କଫିଲ ଖାନଙ୍କ ବିରୋଧରେ କେସ୍‌ କରି ସୁପ୍ରିମକୋର୍ଟରୁ ଝଟକା ଖାଇଲେ ଯୋଗୀ ସରକାର

ନୂଆଦିଲ୍ଲୀ: ଡାକ୍ତର କଫିଲ ଖାନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଯୋଗୀ ସରକାରଙ୍କୁ ବହୁତ ବଡ଼ ଝଟକା ଲାଗିଛି। ଡାକ୍ତର ଖାନ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଉତ୍ତେଜନା ସୃଷ୍ଟି କରିବା ଭଳି ଭାଷଣ ଦେଇଥିବା ଉତ୍ତର ପ୍ରଦେଶ ସରକାର ଅଭିଯୋଗ କରିଥିଲେ। ଏଥିପାଇଁ ତାଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନ(ଏନଏସଏ) ଲାଗୁ କରିବାକୁ ସରକାର ଯୋଜନା କରିଥିଲେ। ହାଇକୋର୍ଟ ପ୍ରଥମେ ସରକାରଙ୍କ ଏହି ଆଭିମୁଖ୍ୟକୁ ଖାରଜ କରିଥିଲେ। ଏହା ବିରୋଧରେ ଯୋଗୀ ସରକାର ସୁପ୍ରିମକୋର୍ଟରେ […]

gf

gf

Hemant Lenka
  • Published: Thursday, 17 December 2020
  • Updated: 17 December 2020, 07:21 PM IST

Sports

Latest News

ନୂଆଦିଲ୍ଲୀ: ଡାକ୍ତର କଫିଲ ଖାନଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ଯୋଗୀ ସରକାରଙ୍କୁ ବହୁତ ବଡ଼ ଝଟକା ଲାଗିଛି। ଡାକ୍ତର ଖାନ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରି ଉତ୍ତେଜନା ସୃଷ୍ଟି କରିବା ଭଳି ଭାଷଣ ଦେଇଥିବା ଉତ୍ତର ପ୍ରଦେଶ ସରକାର ଅଭିଯୋଗ କରିଥିଲେ।

ଏଥିପାଇଁ ତାଙ୍କ ନାଁରେ ଜାତୀୟ ସୁରକ୍ଷା ଆଇନ(ଏନଏସଏ) ଲାଗୁ କରିବାକୁ ସରକାର ଯୋଜନା କରିଥିଲେ। ହାଇକୋର୍ଟ ପ୍ରଥମେ ସରକାରଙ୍କ ଏହି ଆଭିମୁଖ୍ୟକୁ ଖାରଜ କରିଥିଲେ। ଏହା ବିରୋଧରେ ଯୋଗୀ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଆଜି ସୁପ୍ରିମକୋର୍ଟରେ ବି ୟୁପି ସରକାର ଡା. କଫିଲ ଖାନଙ୍କ ମାମଲାରେ ପରାସ୍ତ ହୋଇଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଛନ୍ତି, ଅପରାଧିକ ମାମଲା ସେଥିରେ ଥିବା ମେରିଟ୍‌ ଅନୁସାରେ ବିଚାର କରାଯିବ। ଆପଣ କେବେ ହେଲେ ଆଉ ଏକ ମାମଲାରେ ଆଗୁଆ ଅଟକ ଦଣ୍ଡାଦେଶ ବ୍ୟବହାର କରିପାରିବେ ନାହିଁ। ଆହ୍ଲାବାଦ ହାଇକୋର୍ଟ କଫିଲ ଖାନଙ୍କୁ ଜେଲରୁ ମୁକ୍ତି ଦେବା ଯର୍ଥାଥ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ହାଇକୋର୍ଟ ଗୋଟିଏ ଭଲ ରାୟ ଦେଇଛନ୍ତି। ଏହି ନିର୍ଦ୍ଦେଶରେ ହସ୍ତକ୍ଷେପ କରିବା ପାଇଁ ଆମେ କୌଣସି କାରଣ ପାଉନାହୁଁ। କିନ୍ତୁ କୋର୍ଟଙ୍କ ଅବଜରବେସନ କୌଣସି ଅପରାଧିକ ମାମଲାକୁ ପ୍ରଭାବିତ କରିପାରିବ ନାହିଁ ବୋଲି ସିଜେଆଇ ଜଷ୍ଟିସ ବୋବଡେ କହିଛନ୍ତି।
ସେପ୍ଟେମ୍ବର ୧ରେ ଆହ୍ଲାବାଦ ହାଇକୋର୍ଟ କଫିଲ ଖାନଙ୍କୁ ଯୋଗୀ ସରକାର ଏନଏସଏ ବଳରେ ଅଟକ ରଖିବା ଘଟଣାକୁ ତୀବ୍ର ସମାଲୋଚନା କରିଥିଲେ।

