ପାରୋଲରେ ମୁକୁଳିଲେ ଆତ୍ମଘୋଷିତ ଧର୍ମଗୁରୁ ରାମ ରହିମ

ଚଣ୍ଡିଗଡ଼: ଜଣେ ସ୍ୱାଧୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ହରିୟାଣାର ସୁନାରିଆ ଜେଲରେ ବନ୍ଦୀ ଥିବା a jo ତଥା ଡେରାସଚ୍ଚା ସୌଦା ପ୍ରମୁଖ ଗୁରୁମିତ ରାମ ରହିମଙ୍କୁ ମିଳିଛି ପାରୋଲ। ୪୦ ଦିନିଆ ପାରୋଲରେ ମୁକୁଳିଥିବା ରାମ ରହିମ ଆଜି ସକାଳେ କଡ଼ା ସୁରକ୍ଷା ମଧ୍ୟରେ ବାଗପାଟ ଅଭିମୁଖେ ଯାତ୍ରା କରିଛନ୍ତି।

ଜଣେ ସ୍ୱାଧୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ତାଙ୍କୁ ୨୦ ବର୍ଷ ହେଲ୍‌ ଦଣ୍ଡାଦେଶ ହୋଇଥିବା ବେଳେ ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି।  ଏହି ଅଭିଯୋଗରେ ୨୦୧୭ ମସିହାରୁ ସେ ସୁନାରିଆ ଜେଲରେ କଏଦୀ ଭାବେ ରହି ଆସୁଛନ୍ତି।

ପୂର୍ବରୁ ବହୁ ଥର ପାରୋଲରେ ବାହାରି ସାରିଥିବା ଡେରାସଚ୍ଚା ସୌଦା ପ୍ରମୁଖଙ୍କୁ ଏଥର ବି ପାରୋଲ ମିଳିଛି। ଏନେଇ ତାଙ୍କ ପରିବାର ପକ୍ଷରୁ ଆବେଦନ କରାଯାଇଥିବା ବେଳେ ରାମ ରହିମଙ୍କୁ ପାରୋଲ ମିଳିବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର ଥିଲା।

ଜେଲ୍‌ ମାନୁଆନ ଅନୁଯାୟୀ ରାମ ରହିମଙ୍କୁ ପାରୋଲ ମିଳିଥିବା କହିଛନ୍ତି ହରିୟାଣାର ଜେଲ୍‌ ମନ୍ତ୍ରୀ । ଏନେଇ ସେ କହିଛନ୍ତି, ପାରୋଲ ସମ୍ବନ୍ଧରେ ଜେଲର ନିଜସ୍ୱ ବ୍ୟବସ୍ଥା ଅଛି। ଯେତେବେଳେ ଜଣେ ବ୍ୟକ୍ତି ଜେଲରେ ଅଛନ୍ତି, ତାଙ୍କ ପରିବାର ସଦସ୍ୟ ପାରୋଲ ପାଇଁ ଆବେଦନ କରନ୍ତି, ଏହା ସେମାନଙ୍କର ଅଧିକାର । ଏ ସମ୍ପର୍କରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଫେବୃଆରୀରେ ରାମ ରହୀମଙ୍କୁ ୨୧ ପାରୋଲ ମିଳିଥିଲା। ଏହାପରେ ଜୁନ୍ ୨୭ରେ ରାମ ରହୀମଙ୍କୁ ୩୦ ଦିନ ପାଇଁ ପାରୋଲ୍ ଦିଆଯାଇଥିଲା। ଏଥର ୪୦ ଦିନ ପାରୋଲ ମଞ୍ଜୁର କରାଯାଇଥିବା ଜଣାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।