ଉରନ୍‌ ସନ୍ଦିଗ୍ଧଙ୍କ ସ୍କେଚ୍‌ ଜାରି କଲା ମୁମ୍ୱାଇ ପୋଲିସ୍‌

ମୁମ୍ୱାଇ:  ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗତିବିଧିକୁ ନେଇ ମୁମ୍ୱାଇ ଓ ମହାରାଷ୍ଟ୍ରରେ ହାଇ ଆଲର୍ଟ ପରେ ସେମାନଙ୍କୁ ଦେଖିଥିବା ସ୍କୁଲ ପିଲାଙ୍କ ସାହାଯ୍ୟରେ ପ୍ରସ୍ତୁତ ହୋଇଥିବା ସ୍କେଚ୍‌କୁ ଗତକାଲି ସନ୍ଧ୍ୟାରେ ମୁମ୍ୱାଇ ପୋଲିସ୍  ଜାରି କରିଛି।  ସନ୍ଦିଗ୍ଧଙ୍କୁ ଠାବ କରିବା ପାଇଁ ପୋଲିସ୍‌, କ୍ୱିକ୍‌ ରେସ୍‌ପୋନ୍‌ସ ଟିମ୍‌, ସାଉଥ୍‌ ନେଭି କମାଣ୍ଡର ଯବାନ, ଏନ୍‌ଏସ୍‌ଜି ଓ ସିଆଇଏସ୍‌ଏଫ୍‌ ପକ୍ଷରୁ ମିଳିତ ଅପରେସନ୍‌ ଚାଳାଇଛି। ଗତକାଲି ସକାଳେ  ମୁମ୍ୱାଇଠାରୁ ୫୦ କିଲୋମିଟର ଦୂର ଉରନ ସ୍ଥିତ ନୌସେନା ବେସ୍‌ ନିକଟରେ […]

mubai

mubai

Rakesh Mallick
  • Published: Friday, 23 September 2016
  • Updated: 23 September 2016, 09:50 AM IST

ମୁମ୍ୱାଇ:  ସନ୍ଦିଗ୍ଧ ଆତଙ୍କବାଦୀଙ୍କ ଗତିବିଧିକୁ ନେଇ ମୁମ୍ୱାଇ ଓ ମହାରାଷ୍ଟ୍ରରେ ହାଇ ଆଲର୍ଟ ପରେ ସେମାନଙ୍କୁ ଦେଖିଥିବା ସ୍କୁଲ ପିଲାଙ୍କ ସାହାଯ୍ୟରେ ପ୍ରସ୍ତୁତ ହୋଇଥିବା ସ୍କେଚ୍‌କୁ ଗତକାଲି ସନ୍ଧ୍ୟାରେ ମୁମ୍ୱାଇ ପୋଲିସ୍  ଜାରି କରିଛି।  ସନ୍ଦିଗ୍ଧଙ୍କୁ ଠାବ କରିବା ପାଇଁ ପୋଲିସ୍‌, କ୍ୱିକ୍‌ ରେସ୍‌ପୋନ୍‌ସ ଟିମ୍‌, ସାଉଥ୍‌ ନେଭି କମାଣ୍ଡର ଯବାନ, ଏନ୍‌ଏସ୍‌ଜି ଓ ସିଆଇଏସ୍‌ଏଫ୍‌ ପକ୍ଷରୁ ମିଳିତ ଅପରେସନ୍‌ ଚାଳାଇଛି।

ଗତକାଲି ସକାଳେ  ମୁମ୍ୱାଇଠାରୁ ୫୦ କିଲୋମିଟର ଦୂର ଉରନ ସ୍ଥିତ ନୌସେନା ବେସ୍‌ ନିକଟରେ ୫ରୁ୬ ଜଣ ସନ୍ଦିଗ୍ଧ ବୁଲୁଥିବା ଦେଖି କିଛି ସ୍କୁଲ ପିଲା ପୋଲିସକୁ ଖବର ଦେଇଥିଲେ। ସଂପୃକ୍ତ ପିଲାଙ୍କ କହିବା ଅନୁଯାୟୀ ଏହି ସନ୍ଦିଗ୍ଧ ବନ୍ଧୁକଧାରୀମାନେ ଉରନ ସ୍ଥିତ ଆଇଏନ୍‌ଏସ୍‌ ଅଭିମନ୍ୟୁ ପରିସର ନିକଟରେ ବୁଲୁଥିଲେ।

ପୋଲିସ୍‌ ଏନେଇ ନୌସେନାକୁ ଖବର ଦେବା ପରେ ମୁମ୍ୱାଇ ଓ ମହାରାଷ୍ଟ୍ରରେ ହାଇ ଆଲର୍ଟ ଜାରି କରାଯାଇଛି। ସନ୍ଦିଗ୍ଧଙ୍କ ସମ୍ପର୍କରେ ଅଧିକ ସୂଚନା ପାଇଁ ନୌସେନା ପକ୍ଷରୁ ସଂପୃକ୍ତ ସ୍କୁଲ ପିଲା ଓ ସ୍ଥାନୀୟ ମତ୍ସଜୀବୀଙ୍କୁ ପଚରାଉଚରା କରାଯାଉଛି।

ପିଲାଙ୍କ କହିବା ଅନୁଯାୟୀ ସନ୍ଦିଗ୍ଧମାନେ ପରସ୍ପର ମଧ୍ୟରେ କୌଣସି ଅନ୍ୟ ଭାଷାରେ କଥା ହେବା ସହ ସ୍କୁଲ ଓ ଓନ୍‌ଏଜିସି ଭଳି ଶଦ୍ଦ ଉଚ୍ଚାରଣ କରୁଥିଲେ। ଏହି ଘଟଣା ପରେ ଉରନ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ସମଗ୍ର ମୁମ୍ୱାଇରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର୍‌ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos