ଡିଲ୍ ଫାଇନାଲ୍: ଭାରତକୁ ୯୦ ମିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ ଦେବ ଆମେରିକା
ୱାଶିଂଟନ: ଅଧିକ ଶକ୍ତିଶାଳୀ ହେବ ଭାରତୀୟ ପ୍ରତିରକ୍ଷା ବାହିନୀ। ଭାରତର ସାମରିକ ଶକ୍ତିକୁ ଅଧିକ ସୁଦୃଢ଼ କରିବା ପାଇଁ ଆମେରିକା ସରକାର ନୂଆଦିଲ୍ଲୀକୁ ୯୦ ମିଲିୟନ ଡଲାରର ପ୍ରତିରକ୍ଷା ସାମଗ୍ରୀ ଯୋଗାଇ ଦେବାକୁ ଡିଲ୍ ଫାଇନାଲ କରିଛନ୍ତି। ଏଥିସହ ଭାରତ ତା’ ପାଖରେ ଥିବା ସି-୧୩୦ ଜେ ସୁପର ହର୍କୁଲେସ ମିଲିଟାରୀ ଟ୍ରାନ୍ସଫୋର୍ଟ ଏୟାରକ୍ରାଫ୍ଟଙ୍କୁ ମଧ୍ୟ ଆମେରିକା ସହାୟତାରେ ଅପଗ୍ରେଡ କରିବ। ଆମେରିକା ସହ ଏହି ପ୍ରତିରକ୍ଷା ଚୁକ୍ତି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ମଜଭୁତ କରିବ ବୋଲି ଡିଏସସିଏ ପକ୍ଷରୁ କୁହାଯାଇଛି।
ଭାରତ ପକ୍ଷରୁ କିଣା ହେବାକୁ ଥିବା ସାମରିକ ଉପକରଣ ମଧ୍ୟରେ ବିମାନରେ ଲାଗୁଥିବା ସାଗ୍ରୀ ସହ କାଟରିଜ, ଆକ୍ୟୁଟେଡ୍ ଡିଭାଇସ୍, ପ୍ରୋପେଲାଣ୍ଟ ଆକ୍ୟୁଟେଡ୍ ଡିଭାଇସ୍, ଅଗ୍ନିନିର୍ବାପକ କାଟରଜି, ପ୍ଲେୟାର କାଟରିଜ୍, ଅତ୍ୟାଧୁନିକ ରାଡାର ୱାର୍ଣ୍ଣିଂ ରେସିଭର ଶିପେଷ୍ଟ, ୧୦ଟି ହାଲୁକା ଓଜନର ନାଇଟ୍ ଭିଜନ୍ ବାଇନାକୁଲାର୍, ୧୦ଟି ଏଏନ/ଏଭିଏସ-୯ ନାଇଟ୍ ଭିଜନ୍ ଗଗଲ୍, ଜିପିଏସ, ବୈଦ୍ୟୁତିକ ୱେରଫେୟାର, ଇନଷ୍ଟ୍ରୁମେଣ୍ଟ ଓ ଲ୍ୟାବରେ ଲାଗିପାରୁ ଥିବା ଜିନିଷ ଇତ୍ୟାଦି ରହିଛି। ଏସବୁର ମୂଲ୍ୟ ୯୦ ମିଲିୟନ ଡଲାର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।