ଦୁର୍ଘଟଣାରେ ମନ୍ତ୍ରୀଙ୍କ ପୁଅ ମୃତ

ବରେଲୀ: ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲା ଅନ୍ତର୍ଗତ ଫରିଦପୁର ଠାରେ ଆଜି ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଉତ୍ତରାଖଣ୍ଡର କ୍ୟାବିନେଟ୍‌ ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁଅଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମନ୍ତ୍ରୀ ଅରବିନ୍ଦଙ୍କ ପୁଅ ଅଙ୍କୁର ପାଣ୍ଡେଙ୍କ ସହ ତାଙ୍କର ଦୁଇ ସାଙ୍ଗ ମୁନା ଗିରି ଓ ଜ୍ଞାନେନ୍ଦ୍ର ଏକ କାର ଯୋଗେ ଗୋରଖପୁର ଯାଉଥିଲେ। ବୁଧବାର ଭୋର ସମୟରେ ଏନ୍‌ଏଚ୍‌-୨୪ରେ ସାମ୍ନା […]

erw

Hemant Lenka
  • Published: Wednesday, 26 June 2019
  • , Updated: 26 June 2019, 09:12 PM IST

ବରେଲୀ: ଉତ୍ତର ପ୍ରଦେଶର ବରେଲୀ ଜିଲ୍ଲା ଅନ୍ତର୍ଗତ ଫରିଦପୁର ଠାରେ ଆଜି ଘଟିଥିବା ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଉତ୍ତରାଖଣ୍ଡର କ୍ୟାବିନେଟ୍‌ ମନ୍ତ୍ରୀ ଅରବିନ୍ଦ ପାଣ୍ଡେଙ୍କ ପୁଅଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ମନ୍ତ୍ରୀ ଅରବିନ୍ଦଙ୍କ ପୁଅ ଅଙ୍କୁର ପାଣ୍ଡେଙ୍କ ସହ ତାଙ୍କର ଦୁଇ ସାଙ୍ଗ ମୁନା ଗିରି ଓ ଜ୍ଞାନେନ୍ଦ୍ର ଏକ କାର ଯୋଗେ ଗୋରଖପୁର ଯାଉଥିଲେ। ବୁଧବାର ଭୋର ସମୟରେ ଏନ୍‌ଏଚ୍‌-୨୪ରେ ସାମ୍ନା ପଟୁ ଆସୁଥିବା ଏକ କାର ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଅଙ୍କୁର ଓ ମୁନାଙ୍କ ମୃତ୍ୟୁ ହୋଇଥିଲା।

ଜ୍ଞାନେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ରୂପେ ଭାଙ୍ଗି ଯାଇଛି।

Related story