କଶ୍ମିରୀ ଝିଅଙ୍କୁ ବାହା ହୋଇ ଦୁଇ ଭାଇ ଗିରଫ

ପାଟନା: ଦୁଇ ଜଣ କଶ୍ମିରୀ ଝିଅଙ୍କୁ ବିବାହ କରିବା ବିହାରର ଦୁଇ ଜଣ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଦୁଇ ଜଣ ଯୁବକ ସମ୍ପର୍କରେ ଦୁଇ ଭାଇ। ପୁଲିସ୍‌ ଏମାନଙ୍କୁ ଗିରଫ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିହାରର ସୁପଲ ଜିଲ୍ଲାରେ ରହୁଥିବା ଏହି ଦୁଇ ଜଣ ଭାଇ ଜମ୍ମୁ-କଶ୍ମୀରରୁ ଧାରା ୩୫-ଏ ହଟିବା ପରେ ହିଁ ଦୁଇ ଜଣ କଶ୍ମିରୀ ଝିଅଙ୍କୁ ବିବାହ କରିଥିଲେ। ଏହି ଦୁଇ କଶ୍ମିରୀ ଝିଅ ସମ୍ପର୍କରେ […]

rt

rt

Hemant Lenka
  • Published: Friday, 30 August 2019
  • Updated: 30 August 2019, 03:48 PM IST

Sports

Latest News

ପାଟନା: ଦୁଇ ଜଣ କଶ୍ମିରୀ ଝିଅଙ୍କୁ ବିବାହ କରିବା ବିହାରର ଦୁଇ ଜଣ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏହି ଦୁଇ ଜଣ ଯୁବକ ସମ୍ପର୍କରେ ଦୁଇ ଭାଇ। ପୁଲିସ୍‌ ଏମାନଙ୍କୁ ଗିରଫ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିହାରର ସୁପଲ ଜିଲ୍ଲାରେ ରହୁଥିବା ଏହି ଦୁଇ ଜଣ ଭାଇ ଜମ୍ମୁ-କଶ୍ମୀରରୁ ଧାରା ୩୫-ଏ ହଟିବା ପରେ ହିଁ ଦୁଇ ଜଣ କଶ୍ମିରୀ ଝିଅଙ୍କୁ ବିବାହ କରିଥିଲେ। ଏହି ଦୁଇ କଶ୍ମିରୀ ଝିଅ ସମ୍ପର୍କରେ ମଧ୍ୟ ଦୁଇ ଭଉଣୀ।

ଏମାନଙ୍କୁ ରାମବିଷ୍ଣୁପୁର ଗାଁରୁ ଉଦ୍ଧାର କରାଯାଇଛି। ଏହି ଦୁଇ ଭଉଣୀ ଏବଂ ଦୁଇ ଭାଇ ସ୍ୱାମୀସ୍ତ୍ରୀ ଭାବେ ରହୁଥିବା ପ୍ରଥମେ ଗାଁ ଲୋକମାନେ ପୁଲିସ୍‌କୁ ଖବର ଦେଇଥିଲେ।
ପୁଲିସ୍‌ର ସୂଚନା ଅନୁଯାୟୀ, ରାମବିଷ୍ଣୁପୁରରେ ରହୁଥିବା ପରଭେଜ ଆଲମ ଓ ମହମ୍ମଦ ୱାସିମ ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାରେ ରହୁଥିବା ସାଇନା ୟୁସୁଫ ଓ ନହୀଦା ୟୁସୁଫଙ୍କୁ ଭଲ ପାଉଥିଲେ। ଏହାପରେ ସେମାନେ ଫେରାର ହୋଇ ବିବାହ କରିଥିଲେ।

ହେଲେ ଅଗଷ୍ଟ ୨୪ରେ ଦୁଇ ଜଣ ଯାକ ଝିଅଙ୍କ ବାପା ପୁଲିସ୍‌ ନିକଟରେ ପରଭେଜ ଓ ୱାସିମ ନାଁରେ ଅପହରଣ ମାମଲା ରୁଜୁ କରିଥିଲେ। ଏବେ ପୁଲିସ୍‌ ଉଭୟଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos