ଲାଡେନ୍‌ର ପୁଅକୁ ଧରିବାକୁ ଆମେରିକାର ପୁରସ୍କାର ଘୋଷଣା

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ତଥା ଅଲକାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ର ମୃତ୍ୟୁ ପରେ ଏବେ ତା’ ପୁଅକୁ ମଧ୍ୟ ଆମେରିକା ଖୋଜିବା ଆରମ୍ଭ କରିଛି। ଲାଡେନ୍‌ ପୁଅ ହାମଜା ସମ୍ପର୍କରେ ଯିଏ ସୂଚନା ଦେବ, ତାକୁ ଆମେରିକା ଏକ ମିଲିୟନ୍‌ ଡଲାର (୭ କୋଟି ଟଙ୍କା) ପୁରସ୍କାର ଦେବ ବୋଲି ଆଜି ଘୋଷଣା କରିଛି। ୨୦୧୧ରେ ଏକ ସର୍ଜିକାଲ ଷ୍ଟ୍ରାଇକ କରି ଲାଡେନ୍‌କୁ ଆମେରିକା ସେନା ହତ୍ୟା କରିଥିଲେ। ତା’ ଅନ୍ତେ ତା’ ପୁଅ […]

t

t

Hemant Lenka
  • Published: Friday, 01 March 2019
  • Updated: 01 March 2019, 04:05 PM IST

Sports

Latest News

ୱାଶିଂଟନ୍‌: କୁଖ୍ୟାତ ଆତଙ୍କବାଦୀ ତଥା ଅଲକାଏଦାର ପୂର୍ବତନ ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ର ମୃତ୍ୟୁ ପରେ ଏବେ ତା’ ପୁଅକୁ ମଧ୍ୟ ଆମେରିକା ଖୋଜିବା ଆରମ୍ଭ କରିଛି।

ଲାଡେନ୍‌ ପୁଅ ହାମଜା ସମ୍ପର୍କରେ ଯିଏ ସୂଚନା ଦେବ, ତାକୁ ଆମେରିକା ଏକ ମିଲିୟନ୍‌ ଡଲାର (୭ କୋଟି ଟଙ୍କା) ପୁରସ୍କାର ଦେବ ବୋଲି ଆଜି ଘୋଷଣା କରିଛି। ୨୦୧୧ରେ ଏକ ସର୍ଜିକାଲ ଷ୍ଟ୍ରାଇକ କରି ଲାଡେନ୍‌କୁ ଆମେରିକା ସେନା ହତ୍ୟା କରିଥିଲେ। ତା’ ଅନ୍ତେ ତା' ପୁଅ ହାମଜା ବିନ୍‌ ଲାଡେନ୍‌ ଏବେ ଜେହାଦୀ ପ୍ରିନ୍ସ ଵନିଯାଇ ତା’ ବାପା ଭଳି ଆତଙ୍କୀ ସଂଗଠନ ଚଳାଇଛି।

ହାମଜା ଲାଡେନ୍‌ ତା' ବାପାର ହତ୍ୟାର ପ୍ରତିଶୋଧ ନେବ ବୋଲି ପୂର୍ବରୁ ଧମକ ଦେଇଥିଲା। ଏବେ ଆମେରିକା ହାମଜାକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି। କିଛି ରିପୋର୍ଟରେ ହାମଜା ଆଫ୍‌ଗାନିସ୍ତାନରେ ଥିବା କୁହାଯାଉଥିବା ବେଳେ ଆଉ କିଛି ରିପୋର୍ଟରେ ସେ ସିରିଆ କିମ୍ବା ପାକିସ୍ତାନରେ ଥିବା କୁହାଯାଉଛି।

ସେହିଭଳି ଆଉ ଏକ ରିପୋର୍ଟରେ ସେ ଇରାନ୍‌ରେ ଗୃହବନ୍ଦୀ ଥିବା ମଧ୍ୟ କୁହାଯାଇଛି। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସୂଚନା ମିଳୁଥିବାରୁ ଏବେ ଆମେରିକା ସରକାର ହାମଜା ସମ୍ପର୍କରେ କେହି ସଠିକ ତଥ୍ୟ ଦେଲେ ଆର୍ଥିକ ପୁରସ୍କାର ମିଳିବ ବୋଲି ଘୋଷଣା କରିଛନ୍ତି।

୯/୧୧ ଆମେରିକା ଆକ୍ରମଣ ପରେ ଆମେରିକା ପାକିସ୍ତାନରେ ଆବୋଟ୍ଟାବାଦରେ ସେ ରହୁଥିବା କୋଠାରେ ପ୍ରବେଶ କରି ଲାଡେନ୍‌କୁ ହତ୍ୟା କରିଥିଲା। ଏହି ହତ୍ୟାର ପ୍ରତିଶୋଧ ନେବାକୁ ୩୦ ବର୍ଷୀୟ ହାମଜା କିଛି ଦିନ ତଳେ ସମସ୍ତ ଜେହାଦୀଙ୍କୁ ଏକାଠି ହୋଇ ଆମେରିକା ବିରୋଧରେ ଯୁଦ୍ଧ କରିବାକୁ ଆହ୍ୱାନ ଦେଇଥିଲା। ଏବେ ସେ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ବିପଦ ଭାବେ ଉଭା ହୋଇଥିବାରୁ ତାକୁ ଠାବ କରି ନିପାତ କରିବାକୁ ଆମେରିକା ସରକାର ସ୍ଥିର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos