ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ହର୍ଷବର୍ଦ୍ଧନଙ୍କୁ ବଡ଼ ପଦ, ୨୨ରୁ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ରେ ବଡ଼ ପଦ ମିଳିଛି। ସେ ହୁ’ର କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଆସନ୍ତା ୨୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ। ସେ ଜାପାନର ଡା ହିରୋକି ନକାତାନୀଙ୍କ ସ୍ଥାନରେ କାର୍ଯ୍ୟ ନିର୍ବାହ କରିବେ। ନକାତାନୀ ବର୍ତ୍ତମାନ ୩୪ ସଦସ୍ୟ ବିଶିଷ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଜାତିସଂଘର ଏହି ସଂସ୍ଥା ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକଳାପ ଉପରେ ନଜର ରଖିଥାଏ। ଏହି […]

f

f

Hemant Lenka
  • Published: Wednesday, 20 May 2020
  • Updated: 20 May 2020, 03:34 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ)ରେ ବଡ଼ ପଦ ମିଳିଛି। ସେ ହୁ’ର କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ଆସନ୍ତା ୨୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିବେ।

ସେ ଜାପାନର ଡା ହିରୋକି ନକାତାନୀଙ୍କ ସ୍ଥାନରେ କାର୍ଯ୍ୟ ନିର୍ବାହ କରିବେ। ନକାତାନୀ ବର୍ତ୍ତମାନ ୩୪ ସଦସ୍ୟ ବିଶିଷ୍ଟ ବୋର୍ଡର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ଜାତିସଂଘର ଏହି ସଂସ୍ଥା ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକଳାପ ଉପରେ ନଜର ରଖିଥାଏ।

ଏହି ୩୪ ଜଣିଆ ବୋର୍ଡର ସଦସ୍ୟମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଏଠାକୁ ଆସିଥାଆନ୍ତି। ବର୍ତ୍ତମାନ ହର୍ଷବର୍ଦ୍ଧନ ୩ ବର୍ଷ ପାଇଁ ଏହି ପଦରେ କାର୍ଯ୍ୟ କରିବେ। ବର୍ଷକୁ ଦୁଇ ଥର ବୋର୍ଡର ବୈଠକ ବସେ।

ଜାନୁଆରୀରେ ବସୁଥିବା ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୂଚନାଯୋଗ୍ୟ, ହୁ’ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦ ପାଇଁ ଭାରତ ପକ୍ଷରୁ ଡା. ହର୍ଷବର୍ଦ୍ଧନଙ୍କ ନାଁକୁ ସୁପାରିସ କରାଯାଇଥିଲା। ୧୯ ମେ’ରେ ଏହାକୁ ୧୯୪ ଦେଶ ମଞ୍ଜୁରୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos