ପୁଣିଥରେ ରୂପ ବଦଳାଇଲା ବ୍ରିଟେନ ଭାଇରସ!

ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଦେଇଥିବା କରୋନାର ମାରାତ୍ମକ ଷ୍ଟ୍ରେନ ଏବେ ଖଣ୍ଡଖଣ୍ଡ ହୋଇ ନୂଆ ରୂପ ଧାରଣ କରିଛି। ବୈଜ୍ଞାନିକମାନେ କହିଛନ୍ତି ଯେ କରୋନା ଭାଇରସରେ ଏବେ ନୂଆ ଜେନେଟିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏହା ବ୍ରିଟେନରେ ଦେଖାଯାଉଥିବା କରୋନା ଭାଇରସ ଠାରୁ ଅଧିକ ମାରାତ୍ମକ।

ନୂଆ ପରୀକ୍ଷାରୁ କରୋନାର E484K ରୂପ ସାମ୍ନାକୁ ଆସିଛି। ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲରେ ପୂର୍ବରୁ ହିଁ କରୋନା ଭାଇରସର ଏହି E484K ଷ୍ଟ୍ରେନ ଠାବ ହୋଇଥିଲା। କରୋନାର ନୂଆ ଷ୍ଟ୍ରେନ ଟିକାକରଣ କାର୍ଯ୍ୟକ୍ରମକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ହେଲେ ଏଯାଏ ଏହାର କୌଣସି ପ୍ରମାଣ ମିଳିନାହିଁ। ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ ବ୍ୟତୀତ ବ୍ରିଟେନର କିଛି ହାତ ଗଣତି ଲୋକଙ୍କ ଶରୀରରେ E484K ଷ୍ଟ୍ରେନ ଏବେ ମିଳିଛି ବୋଲି ସେମାନେ କହିଛନ୍ତି।

ଏହି ଖବର ମିଳିବା ପରେ ପୁଣିଥରେ ବ୍ରିଟେନବାସୀଙ୍କ ଚିନ୍ତା ବଢ଼ି ଯାଇଛି। କାରଣ ପୂର୍ବରୁ ବ୍ରିଟେନରେ ଦେଖାଯାଇଥିବା କରୋନାର ନୂଆ ଷ୍ଟ୍ରେନ୍‌ରେ ଶହଶହ ଲୋକ ସଂକ୍ରମିତ ହୋଇଥିଲେ। ଏହି ନୂଆ ଷ୍ଟ୍ରେନ ପୂର୍ବରୁ ଦେଖାଯାଇଥିବା କରୋନା ଭାଇରସ ତୁଳନାରେ ଅଧିକ ବେଗରେ ଜଣଙ୍କ ଠାରୁ ଆଉ ଜଣଙ୍କୁ ବ୍ୟାପୁଥିବା ଜଣାପଡ଼ିଥିଲା।

ଏହାକୁ ଦୃଷ୍ଟିରେ ରଖି ବ୍ରିକେଟ ସରକାର ପୁଣିଥରେ ଦେଶରେ ଲକଡାଉନ ଜାରି କରିଥିଲେ। ଏବେ ଏହାଠାରୁ ମାରାତ୍ମକ E484K ଷ୍ଟ୍ରେନ ଠାବ ହୋଇଥିବାରୁ, ଏହାର ମୁକାବିଲା କେମିତି କରାଯିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।