ଘୃଣା ରାଜନୀତିର ପେଣ୍ଠସ୍ଥଳୀ ପାଲଟିଛି ୟୁପି: ଯୋଗୀଙ୍କୁ ଚିଠି ଲେଖିଲେ ୧୦୪ ପୂର୍ବତନ ଆଇଏଏସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଆଣିଥିବା ବିବାଦୀୟ ଧର୍ମାନ୍ତୀକରଣ ଅଧ୍ୟାଦେଶ ରାଜ୍ୟକୁ ଘୃଣ୍ୟ ରାଜନୀତିର ପେଣ୍ଠସ୍ଥଳୀ, ବିଭାଜନ ଓ କୁସଂସ୍କାରରେ ପରିଣତ କରିଦେଲାଣି। ଆଜି ଏଭଳି କଥା କହି ରାଜ୍ୟର ୧୦୪ ଜଣ ପୂର୍ବତନ ଆଇଏଏସ ଅଫିସର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଶିବଶଙ୍କର ମେନନ୍, ପୂର୍ବତନ ବୈଦେଶିକ ସଚିବ ନିରୂପମା ରାଓ ଏବଂ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଟିକେଏ ନାୟର ରହିଛନ୍ତି। ସେମାନେ ଏହି ବେଆଇନ […]

eds

eds

Hemant Lenka
  • Published: Tuesday, 29 December 2020
  • Updated: 29 December 2020, 10:04 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ସରକାର ଆଣିଥିବା ବିବାଦୀୟ ଧର୍ମାନ୍ତୀକରଣ ଅଧ୍ୟାଦେଶ ରାଜ୍ୟକୁ ଘୃଣ୍ୟ ରାଜନୀତିର ପେଣ୍ଠସ୍ଥଳୀ, ବିଭାଜନ ଓ କୁସଂସ୍କାରରେ ପରିଣତ କରିଦେଲାଣି। ଆଜି ଏଭଳି କଥା କହି ରାଜ୍ୟର ୧୦୪ ଜଣ ପୂର୍ବତନ ଆଇଏଏସ ଅଫିସର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି।

ଏମାନଙ୍କ ମଧ୍ୟରେ ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା ଶିବଶଙ୍କର ମେନନ୍, ପୂର୍ବତନ ବୈଦେଶିକ ସଚିବ ନିରୂପମା ରାଓ ଏବଂ ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ପରାମର୍ଶଦାତା ଟିକେଏ ନାୟର ରହିଛନ୍ତି। ସେମାନେ ଏହି ବେଆଇନ ଅଧ୍ୟାଦେଶକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଓ ସମସ୍ତ ରାଜନେତା ନିଜକୁ ଆଉ ଟିକିଏ ଶିକ୍ଷିତ କରାନ୍ତୁ। ବିଶେଷ କରି ସମ୍ବିଧାନରେ ଥିବା ନିୟମାବଳୀକୁ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଆଇନ ପ୍ରଣୟତାମାନେ ଯେଉଁ ଶପଥ ନେଇଥିଲେ, ତା’କୁ ଟିକିଏ ଗୁରୁତ୍ୱ ଦିଅନ୍ତୁ ବୋଲି କହିଛନ୍ତି।

ଚିଠିରେ କୁହାଯାଇଛି ଯେ, ଉତ୍ତର ପ୍ରଦେଶର ଯୁବ ଭାରତୀୟଙ୍କ ଉପରେ ଆପଣଙ୍କ ପ୍ରଶାସନ ଅନେକ ପ୍ରକାରର ନିର୍ଯାତନା କରୁଛି। ଭାରତୀୟମାନେ ଗୋଟିଏ ମୁକ୍ତ ଦେଶରେ କେବଳ ନିଜ ଇଚ୍ଛାରେ ଓ ନିଜ ସ୍ୱାଧୀନତାର ସହ ବଞ୍ଚିବାକୁ ଚାହୁଁଛନ୍ତି। ହେଲେ ଆପଣ ଏହାକୁ ବିରୋଧ କରିବାରେ ଲାଗିଛନ୍ତି।

ଉତ୍ତର ପ୍ରଦେଶରେ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଥିବା କଥା ମଧ୍ୟ ଚିଠିରେ କୁହାଯାଇଛି। ଗତ ସପ୍ତାହରେ ମୋରଦାବାଦରେ ୨୨ ବର୍ଷୀୟ ରଶିଦ ଓ ୨୫ ବର୍ଷୀୟ ସଲୀମଙ୍କୁ ବଜରଙ୍ଗ ଦଳର ଲୋକମାନେ ମାଡ଼ ମାରିବା ସହ ଘୋଷାଡ଼ି ଘୋଷାଡି ପୁଲିସ୍‌ ଷ୍ଟେସନ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏଠାରେ ସେମାନଙ୍କୁ ଗିରଫ କରାଯାଇଥିଲା। ରଶିଦ କୁଆଡ଼େ ପିଙ୍କି ନାମ୍ନୀ ଝିଅକୁ ଜୋରଜବରଦସ୍ତ ବିବାହ କରିଥିବା କଥା ପୁଲିସ୍‌କୁ କହିଥିଲେ।

