‘ମୁଁ ହିଁ ବିକାଶ ଦୁବେ’ କାନପୁର ୱାଲା: କେମିତି ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକାଶ ଦୁବେ

କାନପୁର: ଉତ୍ତର ପ୍ରଦେଶର କାନପୁର ଶୁଟ ଆଉଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଜି ପୁଲିସ୍‌ ମଧ୍ୟପ୍ରଦେଶର ଉଜୈନରୁ ଗିରଫ କରାଯାଇଛି। ସେ ଶୁକ୍ରବାର ଠାରୁ ପୁଲିସ୍‌କୁ ଚକମା ଦେଇ ଫେରାର ଥିଲା। ଉଜୈନର ମହାକାଳ ମନ୍ଦିରରୁ ବିକାଶ ଦୁବେ ଗିରଫ ହେବା ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଥିଲା।

ବିକାଶ ଦୁବେ ସକାଳ ୮ଟାରେ ମନ୍ଦିର ନିକଟରେ ପହଞ୍ଚିଥିଲା। ସେ ମନ୍ଦିରକୁ ଯିବା ବେଳେ ତାକୁ ମନ୍ଦିରର ସିକ୍ୟୁରିଟି ଗାର୍ଡ ଚିହ୍ନଟ କରିଥିଲେ। ଏହାପରେ ସେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ତୁରନ୍ତ ଭ୍ୟାନ ଧରି ସେଠାରେ ପହଞ୍ଚିଥିଲା। ପୂରା ମନ୍ଦିରକୁ ଘେରାଉ କରି ୧୦ରୁ ୧୨ ଜଣ ପୁଲିସ୍‌ କର୍ମଚାରୀ ମନ୍ଦିର ଭିତରକୁ ଯାଇ ତା’କୁ ଗିରଫ କରିଥିଲେ।

ଏହି ସମୟରେ ବିକାଶ ଦୁବେ ବେଶ ଚମତ୍କାର ଢଙ୍ଗରେ କହିଥିଲା ଯେ ‘ମୁଁ ବିକାଶ ଦୁବେ’ କାନପୁର ୱାଲା। ସେ ଦୁଇ ଥର ଚିତ୍କାର କରି ଏଭଳି କଥା କହିଥିଲା।

ପୁଲିସ୍‌ ତା’କୁ ସେଠାରୁ ଗିରଫ କରି ଭ୍ୟାନ୍‌ ନିକଟକୁ ଆଣିବା ବେଳେ ବି ସେ ‘ମୁଁ ବିକାଶ ଦୁବେ’ କାନପୁର ୱାଲା ବୋଲି ବି କହିଥିଲା। ଉଜୈନ ଜିଲ୍ଲାପାଳ ଆଶିଷ ସିଂହ କହିଛନ୍ତି, ବିକାଶ ଦୁବେ ମହାକାଳ ମନ୍ଦିରକୁ ଯିବା ବେଳେ ତା’ ଉପରେ ସିକ୍ୟୁରିଟି ଗାର୍ଡଙ୍କ ନଜର ପଡ଼ିଥିଲା।

ଏହାପରେ ପୁଲିସ୍ ତୁରନ୍ତ ସେଠାରେ ପହଞ୍ଚି, ତା’କୁ କାବୁ କରିଥିଲେ। ସେ ମଧ୍ୟ ତା’ ପରିଚୟ ସାର୍ବଜନୀନ କରିଛି। ତା’ ଗିରଫଦାରୀ ବାବଦରେ ଉତ୍ତର ପ୍ରଦେଶ ପୁଲିସ୍‌କୁ ଖବର ଦିଆଯାଇଛି। ତା’କୁ ଆଜି ସନ୍ଧ୍ୟା ସୁଦ୍ଧା କାନପୁର ପଠାଯିବ ବୋଲି ସେ କହିଛନ୍ତି।

ଜୁନ୍‌ ୩ରେ ପୁଲିସ୍‌ କର୍ମଚାରୀମାନେ ତା’କୁ ଧରିବାକୁ ଯିବା ବେଳେ ବିକାଶ ଓ ତା’ର ସହଯୋଗୀମାନେ ଗୁଳି କରିଥିଲେ। ଏଥିରେ ୮ ଜଣ ପୁଲିସ୍‌ ସହିଦ ହୋଇଥିଲେ। ସେବେଠାରୁ ତା’କୁ ଧରିବା ପାଇଁ ୨୦ଟି ଟିମ ଗଠନ କରାଯାଇଥିଲା। ପ୍ରଥମେ ସେ ଫରିଦାବାଦରେ ଥିବା ଜଣାପଡ଼ିଥିଲା। ତେବେ ସେଠାରୁ ସେ ଖସି ଯିବାକୁ ସକ୍ଷମ ହୋଇଥିଲା।

ଏହାପରେ ସନ୍ଧ୍ୟା ବେଳେ ପୁଣି ନୋଏଡା ସେକ୍ଟର ୭୧ରେ ସେ ବୁଲୁଥିବା ଖବର ମିଳିଥିଲା। ହେଲେ ରାତ୍ରୀକାଳୀନ କର୍ଫ୍ୟୁ ସତ୍ତ୍ୱେ ସେ ନୋଏଡାରୁ ମଧ୍ୟପ୍ରଦେଶର ଉଜୈନ ଯିବାକୁ ସକ୍ଷମ ହୋଇଥିଲା। ଉତ୍ତର ପ୍ରଦେଶ ପୁଲିସ୍‌ କାଳେ ତା’କୁ ଏନକାଉଣ୍ଟର କରିଦେବ, ସେ ଭୟରେ ସେ ରାଜ୍ୟ ବାହାରକୁ ଚାଲି ଯାଇଥିବା କୁହାଯାଉଛି।

ଆହୁରି ପଢ଼ନ୍ତୁ

ବୁଧବାର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟରେ ଯୋଗଦେଇଥିଲେ ଶାହ

୩ ଅଗଷ୍ଟ, ସୋମବାର: ଜଗିରଖି କାର୍ଯ୍ୟ କରନ୍ତୁ

ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହେଲେ ଶାହ, ଚିକିତ୍ସା ପାଇଁ ଏମ୍ସରୁ ଯିବେ ଡାକ୍ତରୀ ଟିମ୍

ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରୁ ପ୍ରତିବନ୍ଧକ ହଟାଇଲା ନେପାଳ

ଆଡଭାଣୀ ଓ ଯୋଶୀ ଭୂମି ପୂଜନରେ ଯୋଗଦେବେ, କିନ୍ତୁ…

୨ ଅଗଷ୍ଟ, ରବିବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ଭାରତ ବିରୋଧରେ ନେପାଳର ନୂଆ ଚକ୍ରାନ୍ତ

ରିୟା ଚକ୍ରବର୍ତ୍ତୀଙ୍କୁ ଆମେ ପାଉନୁ: ବିହାର ପୁଲିସ ଡିଜି

ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦: ମାନସିକ ଦାସତ୍ୱରୁ ମୁକ୍ତିଯାତ୍ରା

୧ ଅଗଷ୍ଟ, ଶନିବାର: ଜଳାଶୟ ଠାରୁ ଦୂରେଇ ରୁହନ୍ତୁ

ଶେଷରେ ମୁହଁ ଖୋଲିଲେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା, କହିଲେ ମୁଁ ନ୍ୟାୟ ପାଇବି

ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଗାଏବ: ମାମଲା ରୁଜୁ କଲା ଇଡି