ଉସେନ୍‌ ବୋଲ୍ଟଙ୍କୁ ଗୋମାଂସ ଖାଇବାକୁ କହିଥିଲେ ପ୍ରଶିକ୍ଷକ: ବିଜେପି ସାଂସଦ ଉଦିତ୍‌ ରାଜ

ନୂଆଦିଲ୍ଲୀ: ଅଲିମ୍ପିକ୍‌ରେ ୯ଟି ସ୍ୱର୍ଣ୍ଣ ଜିତିଥିବା ଜାମାଇକାର ଆଥ୍‌ଲେଟ୍‌ ଉସେନ୍‌ ବୋଲ୍ଟଙ୍କୁ ନେଇ ଉତ୍ତର-ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ଉଦିତ୍‌ ରାଜ ବିଭ୍ରାନ୍ତିକର ଟ୍ୱିଟ୍‌ କରିଛନ୍ତି। ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦିତ୍‌ ରାଜ୍‌ ଟ୍ୱିଟ୍‌ରେ ଲେଖିଛନ୍ତି,“ବୋଲ୍ଟ ଗରିବ ଥିଲେ। ତେଣୁ ତାଙ୍କ ପ୍ରଶିକ୍ଷକ ତାଙ୍କୁ ଦିନକୁ ଦୁଇ ଥର  ଗୋମାଂସ ଖାଇବାକୁ କହୁଥିଲେ। ଏବେ ସେ ଅଲିମ୍ପିକ୍‌ରେ ୯ଟି ସ୍ୱର୍ଣ୍ଣ ଜିତି ପାରିଛନ୍ତି।” ଉଦିତ୍‌ ରାଜଙ୍କ ଏହି ବୟାନ୍‌ ଉପରେ କଂଗ୍ରେସ […]

bjp

bjp

Rakesh Mallick
  • Published: Monday, 29 August 2016
  • Updated: 29 August 2016, 01:46 PM IST

Sports

Latest News

ନୂଆଦିଲ୍ଲୀ: ଅଲିମ୍ପିକ୍‌ରେ ୯ଟି ସ୍ୱର୍ଣ୍ଣ ଜିତିଥିବା ଜାମାଇକାର ଆଥ୍‌ଲେଟ୍‌ ଉସେନ୍‌ ବୋଲ୍ଟଙ୍କୁ ନେଇ ଉତ୍ତର-ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ଉଦିତ୍‌ ରାଜ ବିଭ୍ରାନ୍ତିକର ଟ୍ୱିଟ୍‌ କରିଛନ୍ତି। ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଦିତ୍‌ ରାଜ୍‌ ଟ୍ୱିଟ୍‌ରେ ଲେଖିଛନ୍ତି,“ବୋଲ୍ଟ ଗରିବ ଥିଲେ। ତେଣୁ ତାଙ୍କ ପ୍ରଶିକ୍ଷକ ତାଙ୍କୁ ଦିନକୁ ଦୁଇ ଥର  ଗୋମାଂସ ଖାଇବାକୁ କହୁଥିଲେ। ଏବେ ସେ ଅଲିମ୍ପିକ୍‌ରେ ୯ଟି ସ୍ୱର୍ଣ୍ଣ ଜିତି ପାରିଛନ୍ତି।”

ଉଦିତ୍‌ ରାଜଙ୍କ ଏହି ବୟାନ୍‌ ଉପରେ କଂଗ୍ରେସ ନେତା ଟମ୍‌ ୱଡକନ୍ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ୱଡକନ୍ କହିଛନ୍ତି,” ଉଦିତ୍‌ ରାଜ କିପରି ଜାଣିଲେ ବୋଲ୍ଟ ଗୋମାଂସ ଖାଇଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ ଉଦିତ୍‌ଙ୍କ ଏହି ବୟାନରୁ ଜଣାପଡୁଛି ତାଙ୍କ ନଜର ଦଳିତ ଭୋଟ ଉପରେ ରହିଛି।”

ସେହିପରି ଏସ୍‌ସିପି ନେତା ମାଜିଦ୍‌ ମେମନ୍‌ କହିଛନ୍ତି,“ ଉଦିତ୍‌ ଏପରି ବୟାନ ଦେବା ଉଚିତ୍‌ ନ ଥିଲା। କାରଣ କୌଣସି ଖେଳାଳି ଗୋମାଂସ ଖାଇ ୯ଟି ସ୍ୱର୍ଣ୍ଣ ଜିତି ପାରି ନ ଥାଏ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos