ଯିବେନି କହି ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେଲେ ଉମା ଭାରତୀ

ଅଯୋଧ୍ୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ମୁଁ ବ୍ୟସ୍ତ। କାଳେ ମୋ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଲୋକଙ୍କୁ କରୋନା ସଂକ୍ରମିତ କରିବ, ସେଥିପାଇଁ ମୁଁ ସଭାସ୍ଥଳକୁ ଯିବି ନାହିଁ। ଦୁଇ ଦିନ ତଳେ ଏଭଳି ଭାବେ ବୟାନ ଦେଇ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ବୋଲି କହିଥିଲେ ଉମା ଭାରତୀ।

ହେଲେ ଆଜି ଭୂମି ପୂଜନ କାର୍ଯ୍ୟକ୍ରମରେ ସେ ଅନ୍ୟ ଅତିଥିମାନଙ୍କ ଭଳି ସେଠାରେ ଉପସ୍ଥିତ ରହି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କଥାବାର୍ତ୍ତା କରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ମନା କରି ପୁଣି କେମିତି କାର୍ଯ୍ୟକ୍ରମକୁ ଆସିଲେ ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ଉମା ଭାରତୀ ଦେଇଛନ୍ତି।

ସେ କହିଛନ୍ତି, “ମର୍ଯ୍ୟାଦା ପୁରୋଷତ୍ତମ ଭଗବାନ ରାମଙ୍କ ସମ୍ମାନକୁ ପାଳନ କରିବାକୁ ମୁଁ ବାଧ୍ୟ। ରାମ ଜନ୍ମ ଭୂମିର ଜଣେ ବରିଷ୍ଠ ଅଧିକାରୀମାନେ ଭୂମି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ବାଧ୍ୟ ବୋଲି କହିଥିଲେ। ତେଣୁ ମୁଁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଛି।”

ସେ ଆହୁରି କହିଛନ୍ତି, “ଅଯୋଧ୍ୟା ଆଜି ସମସ୍ତଙ୍କୁ ଏକ କରି ଦେଇଛି। ଏବେ ଏ ଦେଶ ପୂରା ଦୁନିଆରେ ମୁଣ୍ଡ ଉଠାଇ କହିପାରିବ ଯେ ଏଠାରେ କୌଣସି ଭେଦଭାବ ନାହିଁ।”

ଆହୁରି ପଢ଼ନ୍ତୁ

ଖୁବ୍‌ ଶୀଘ୍ର ବଜାରରେ ମିଳିବ କରୋନା ଔଷଧ ‘କରୋନାଭିର’

ଦୋକାନ ଉପରେ ଚଢ଼ି ଓଲଟି ପଡ଼ିଲା ପଥର ବୋଝେଇ ଟ୍ରକ୍

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଫେରୁଥିବା ବେଳେ ଚାଲିଗଲା ଜୀବନ

ବିରାଟଙ୍କ ଟ୍ୱିଟ୍‌ର ଜବାବ ଦେଇ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ମୃତ୍ୟୁ ପୂର୍ବରୁ ଦିଶା ସାଲିନଙ୍କ ଶରୀରରେ ରହିଛି ଆଘାତ: ଫରେନସିକ୍ ବିଶେଷଜ୍ଞ

BS-IV ଡିଜେଲ୍ ଗାଡ଼ି ରେଜିଷ୍ଟ୍ରେସନ ନେଇ ଅନୁମତି ଦେଲେ ସୁପ୍ରିମକୋର୍ଟ, ଆପଣଙ୍କୁ କେତେ ଫାଇଦା?

କରୋନା ପଜିଟିଭ୍ କହି ଗାଏବ ହୋଇଯାଇଥିଲେ ସ୍ୱାମୀ, ଦେଢ଼ ମାସ ପରେ ପ୍ରେମିକାଙ୍କ ଘରୁ ଉଦ୍ଧାର କଲା ପୁଲିସ୍

ଆଇପିଏଲ୍ ପାଇଁ ଦୁବାଇ ପହଞ୍ଚିଲେ ଇଂଲିଶ ଓ ଅଷ୍ଟ୍ରେଲୀୟ ଖେଳାଳି

ଓଡ଼ିଶା ସରକାରଙ୍କ ଭଳି ଆଇନ୍ ଆଣିବେ ଯୋଗୀ ସରକାର

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ, କରଣ ଜୋହରଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍

କରାେନା ବଦଳାଇ ଦେଲା ଲୋକଙ୍କ କିଣିବା ରୁଚି

ପଡ଼ିଆରେ ବଜ୍ରପାତ, ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