ୟୁପିରୁ ବାଂଲାଦେଶୀ ଓ ବିଦେଶୀଙ୍କୁ ତଡ଼ିବାକୁ ନିର୍ଦ୍ଦେଶ

ଲକ୍ଷ୍ନୌ: ଆସାମରେ ବାଂଲାଦେଶୀଙ୍କୁ ବିଦା କରିବାକୁ ଏନ୍‌ଆରସି ଲାଗୁ କରାଯାଇଥିବା ବେଳେ ଏବେ ଉତ୍ତର ପ୍ରଦେଶରେ ଏହାକୁ ନୂଆ ରୂପରେ କାର୍ଯ୍ୟ କରିବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି। ୟୁପିରେ ରହୁଥିବା ବାଂଲାଦେଶ ନାଗରିକ ଓ ଅନ୍ୟ ବିଦେଶୀମାନଙ୍କୁ ଚିହ୍ନଟି କରି ତୁରନ୍ତ ବିଦା କରିବାକୁ ଆଜି ସମସ୍ତ ପୁଲିସ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୟୁପି ପୁଲିସ୍‌ ମୁଖ୍ୟ ଏ ସଂକ୍ରାନ୍ତରେ ଏକ ଚିଠି ଜିଲ୍ଲା ପୁଲିସ୍‌ ଅଧିକାରୀଙ୍କୁ ଲେଖିଛନ୍ତି। ବିଦେଶୀ ନାଗରିକ ଓ ବାଂଲାଦେଶୀମାନେ ଆଭ୍ୟନ୍ତରୀଣ […]

ds

ds

Hemant Lenka
  • Published: Tuesday, 01 October 2019
  • Updated: 01 October 2019, 01:53 PM IST

Sports

Latest News

ଲକ୍ଷ୍ନୌ: ଆସାମରେ ବାଂଲାଦେଶୀଙ୍କୁ ବିଦା କରିବାକୁ ଏନ୍‌ଆରସି ଲାଗୁ କରାଯାଇଥିବା ବେଳେ ଏବେ ଉତ୍ତର ପ୍ରଦେଶରେ ଏହାକୁ ନୂଆ ରୂପରେ କାର୍ଯ୍ୟ କରିବାକୁ ଯୋଗୀ ସରକାର ନିଷ୍ପତ୍ତି ନେଇଛନ୍ତି।

ୟୁପିରେ ରହୁଥିବା ବାଂଲାଦେଶ ନାଗରିକ ଓ ଅନ୍ୟ ବିଦେଶୀମାନଙ୍କୁ ଚିହ୍ନଟି କରି ତୁରନ୍ତ ବିଦା କରିବାକୁ ଆଜି ସମସ୍ତ ପୁଲିସ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୟୁପି ପୁଲିସ୍‌ ମୁଖ୍ୟ ଏ ସଂକ୍ରାନ୍ତରେ ଏକ ଚିଠି ଜିଲ୍ଲା ପୁଲିସ୍‌ ଅଧିକାରୀଙ୍କୁ ଲେଖିଛନ୍ତି। ବିଦେଶୀ ନାଗରିକ ଓ ବାଂଲାଦେଶୀମାନେ ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପଦରେ ପକାଉଥିବାରୁ ଏଭଳି ନିଷ୍ପିତ୍ତି ନିଆଯାଉଥିବା ଡିଜିପି କହିଛନ୍ତି।

ସେ ତାଙ୍କ ନିର୍ଦ୍ଦେଶନାମାରେ ଲେଖିଛନ୍ତି, ରାଜ୍ୟର ଥିବା ସମସ୍ତ ଜିଲ୍ଲାର ପୁଲିସ୍‌ ପ୍ରଶାସନ ବାଂଲାଦେଶୀ ଓ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବେ। ଏହାପରେ ଏକ ନିର୍ଦ୍ଦିଷ୍ଟ ସମୟରେ ଏମାନଙ୍କୁ ଦେଶରୁ ବିଦା କରାଯିବ। ଏହା ଉପରେ ବରିଷ୍ଠ ଅଧିକାରୀମାନେ ନଜର ରଖିବେ। ଜିଲ୍ଲା ପୁଲିସ୍‌ ବିଭିନ୍ନ ବସ୍ତି ଓ ଅନ୍ୟାନ୍ୟ ସ୍ଥାନକୁ ଯାଇ ପ୍ରଥମେ ଲୋକମାନଙ୍କ ନଥିପତ୍ର ଯାଞ୍ଚ କରିବ। ଯଦି କାହା ଉପରେ ସନ୍ଦେହ ହୁଏ, ତା’ହେଲେ ସେମାନଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ମାଗିବେ।

ସେହିପରି ପୁଲିସ୍‌ ପକ୍ଷରୁ ବିଦେଶୀ ନାଗରିକମାନଙ୍କ ପାଇଁ ବେଆଇନ୍‌ ଭାବେ ପ୍ରମାଣପତ୍ର ତିଆରି କରୁଥିବା ଅଧିକାରୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଅନେକ ସମୟରେ ନିର୍ମାଣ କାର୍ଯ୍ୟରେ ସାମିଲ ହେଉଥିବା ଶ୍ରମିକମାନେ ବାଂଲାଦେଶରୁ ଆସି ଥାଆନ୍ତି। ତେଣୁ ଏବେଠାରୁ ନିର୍ମାଣ କାର୍ଯ୍ୟରେ ସାମିଲ ହେଉଥିବା ଶ୍ରମିକମାନଙ୍କ ପ୍ରମାଣପତ୍ର ପ୍ରଥମେ ଯାଞ୍ଚ କରିବାକୁ ସମସ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଫିଙ୍ଗରପ୍ରିଣ୍ଟ ଦ୍ୱାରା ବାଂଲାଦେଶୀ ଓ ବିଦେଶୀ ନାଗରିକଙ୍କୁ ଚିହ୍ନଟ କରିବାକୁ ଡିଜିପି ତାଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଛନ୍ତି।

ଆସାମରେ ଲାଗୁ ହେଉଥିବା ଏନ୍‌ଆରସି ଯୋଗୁ ପ୍ରାୟ ୧୯ ଲକ୍ଷ ଲୋକ ଭାରତୀୟ ନାଗରିକତ୍ୱ ହରାଇଛନ୍ତି। ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସାମ ଏନ୍‌ଆରସି ପ୍ରକ୍ରିୟାକୁ ସମର୍ଥନ କରିଥିଲେ।

ଏଥିସହ ଆସାମ ଭଳି ୟୁପିରେ ମଧ୍ୟ ଜାତୀୟ ସୁରକ୍ଷା ପାଇଁ ଏନ୍‌ଆରସି ଲାଗୁ କରାଯିବ ବୋଲି କହିଥିଲେ। ଏବେ ଭିନ୍ନ ଉପାୟରେ ଯୋଗୀ ସରକାର ୟୁପିରେ ଏନ୍‌ଆରସି ଲାଗୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos