ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ବିବାଦ ବଢ଼ୁଥିବାରୁ ଶେଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ସନ୍ଧ୍ୟାରେ ପୀଡ଼ିତାଙ୍କ ବାପାଙ୍କ ସହ କଥା ହୋଇଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ପୀଡ଼ିତାଙ୍କ ଭାଇଙ୍କ ସହ ବି ଯୋଗୀ ଆଲୋଚନା କରିଛନ୍ତି।

ଆଲୋଚନା ବେଳେ ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ପୀଡ଼ିତାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପରିବାରର ଜଣେ ସଦସ୍ୟଙ୍କୁ ଜୁନିୟର ଆସିସଷ୍ଟାଣ୍ଟ ଚାକିରି ମଧ୍ୟ ମିଳିବ। ଏହାବାଦ ପରିବାର ବର୍ଗଙ୍କ ରହିବା ପାଇଁ ହାଥରସରେ ରାଜ୍ୟ ଅର୍ବାନ ଡେଭଲପମେଣ୍ଟ ଏଜେନ୍ସି ତରଫରୁ ଘର ମଧ୍ୟ ଯୋଗାଇ ଦିଆଯିବ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ଆଲୋଚନା କରିଥିଲେ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସେପ୍ଟେମ୍ବର ୧୪ରେ ହାଥରସରେ ୧୯ ବର୍ଷୀୟ ଦଳିତ ମହିଳାଙ୍କୁ ୪ ଜଣ ଯୁବକ ଗଣଦୁଷ୍କର୍ମ କରି ଅକଥନୀୟ ନିର୍ଯାତନା ଦେଇଥିଲେ। ଏହି ସମୟରେ ତାଙ୍କ ଜିଭ ଛିଡ଼ି ଯିବା ସହ ତାଙ୍କ ପିଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଦୀର୍ଘ ୨ ସପ୍ତାହ ଧରି ଚିକିତ୍ସିତ ହେବା ପରେ ଗତକାଲି ସେ ଆଖିବୁଜିଥିଲେ। ବିଡ଼ମ୍ବନାର ବିଷୟ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିବା ପରିବର୍ତ୍ତେ ପ୍ରଶାସନ ରାତି ଅଧରେ ଏହାକୁ ଶତ୍କାର କରିଦେଇଥିବା ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ

ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ହେଙ୍ଗୁ ଚାଷ

କିଆରା ଚାହାନ୍ତି ହ୍ରିତିକ୍, ଆଦିତ୍ୟ କେବେ ନ ଗାଧାନ୍ତୁ

ଫଙ୍ଗଲ୍‌ ଇନ୍‌ଫେକ୍‌ସନ୍‌ ପାଇଁ ଭଲ ଲେମ୍ୱୁ ମଞ୍ଜି

ସୁଶାନ୍ତଙ୍କ ପାଇଁ ହ୍ରିତିକ୍ ରୋଶନଙ୍କ ମା’ କହିଲେ ଏମିତି…

ଦେଶର ତୃତୀୟ ପ୍ରଦୂଷିତ ସହର ଲକ୍ଷ୍ନୌ

ଜମ୍ମୁ କଶ୍ମୀରରେ ବଦଳିଲା ପଞ୍ଚାୟତ ରାଜ୍ ଆଇନ୍, କେନ୍ଦ୍ର କହିଲା ଏବେ ଲୋକଙ୍କ ହାତରେ କ୍ଷମତା

ପାଲଘରରେ ସାଧୁଙ୍କୁ ହତ୍ୟା ମାମଲା, ଆଉ ୨୪ ଅଭିଯୁକ୍ତଙ୍କୁ ଗିରଫ କଲା ସିଆଇଡି

ପୂଜା ବଜାରରେ ଗାଡ଼ି କିଣିବାକୁ ଅଫର ମାଳମାଳ, କ’ଣ ଭାବୁଛନ୍ତି?

ଟିଆରପି ସ୍କାମ୍ ମାମଲା, ସିବିଆଇ ତଦନ୍ତରେ କେଁ ପୂରାଇଲା ମହାରାଷ୍ଟ୍ର ସରକାର

ଲୋଭନୀୟ ଅଫର୍! ବିସ୍କୁଟର ଟେଷ୍ଟ କହି ବର୍ଷକୁ ୪୦ ଲକ୍ଷ ଟଙ୍କା ନିଅନ୍ତୁ

ରାଗ ସମ୍ଭାଳି ପାରିଲେନି ନୀତୀଶ, ସଭାରେ ଲୋକଙ୍କୁ ନନସେନ୍ସ କହିଲେ

ଦୁର୍ଗା ମଣ୍ଡପରେ ଲକଡାଉନ ଯନ୍ତ୍ରଣାର ଦୃଶ୍ୟ ସହ ସୋନୁ ସୁଦ୍‌ଙ୍କ ପ୍ରତିମୂର୍ତ୍ତି, ଦେଖନ୍ତୁ ଭିଡିଓ