ଏଥିସହ ଏହାକୁ ବେଆଇନ ଦର୍ଶାଇ କଫିଲ ଖାନଙ୍କୁ ତୁରନ୍ତ ଛାଡ଼ିବାକୁ କହିଥିଲେ। ସରକାର ଏହା ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମଧ୍ୟ ଉତ୍ତର ପ୍ରଦେଶ ସରକାରଙ୍କ କଥା ଶୁଣି ନାହାନ୍ତି।

ସୁପ୍ରିମକୋର୍ଟଙ୍କ ରାୟ ପରେ କଫିଲ ଖାନ କହିଛନ୍ତି, “ମୋ ଭାଇ ବାହାଘର ଦିନ ଉତ୍ତର ପ୍ରଦେଶ ସରକାର ମୋତେ ଜେଲ୍‌ରେ ଭର୍ତ୍ତି କରିବାକୁ ଯେଉଁ ଯୋଜନା କରିଥିଲେ, ତାହା ଫସର ଫାଟିଛି। ସେ ଯାହା ବି ହେଉ ନ୍ୟାୟପାଳିକାଙ୍କୁ ଓ ମୋ ସହ ଛିଡ଼ା ହୋଇଥିବା ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଦୀର୍ଘ ସାଢ଼େ ୩ ବର୍ଷ ହେଲା ସମସ୍ତେ ମୋ ସହ ରହିଛନ୍ତି।”

ଆଲିଗଡ଼ରେ କଫିଲ ଖାନ ସିଏଏ ବିରୋଧୀ ଆନ୍ଦୋଳରେ ଯୋଗଦେଇ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ତାଙ୍କୁ ଜାନୁଆରୀ ୨୯ରେ ମୁମ୍ବାଇରୁ ଗିରଫ କରାଯାଇଥିଲା। ତେବେ ହାଇକୋର୍ଟ ଡା. କଫିଲଙ୍କ ବୟାନ କୌଣସି ପ୍ରକାରର ଉତ୍ତେଜନା ସୃଷ୍ଟି କରିବା ଭଳି ନଥିଲା ବୋଲି କହିଥିଲେ। ଶେଷରେ ତାଙ୍କୁ ଫେବୃଆରୀ ୧୦ରେ ଜାମିନ ମିଳିଥିଲା। କିନ୍ତୁ ସେ ଜେଲ୍‌ରୁ ବାହାରିବା ପୂର୍ବରୁ ତାଙ୍କ ନାଁରେ ସରକାର ଏନଏସଏ ଲାଗୁ କରିଥିଲେ। ଏଥିପାଇଁ ତାଙ୍କୁ ଜେଲ୍‌ରେ ରହିବାକୁ ପଡ଼ିଥିଲା। ସମୟକ୍ରମେ ଏହାକୁ ମଧ୍ୟ ଆହ୍ଲାବାଦ ହାଇକୋର୍ଟ ସେପ୍ଟେମ୍ବର ୧ରେ ରଦ୍ଦ କରି କଫିଲ ଖାନଙ୍କୁ ମୁକ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos