୨୦୨୪ ସୁଦ୍ଧା ତୈଳ ଓ ଗ୍ୟାସ ଭିତ୍ତିଭୂମିରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଭାରତୀୟ ପେଟ୍ରୋଲିୟମ ଶିଳ୍ପ ସଂଘ (ଏଫଆଇପିଆଇ)ର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ୨୦୧୯ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ଉର୍ଜା ସୁରକ୍ଷାକୁ ହାସଲ କରିବା ପାଇଁ କାମ କରିବାକୁ ପେଟ୍ରୋଲିୟମ ଶିଳ୍ପର ଅଧିକାରୀ ତଥା ବିଶେଷଜ୍ଞମାନଙ୍କୁ ନିଦ୍ଦେର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଗରିବ ଲୋକଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିବାର ଦାୟିତ୍ୱ କେବଳ ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି। […]

v

v

Hemant Lenka
  • Published: Tuesday, 03 December 2019
  • Updated: 03 December 2019, 08:49 PM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ଭାରତୀୟ ପେଟ୍ରୋଲିୟମ ଶିଳ୍ପ ସଂଘ (ଏଫଆଇପିଆଇ)ର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବାର୍ଷିକ ସମ୍ମିଳନୀ ଓ ପୁରସ୍କାର ବିତରଣ ୨୦୧୯ କାର୍ଯ୍ୟକ୍ରମରେ ଯୋଗଦେଇ ଦେଶର ଉର୍ଜା ସୁରକ୍ଷାକୁ ହାସଲ କରିବା ପାଇଁ କାମ କରିବାକୁ ପେଟ୍ରୋଲିୟମ ଶିଳ୍ପର ଅଧିକାରୀ ତଥା ବିଶେଷଜ୍ଞମାନଙ୍କୁ ନିଦ୍ଦେର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତର ଗରିବ ଲୋକଙ୍କ ଜୀବନଶୈଳିକୁ ପରିବର୍ତ୍ତନ କରିବାର ଦାୟିତ୍ୱ କେବଳ ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି। ସମସ୍ତଙ୍କ ପାଖରେ ସୁଲଭ ମୂଲ୍ୟରେ ଉର୍ଜା ପହଁଚାଇ ଗରିବ ଲୋକଙ୍କର ଜୀବନରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାର କ୍ଷମତା ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି। ଭାରତୀୟ ତୈଳ ବିପଣନ କମ୍ପାନୀମାନେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି। ସମୟ ବଦଳିବା ସହ କେନ୍ଦ୍ର ସରକାର ବିଗତ ଦିନ ମାନଙ୍କରେ ଏହି କ୍ଷେତ୍ରରେ ଅନେକ ସୁଧାର ଆଣିଛନ୍ତି।

ତେବେ ପେଟ୍ରୋଲିୟମ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ସମସ୍ତଙ୍କ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି। ଅପରପକ୍ଷରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ। ୨୦୨୪ ସୁଦ୍ଧା ଭାରତ ରିଫାଇନିଂ, ପାଇପଲାଇନ ଏବଂ ଗ୍ୟାସ ଟର୍ମିନାଲରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ କରିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରଖିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣରେ ଏହି ଲକ୍ଷ୍ୟକୁ ଭାରତର ତୈଳ ଓ ଗ୍ୟାସ କ୍ଷେତ୍ର ହାସଲ କରିବାର କ୍ଷମତା ରଖିଛି।

ସେହିପରି ଆଜି ଦେଶ ଅନେକ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି। ଏହି ସମୟରେ ଦେଶର ପେଟ୍ରୋଲିୟମ ଶିଳ୍ପ ଅନେକ ବାଧାବିଘ୍ନ ସମ୍ମୁଖୀନ କରି ଆଗକୁ ବଢ଼ିବାର ମଧ୍ୟ କ୍ଷମତା ରଖିଛି।

ସେହିପରି ଆଗାମୀ ଦିନରେ ବିକଳ୍ପ ଉର୍ଜା, ସବୁଜ ଉର୍ଜା ପାଇଁ ନୂଆ ଯନ୍ତ୍ର ଆବିଷ୍କାର ନିମନ୍ତେ କମ୍ପାନୀ ମାନଙ୍କୁ ପୁରସ୍କୁତ କରାଯାଉ ବୋଲି ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos