷ ହେବା ପୂର୍ବରୁ ବ୍ୟକ୍ତି ଜଣଙ୍କ ୨ହଜାର ୮ଶହ ୩୭ଟଙ୍କା ଦେଇ ଚୁଟି ମଧ୍ୟ କାଟିଥିଲେ। ଏହା ଛଡ଼ା ସେ ଆଉ କିଛି ସ୍ଥାନରେ ମଧ୍ୟ ବୁଲିଥିଲେ।

ସେ ସେଲୁନକୁ ଯାଇଥିବା ସମୟରେ ବର୍ଡର ଏଜେନ୍ସି ତାଙ୍କ ଘର ସର୍ଚ୍ଚ କରିଥିଲେ। କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା। ସେ ନିୟମ ଭାଙ୍ଗି ସେଲୁନ ଯାଇଥିବାର ଖବର ମିଳିବା ପରେ ମାମଲା କୋର୍ଟରେ ପହଞ୍ଚିଥିଲା। କୋର୍ଟ ତାଙ୍କୁ ୭ ହଜାର ୬ଶହ ଡଲାର  ଜୋରିମାନା କରିଛନ୍ତି।

 

ଆହୁରି ପଢ଼ନ୍ତୁ

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ

ବିବାଦୀୟ ମନ୍ତବ୍ୟ ପାଇଁ ସଞ୍ଜୟ ରାଉତଙ୍କ ଉପରେ ବର୍ଷିଲେ କୋର୍ଟ

ଟ୍ରାକ୍ଟର ପୋଡ଼ି ମାମଲାରେ ଆଉ ଚାରି ଗିରଫ୍

ଠାକରେଙ୍କ ନକଲ କରି ଫେସବୁକରେ ଭିଡିଓ ଛାଡୁଥିଲା ଯୁବକ, ଉଠାଇନେଲା ମୁମ୍ୱାଇ ପୁଲିସ

୩୧ ଅକ୍ଟୋବର ଯାଏ ଲକଡାଉନ୍ ବୃଦ୍ଧି କଲା ଏହି ରାଜ୍ୟ

ପରଲୋକରେ ବାଚସ୍ପତି ଓମ୍ ବିର୍ଲାଙ୍କ ବାପା

ଏଫଟିଆଇଆଇର ସଭାପତି ନେଲେ ଫିଲ୍ମ ନିର୍ମାତା ଶେଖର କପୁର

ରିୟାଙ୍କୁ ଆଜି ବି ମିଳିଲାନି ଜାମିନ

ଚାଇନାର ନୂଆ ଚାଲକୁ ଜୋରଦାର ବିରୋଧ କଲା ଭାରତ, କହିଲା ୧୯୫୯ କଥା ମାନିବୁନି