ହେଲେ କୋର୍ଟ ଓ ପୁଲିସ୍‌ ଆଗରେ ପିଙ୍କି ବାରମ୍ବାର ରଶିଦଙ୍କୁ ନିଜ ଇଚ୍ଛାରେ ବିବାହ କରିଥିବା କଥା କହିଥିଲେ। ସେ ତାଙ୍କ ସ୍ୱାମୀ ଓ ପରିବାର ଲୋକଙ୍କ ସହ ରହିବାକୁ ଚାହୁଁଥିବା ନିବେଦନ ମଧ୍ୟ କରିଥିଲେ। ସବୁଠାରୁ ଦୁଃଖର ବିଷୟ ହେଉଛି ଯେ ଗୁଣ୍ଡାମାନେ ଦମ୍ପତିଙ୍କୁ ହଇରାଣ କରିବା ସହ ମାଡ଼ ମାରି ପଚାରାଉଚରା କରୁଥିଲେ ହେଁ ପୁଲିସ୍‌ କେବଳ ନୀରବ ରହୁଛି।

ଏହି ଗୁଣ୍ଡାମାନଙ୍କ ହଇରାଣ ଯୋଗୁ ପିଙ୍କି ଗର୍ଭ ନଷ୍ଟ ହୋଇଯାଇଥିଲା। କ’ଣ ଗୋଟିଏ ନିଷ୍ପାପ ଶିଶୁର ମୃତ୍ୟୁ ପାଇଁ ଆକ୍ରମଣକାରୀ ଦାୟୀ ନୁହନ୍ତି କି? ପୁଲିସ୍‌ ଏ ବିଷୟରେ କାହିଁକି କିଛି ପଦକ୍ଷେପ ନେଲାନାହିଁ? ରଶିଦ ଓ ସଲୀମ ୨ ସପ୍ତାହ ଜେଲରେ ରହିଥିଲେ। କିନ୍ତୁ ପିଙ୍କି ନିଜ ଇଚ୍ଛାରେ ବିବାହ କରିଥିବା କହିବା ପରେ ତାଙ୍କୁ ଛଡ଼ା ଗଲା।

କିନ୍ତୁ ଏହାପୂର୍ବରୁ ବଜରଙ୍ଗ ଦଳ ରଶିଦ ଲଭ ଜିହାଦ କରୁଥିବା କଥା କହି ଆକ୍ରମଣ କରିଥିଲେ। ପୁଲିସ କିଛି ନ ବୁଝି ସଲୀମ ଓ ରଶିଦଙ୍କୁ ଗିରଫ କଲା ଓ ପିଙ୍କିଙ୍କୁ ଶେଲଟର ହୋମକୁ ପଠାଇ ଦେଲା। କେବଳ ଏହି ଗୋଟିଏ ଘଟଣା ନୁହେଁ, ଏମିତି ଅନେକ ଘଟଣା ଉତ୍ତର ପ୍ରଦେଶରେ ଘଟି ଚାଲିଛି। ଏହାଦ୍ୱାରା କେବଳ ଉତ୍ତର ପ୍ରଦେଶର ଛବି ଖରାପ ହେବାରେ ଲାଗିଛି।

ଆପଣ ଆଣିଥିବା ଅଧ୍ୟାଦେଶ କେବଳ ମୁସଲିମ ଧର୍ମର ଭାରତୀୟ ଯୁବକ ଓ ନିଜ ସ୍ୱାଧୀନକୁ ବ୍ୟବହାର କରି ଆଗକୁ ବଢ଼ିବାକୁ ସାହାସ ଜୁଟାଉଥିବା ମହିଳାଙ୍କ ବିରୋଧରେ ଗୋଟିଏ ଅସ୍ତ୍ର। କିନ୍ତୁ ଆହ୍ଲାବାଦ ହାଇକୋର୍ଟଙ୍କ ସହ ଏକାଧିକ ହାଇକୋର୍ଟ ନିଜ ଇଚ୍ଛାରେ ପ୍ରାପ୍ତ ବୟସ୍କଙ୍କୁ ବିବାହ କରିବାର ଅଧିକାର ଥିବା କଥା କହିଛନ୍ତି। ସମ୍ବିଧାନରେ ମଧ୍ୟ ଏହାର ବ୍ୟବସ୍ଥା ରହିଛି। ହେଲେ ଉତ୍ତର ପ୍ରଦେଶ ସରକାର ସେହି ସମ୍ବିଧାନରେ ଥିବା ବ୍ୟବସ୍ଥାକୁ ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି।

ଉତ୍ତର ପ୍ରଦେଶ ଏକଦା ଗଙ୍ଗା-ଯମୁନା ସଭ୍ୟତାର ମହାନତା କଥା କହୁଥିଲା। କିନ୍ତୁ ଆଜି ଏହା ଘୃଣ୍ୟ ରାଜନୀତିର ପେଣ୍ଠସ୍ଥଳ ସହ ବିବାଭଜନ ଓ କୁସଂସ୍କାରର ପରିଚୟ ସୃଷ୍ଟି କରିଛି। ତେଣୁ ଏହି ବେଆଇନ ଅଧ୍ୟାଦେଶକୁ ତୁରନ୍ତ ପ୍ରତ୍ୟାହାର କରାଯାଉ ବୋଲି ସେମାନେ ଦାବି କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos