ଭାରତ ଗସ୍ତ ବାତିଲ କଲେ ବ୍ରିଟେନ ପିଏମ, ସାଧାରଣତନ୍ତ୍ର ଦିବସରେ ହୋଇଥାଆନ୍ତେ ମୁଖ୍ୟ ଅତିଥି

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ଶେଷରେ ବାତିଲ ହୋଇଛି। ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଜନସନ ଯୋଗଦେବାର ଥିଲା। ଏଥିପାଇଁ ଭାରତ ସରକାର ତାଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠାଇଥିଲେ ଓ ଏହାକୁ ସେ ଗ୍ରହଣ ମଧ୍ୟ କରିଥିଲେ। ହେଲେ ବର୍ତ୍ତମାନ ବ୍ରିଟେନରେ ଦେଖା ଯାଇଥିବା କରୋନାର ନୂଆ ଷ୍ଟ୍ରେନ ଓ ଶକ୍ତ ଲକଡାଉନକୁ ଦୃଷ୍ଟିରେ ରଖି ଜନସନଙ୍କ […]

ds

ds

Hemant Lenka
  • Published: Tuesday, 05 January 2021
  • Updated: 05 January 2021, 05:46 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଭାରତ ଗସ୍ତ ଶେଷରେ ବାତିଲ ହୋଇଛି। ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଜନସନ ଯୋଗଦେବାର ଥିଲା। ଏଥିପାଇଁ ଭାରତ ସରକାର ତାଙ୍କ ପାଖକୁ ନିମନ୍ତ୍ରଣ ପତ୍ର ପଠାଇଥିଲେ ଓ ଏହାକୁ ସେ ଗ୍ରହଣ ମଧ୍ୟ କରିଥିଲେ।

ହେଲେ ବର୍ତ୍ତମାନ ବ୍ରିଟେନରେ ଦେଖା ଯାଇଥିବା କରୋନାର ନୂଆ ଷ୍ଟ୍ରେନ ଓ ଶକ୍ତ ଲକଡାଉନକୁ ଦୃଷ୍ଟିରେ ରଖି ଜନସନଙ୍କ ଭାରତ ଗସ୍ତ ବାତିଲ ହୋଇଯାଇଛି। ପ୍ରଧାନମନ୍ତ୍ରୀ ହସିବାରେ ଦେଶର ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଲଣ୍ଡନରେ ରହି ସବୁ କଥାକୁ ସମୀକ୍ଷା କରିବାକୁ ଚାହୁଁଛି। ଖାସ୍‌ ଏହି କାରଣ ପାଇଁ ତାଙ୍କର ଭାରତ ଗସ୍ତକୁ ବାତିଲ କରାଯାଇଛି।

ଡାୱନିଙ୍ଗ ଷ୍ଟ୍ରିଟ ମୁଖପାତ୍ର କହିଛନ୍ତି, ପ୍ରଧାନମନ୍ତ୍ରୀ ଜନସନ ଆଜି ସକାଳେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ସେ ଭାରତ ଯାଇ ପାରୁ ନଥିବାରୁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ପାଇଁ ସେ ଗସ୍ତ ବାତିଲ କରିଥିବା ମୋଦିଙ୍କୁ କହିଛନ୍ତି। ସେହିପରି ୨୦୨୧ର ପ୍ରଥମ ଭାଗରେ ଜନସନ ଭାରତ ଗସ୍ତରେ ଆସିବାକୁ ଚେଷ୍ଟା କରିବେ। ସେହିପରି ଜି-୭ ବୈଠକ ପୂର୍ବରୁ ଜନସନ ଭାରତ ଆସି ମୋଦିଙ୍କୁ ଏଥିରେ ଅତିଥ ଭାବେ ଯୋଗଦେବାକୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରିବାକୁ ପ୍ରତିଶ୍ରୁତି ଦେଇଥିବା ମୁଖପାତ୍ର ଜଣଙ୍କ କହିଛନ୍ତି।

ଏହାପୂର୍ବରୁ ବ୍ରିଟିଶ ହାଇକମିଶନ ଜନସନ ଭାରତ ଗସ୍ତରେ ଆସିବେ ବୋଲି କହିଥିଲା। କମିଶନ ପକ୍ଷରୁ କୁହାଯାଇଥିଲା ଯେ ଧାର୍ଯ୍ୟ ସୂଚୀ ଅନୁସାରରେ ଜନସନ ଭାରତ ଗସ୍ତରେ ଆସିବେ। ବର୍ତ୍ତମାନ ସୁଦ୍ଧା ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ। କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ବ୍ରିଟେନରେ କଠୋର କଟକଣା ଲାଗୁ କରାଯାଇଛି।

ତଥାପି ଜନସନଙ୍କ ଭାରତ ଆସିବା ତାରିଖରେ କିଛି ପରିବର୍ତ୍ତନ ହୋଇନାହିଁ ବୋଲି କମିଶନ ପକ୍ଷରୁ କୁହାଯାଇଥିଲା। ଏହାର କିଛି ସମୟ ପରେ ହିଁ ଜନସନ ଭାରତ ଗସ୍ତ ବାତିଲ କରିଛନ୍ତି। ସୂଚନାଯୋଗ୍ୟ, ଶେଷଥର ପାଇଁ ୧୯୯୩ରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଥିବା ଜନ ମେଜର ଭାରତର ସାଧାରଣତନ୍ତ୍ର ଦିବସରେ ଅତିଥି ହୋଇଥିଲେ।

ତେଣୁ ଜନସନ ଦ୍ୱିତୀୟ ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବାର କାର୍ଯ୍ୟକ୍ରମ ରହିଥିଲା। ପ୍ରଧାନମନ୍ତ୍ରୀ ହେବା ପରେ ଜନସନ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସିବାର ଥିଲା। କିନ୍ତୁ ସବୁ କିଛିରେ କରୋନା ପାଣି ପକାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos