ଚାଇନାର ୨୪ଟି କମ୍ପାନୀକୁ କଳା ତାଲିକାଭୁକ୍ତ କଲା ଆମେରିକା

ୱାଶିଂଟନ: ଚାଇନାକୁ ଆଉ ଏକ ଝଟକା ଦେଇଛି ଆମେରିକା। ଦକ୍ଷିଣ ଚାଇନା ସାଗରର ବିବାଦୀୟ ଜଳରେ କୃତ୍ରିମ ଦ୍ୱୀପ ନିର୍ମାଣ କରିବା ପାଇଁ କିଛି ଚାଇନିଜ କମ୍ପାନୀ କାମ କରୁଥିଲେ। ଏହି କମ୍ପାନୀମାନଙ୍କ ମଧ୍ୟରୁ ୨୪ଟି କମ୍ପାନୀ ଓ ସମ୍ପୃକ୍ତ ଅଧିକାରୀଙ୍କ ଉପରେ ଆମେରିକା ବୁଧବାର ବ୍ୟାନ ଲଗାଇଛି। ଏମାନଙ୍କୁ କଳାତାଲିକା ଭୁକ୍ତ କରାଯାଇଛି। ଏହି ୨୪ଟି ରାଷ୍ଟ୍ରାୟତ୍ତ ସଂସ୍ଥା ମଧ୍ୟରେ ଚାଇନା କମ୍ୟୁନିକେସନ୍ କନଷ୍ଟ୍ରକସନ କମ୍ପାନୀ, ଟେଲିକମ୍ ସଂସ୍ଥା ଓ ଚାଇନା ଶିପ୍‌ବିଲ୍ଡିଂ ଗ୍ରୁପର ଗୋଟିଏ ୟୁନିଟ୍ ରହିଥିବା ଜଣାପଡ଼ିଛି।

ବେଜିଂ ନିକଟବର୍ତ୍ତୀ ଦକ୍ଷିଣ ଚାଇନା ସାଗରରେ ଚାଇନା ପକ୍ଷରୁ କୃତ୍ରିମ ସାମରିକ ଦ୍ୱୀପ ନିର୍ମାଣ କରାଯାଉଛି। ବେଜିଂ ଉପରେ ଚାପ ପକାଇବାକୁ ୱାଶିଂଟନ୍ ଏହିପରି ପଦକ୍ଷେପ ନେଉଛି।

ଆମେରିକାର ବାଣିଜ୍ୟ ବିଭାଗ କହିଛି ଯେ ଏହି କମ୍ପାନୀଗୁଡ଼ିକ ଚାଇନାକୁ ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ସାମରିକ ଉପଯୋଗୀ ଓ ଆଉଟପୋଷ୍ଟ ନିର୍ମାଣ କରିବାରେ ସାହାଯ୍ୟ କରିଛନ୍ତି। ତେଣୁ ସେମାନଙ୍କୁ କଳାତାଲିକା ଭୁକ୍ତ କରାଯାଇଛି।

ଆହୁରି ପଢ଼ନ୍ତୁ

ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବେଙ୍ଗାଲୁରୁ: ବିଜେପି ସାଂସଦ

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକଙ୍କ ପାଇଁ ଭାରତରେ ବଢ଼ିଥିଲା କରୋନା!

ନୀତୀଶ କୁମାରଙ୍କ ଦଳରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ରବି କିଶନଙ୍କୁ ମିଳୁଛି ହତ୍ୟା ଧମକ!

ଉମା ଭାରତୀ କରୋନାରେ ଆକ୍ରାନ୍ତ

ଦିନକରେ ୮୮,୬୦୦ ଆକ୍ରାନ୍ତ, ୯୨ ହଜାର ସୁସ୍ଥ

ଆଜି ନୀତୀଶ କୁମାରଙ୍କ ଦଳରେ ସାମିଲ ହେବେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ସୁପର୍ ସଣ୍ଡେ’ରେ ରୟାଲ୍ସକୁ ଭେଟିବ କିଙ୍ଗସ୍ ଇଲେଭେନ୍: ଫେରି ପାରନ୍ତି ବଟଲର୍ ଓ ଗେଲ୍

‘ଶିରୋମଣି ଅକାଳି ଦଳ ଓ ଶିବସେନା ବିନା ଏନଡିଏର ଅସ୍ଥିତ୍ୱ ନାହିଁ’

ଠକି ପାରିବେନି, ବଦଳିଗଲା ଡ୍ରାଇଭିଂ ଲାଇସେନ୍ସ ଏବଂ ଇ-ଚାଲାଣ ନିୟମ