ବାଇଡେନଙ୍କ ଶପଥ ପାଠ ପୂର୍ବରୁ କ୍ୟାପିଟଲ ଶଟଡାଉନ
ୱାଶିଂଟନ: ଆସନ୍ତା ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋ ବାଇଡେନ। ତେବେ ଏହାର ଦୁଇ ଦିନ ପୂର୍ବରୁ ଆମେରିକାର କ୍ୟାପିଟଲ କମ୍ପ୍ଲେକ୍ସକୁ ଅସ୍ଥାୟୀ ଭାବେ ଶଟଡାଉନ କରି ଦିଆଯାଇଛି। ଆଜି ହଠାତ୍ କ୍ୟାପିଟଲ କମ୍ପ୍ଲେକ୍ସ ନିକଟରେ ଅଗ୍ନିକାଣ୍ଡ ଘଟିବାରୁ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ସେହିପରି ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। କିଛି ଦିନ ତଳେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ କ୍ୟାପିଟଲ ବିଲ୍ଡିଂରେ ପ୍ରବେଶ କରି ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ଏଥିରେ ୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା। ୨୦ ତାରିଖରେ ବାଇଡେନଙ୍କ ଶପଥ ପାଠ କାର୍ଯ୍ୟକ୍ରମ ବେଳେ କାଳେ ପୁଣି ହିଂସାକାଣ୍ତ ଘଟିବ, ସେହି ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
Public safety and law enforcement responded to a small fire in the area of 1st and F streets SE, Washington, D.C. that has been extinguished. Out of an abundance of caution the U.S. Capitol complex was temporarily shutdown. There is no threat to the public. pic.twitter.com/kQfAI4NxNK
— U.S. Secret Service (@SecretService) January 18, 2021
ଆଜିର ଅଗ୍ନିକାଣ୍ଡ ସମ୍ପର୍କରେ ଆମେରିକା ସିକ୍ରେଟ ସର୍ଭିସ କହିଛି ଯେ ଲୋକଙ୍କ ସୁରକ୍ଷାରେ ନିୟୋଜିତ କର୍ମୀମାନେ ୱାଶିଂଟନି ଡିସିର ଏଫ ଷ୍ଟ୍ରିଟସ୍ର ଏସ୍ଇ ଲାଗିଥିବା ଛୋଟ ଧରଣର ଅଗ୍ନିକାଣ୍ଡକୁ ତୁରନ୍ତ ନିୟନ୍ତ୍ରଣ କରି ନେଇଛନ୍ତି। ତେବେ ସତର୍କତା ଦୃଷ୍ଟିରୁ କ୍ୟାପିଟଲ କମ୍ପ୍ଲେକ୍ସକୁ ଅସ୍ଥାୟୀ ରୂପେ ଶଟଡାଉନ କାରାଯାଇଛି। ଲୋକଙ୍କ ଜୀବନ ପ୍ରତି ଆଦୌ ବିପଦ ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।