ଜି-୭ ସମ୍ମିଳନୀ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ବ୍ରିଟେନ ପିଏମ

ନୂଆଦିଲ୍ଲୀ: ଜୁନ୍‌ ୧୧ରୁ ୧୩ ଯାଏ ବ୍ରିଟେନର କର୍ଣ୍ଣୱାଲରେ ଚାଲିବ ଜି-୭ ରାଷ୍ଟ୍ରର ସମ୍ମିଳନୀ। ଏହି ଜି-୭ ଦେଶ ମଧ୍ୟରେ ଭାରତ ନଥିଲେ ହେଁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ ଯୋଗଦେବାକୁ ନିମନ୍ତ୍ରଣପତ୍ର ପଠାଇଛନ୍ତି। ଚଳିତ ବର୍ଷ ଭାରତ ସାଧାରଣତନ୍ତ୍ର ଦିବସରେ ବୋରିସ ଜନସନ ମୁଖ୍ୟ ଅତିଥି ହେବାର ଥିଲା। କିନ୍ତୁ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଆତଙ୍କ ଖେଳାଇ ଥିବାରୁ ଜନସନଙ୍କ ଭାରତ ଗସ୍ତ ବାତିଲ […]

r

r

Hemant Lenka
  • Published: Sunday, 17 January 2021
  • Updated: 17 January 2021, 03:06 PM IST

Sports

Latest News

ନୂଆଦିଲ୍ଲୀ: ଜୁନ୍‌ ୧୧ରୁ ୧୩ ଯାଏ ବ୍ରିଟେନର କର୍ଣ୍ଣୱାଲରେ ଚାଲିବ ଜି-୭ ରାଷ୍ଟ୍ରର ସମ୍ମିଳନୀ। ଏହି ଜି-୭ ଦେଶ ମଧ୍ୟରେ ଭାରତ ନଥିଲେ ହେଁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଭାବେ ଯୋଗଦେବାକୁ ନିମନ୍ତ୍ରଣପତ୍ର ପଠାଇଛନ୍ତି।

ଚଳିତ ବର୍ଷ ଭାରତ ସାଧାରଣତନ୍ତ୍ର ଦିବସରେ ବୋରିସ ଜନସନ ମୁଖ୍ୟ ଅତିଥି ହେବାର ଥିଲା। କିନ୍ତୁ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଆତଙ୍କ ଖେଳାଇ ଥିବାରୁ ଜନସନଙ୍କ ଭାରତ ଗସ୍ତ ବାତିଲ ହୋଇଛି। ତେବେ ସେ ଜି-୭ ସମ୍ମିଳନୀ ପୂର୍ବରୁ ଭାରତ ଗସ୍ତରେ ଆଜି ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଚଳିତ ବର୍ଷ ଜି-୭ ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ସମସ୍ୟା ଓ କରୋନା ଭାଇରସ ସଙ୍କଟ ଯୋଗୁ ସୃଷ୍ଟି ହୋଇଥିବା ସ୍ଥିତି ସହ ମୁକାବିଲା କରି ଅର୍ଥନୀତିକୁ କେମିତି ଆଗକୁ ବଢ଼ା ଯାଇପାରିବ, ତା’ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ଜି-୭ ସମ୍ମିଳନୀକୁ ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆର ରାଷ୍ଟ୍ର ମୁଖ୍ୟମାନଙ୍କୁ ମଧ୍ୟ ବ୍ରିଟେନ ନିମନ୍ତ୍ରଣ କରିଛି।

ଜନସନ କହିଛନ୍ତି, ଭାରତ ପୂର୍ବରୁ ହିଁ ବିଶ୍ୱର ୫୦% ଲୋକଙ୍କର ଆବଶ୍ୟକ ଅନୁଯାୟୀ ଟିକା ରପ୍ତାନୀ କରି ଆସୁଛି। କରୋନା ମହାମାରୀ ସମୟରେ ଭାରତ ସରକାର ବ୍ରିଟେନ ସହ ମିଶି କାମ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ସେ ନିୟମିତ ଆଲୋଚନା କରୁଥିଲେ ବୋଲି ଜନସନ କହିଛନ୍ତି।

ସେ ଆହୁରି କହିଛନ୍ତି, କରୋନା ମହାମାରୀ ଯୋଗୁ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ବୋଲି ଆମେ ନିଃସନ୍ଦେହରେ କହିପାରିବେ। ବିଗତ କିଛି ପିଢ଼ି ଧରି ଆମେ ଏଭଳି ସ୍ଥିତିର କେବେ ହେଲେ ବି ସମ୍ମୁଖୀନ ହୋଇ ନଥିଲୁ। ଅତ୍ୟାଧୁନିକ ବିଶ୍ୱ ପାଇଁ ଏହା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ତେବେ ଆମକୁ ସବୁ ପରିସ୍ଥିତିର ସମ୍ମୁଖୀନ ହୋଇ ଆଗକୁ ବଢ଼ିବାକୁ ପଡ଼ିବ। ଭବିଷ୍ୟତକୁ ଉଜ୍ଜଳ କରିବାକୁ ହେଲେ ଏବେ ଠାରୁ ମିଳିତ ଭାବେ ପ୍ରୟାସ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଜି-୭ରେ ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ବ୍ରିଟେନ ରହିଛନ୍ତି।

ଏମାନଙ୍କ ସହ ୟୁରୋପିଆନ ୟୁନିଅନ ମଧ୍ୟ ସମ୍ମିଳନୀରେ ଯୋଗଦେବ । ଗତବର୍ଷ ଜି-୭ ସମ୍ମିଳନୀ କରୋନା ମହାମାରୀ ଯୋଗୁ ସମ୍ଭବ ହୋଇ ନଥିଲା। ସେବେଠାରୁ ଜି-୭ ରାଷ୍ଟ୍ରର ନେତାମାନେ ପରସ୍ପରକୁ ବ୍ୟକ୍ତିଗତ ଭାବେ ଭେଟି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos