ଭାରତ-ଚାଇନା ସୀମା ବିବାଦରେ ମଧ୍ୟସ୍ଥତା କରିବାକୁ ଟ୍ରମ୍ପ ଆଗ୍ରହୀ

ୱାଶିଂଟନ: ପୁଣିଥରେ ଭାରତର ସୀମା ବିବାଦ ପ୍ରସଙ୍ଗରେ ମୁଣ୍ଡ ଖେଳାଇଛି ଆମେରିକା। ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ଭାରତ ଓ ପାକିସ୍ତାନ ବିବାଦର ସମାଧାନ କରିବାକୁ ମଧ୍ୟସ୍ଥତା ହେବାକୁ ଆଗ୍ରହ ଦେଖାଇଥିବା ଆମେରିକା ଏବେ ପୁଣି ସମାନ କଥା ଦୋହରାଇଛି।

ବର୍ତ୍ତମାନ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ସୃଷ୍ଟି ହୋଇଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ ମଧ୍ୟସ୍ଥତା କରିବାକୁ ଆଗ୍ରହ ଦେଖାଇଛନ୍ତି। ଏନେଇ ସେ ଭାରତ ଓ ଚାଇନାକୁ ଜଣାଇ ସାରିଥିବା ମଧ୍ୟ କରିଛନ୍ତି।

ଟ୍ରମ୍ପ ଟ୍ୱିଟ କରି କହିଛନ୍ତି, “ବର୍ତ୍ତମାନ ଏଲଏସିରେ ଭାରତ ଓ ଚାଇନା ମଧ୍ୟରେ ବିବାଦ ଦେଖାଦେଇଛି। ଏହା ଉପରେ ଆମର ନଜର ରହିଛି। ଆମେ ଉଭୟ ଭାରତ ଓ ଚାଇନାକୁ ସୀମା ବିବାଦର ସମାଧାନ କରିବାରେ ସହଯୋଗ କରିବାକୁ ପ୍ରସ୍ତୁତ। ଏନେଇ ଉଭୟ ଦେଶଙ୍କୁ ମଧ୍ୟ ଅବଗତ କରାଇ ଦେଇଛୁ। ଯଦି ସେମାନେ ଚାହିଁବେ, ତା’ହେଲେ ଏହି ସୀମା ବିବାଦର ସମାଧାନ ପାଇଁ ଆମେରିକା ମଧ୍ୟସ୍ଥତା କରିବ। ଆମେରିକା ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଓ ଇଚ୍ଛୁକ। ଧନ୍ୟବାଦ।”

ମେ’ ୫ରୁ ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଆରମ୍ଭ ହୋଇଛି। ଉଭୟ ଲଦାଖ ଓ ଉତ୍ତର ସିକ୍କିମ ସୀମାରେ ଉଭୟ ଦେଶ ଅଧିକ ସଂଖ୍ୟକ ଫୋର୍ସ ମୁତୟନ କରିବାରେ ଲାଗିଛନ୍ତି।

ଦିନକୁ ଦିନ ସ୍ଥିତି ବିଗୁଡ଼ୁଥିବାରୁ ଆଜି ଟ୍ରମ୍ପ ମଧ୍ୟସ୍ଥତା ବାଣ ମାରିଛନ୍ତି। ତେବେ ଟ୍ରମ୍ପଙ୍କ ମଧ୍ୟସ୍ଥତା ପ୍ରସ୍ତାବ ସମ୍ପର୍କରେ ଭାରତ କିମ୍ବା ଚାଇନା ପକ୍ଷରୁ କୌଣସି ବିବୃତି ଜାରି କରାଯାଇନାହିଁ।

ଆହୁରି ପଢ଼ନ୍ତୁ

ନଦୀରେ ବୁଡ଼ି ଗଲା ଡଙ୍ଗା, ୨୪ରୁ ଅଧିକ ଲୋକ ଥିଲେ

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ସେଲେବ୍ରିଟିଙ୍କ ପରି କରନ୍ତୁ ଶିମର୍ ମେକ୍‌ଅପ୍

କାର୍ଗିଲ ଯୁଦ୍ଧର ମିଗ-୨୩ ବିମାନକୁ ବିକ୍ରି ପାଇଁ OLXରେ ବିଜ୍ଞାପନ, ଦାମ କେତେ ଥିଲା ଜାଣନ୍ତୁ

ଟିକଟକକୁ କିଣିବା ପାଇଁ ମାଇକ୍ରୋସଫ୍ଟକୁ ୪୫ ଦିନର ସମୟ ଦେଲେ ଟ୍ରମ୍ପ

କୁଲଭୂଷଣଙ୍କ ପାଇଁ ୩ ଜଣ ଆମିକସ କ୍ୟୁରିଙ୍କୁ ନିଯୁକ୍ତ କଲା ପାକିସ୍ତାନ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ଆରୋଗ୍ୟରେ ସବୁ ରେକର୍ଡ ଭାଙ୍ଗିଲା ଭାରତ: ଦିନକରେ ୪୪,୩୦୬ ସୁସ୍ଥ, ୫୨,୦୫୦ ଆକ୍ରାନ୍ତ

ସମୁଦ୍ର କୂଳରେ ୧୫ ଫୁଟିଆ ରହସ୍ୟମୟ ଜୀବ, ସମସ୍ତେ ଚକିତ

ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବିହାର ସରକାରଙ୍କ ସୁପାରିସ୍

ଏଫ୍‌ଆଇଆର୍‌ ଦେବାକୁ ଅମଙ୍ଗ ଥିଲେ ସୁଶାନ୍ତଙ୍କ ପରିବାର ଲୋକେ!

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କରୋନା, ଆଇସୋଲେସନ୍‌ରେ ରହିଲେ ଜଣେ ମୁଖ୍ୟମନ୍ତ୍ରୀ