ଉତ୍ତରପ୍ରଦେଶର ୨୫ ବିଜେପି ବିଧାୟକଙ୍କୁ ଧମକ: ଟଙ୍କା ନଦେଲେ ହତ୍ୟା କରିବି

ଲକ୍ଷ୍ନୌ: କୌଣସି ବଡ଼ ପଦ ପଦବୀରେ ଥିବା ବେଳେ ବିଭିନ୍ନ ଆଡୁ ସୁରକ୍ଷା ଭୟ ରହିଥାଏ। କେହି କେହି ଏପରି ଧମକ ମଧ୍ୟ ପାଇଥାନ୍ତି। ଏକଥା ଉଣାଅଧେ ଆମେ ସମସ୍ତେ ଜାଣିଛନ୍ତି। ହେଲେ ଏବେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଯେଉଁ ଭୟ ଘାରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ନୁହେଁ କି ଦୁଇଜଣ ନୁହେଁ, ରାଜ୍ୟର ୨୫ ଜଣ ବିଜେପି ବିଧାୟକଙ୍କୁ ଏକା ସାଙ୍ଗରେ ମିଳିଛି ହତ୍ୟା ଧମକ। ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଲେଖାଏଁ […]

crime

crime

Rakesh Mallick
  • Published: Wednesday, 23 May 2018
  • Updated: 23 May 2018, 05:18 PM IST

Sports

Latest News

ଲକ୍ଷ୍ନୌ: କୌଣସି ବଡ଼ ପଦ ପଦବୀରେ ଥିବା ବେଳେ ବିଭିନ୍ନ ଆଡୁ ସୁରକ୍ଷା ଭୟ ରହିଥାଏ। କେହି କେହି ଏପରି ଧମକ ମଧ୍ୟ ପାଇଥାନ୍ତି। ଏକଥା ଉଣାଅଧେ ଆମେ ସମସ୍ତେ ଜାଣିଛନ୍ତି। ହେଲେ ଏବେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଯେଉଁ ଭୟ ଘାରିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ନୁହେଁ କି ଦୁଇଜଣ ନୁହେଁ, ରାଜ୍ୟର ୨୫ ଜଣ ବିଜେପି ବିଧାୟକଙ୍କୁ ଏକା ସାଙ୍ଗରେ ମିଳିଛି ହତ୍ୟା ଧମକ। ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଲେଖାଏଁ ଟଙ୍କା ଦେବାକୁ ଦାବି କରାଯାଇଛି। ୩ ଦିନ ମଧ୍ୟରେ ଟଙ୍କା ନମିଳିଲେ ପରିବାର ଲୋକଙ୍କୁ ଜଣ ଜଣ କରି ହତ୍ୟା କରାଯିବ ବୋଲି ଧମକ ଦିଆଯାଇଛି। ଲକ୍ଷ୍ନୌ, ସୀତାପୁର, ବୁଲନ୍ଦଶହର ଓ ଶାହାଯାହାଁପୁର ଜିଲ୍ଲାର ବିଜେପି ବିଧାୟକମାନଙ୍କୁ ଏପରି ଧମକ ହ୍ୱାଟ୍ସଆପ୍‌ ଜରିଆରେ ଦିଆଯାଇଛି। ଯାହାକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ ହୋଇପଡ଼ିଛି। ଏପରି ଅଭିଯୋଗ ଆସିବା ପରେ ପୋଲିସ ଏକ ମାମଲା ରୁଜୁ କରି ବିଧାୟକମାନଙ୍କ ସୁରକ୍ଷା ବଢ଼ାଇ ଦେଇଛି।

ମୁଁ ଅଲ୍ଲୀ ବୁଦେଶ ଭାଇ କହୁଛି: ବିଧାୟକମାନଙ୍କ ମେସେଜ୍‌ ଅଲ୍ଲୀ ବୁଦେଶ ଭାଇ ନାଁରେ ଆସୁଛି। ଏଥିରେ ଲେଖାଯାଇଛି “ମୁଁ ତୁମ ସହ ଲମ୍ବା ସମୟ ଗପିବାକୁ ଆସିନି। କ’ଣ ତୁମେ ମୋତେ ଜାଣିନାହଁ ? ଯଦି ନିଜର ଓ ନିଜ ପରିବାରର ସୁରକ୍ଷା ଚାହୁଁଛ, ତିନିଦିନ ମଧ୍ୟରେ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା କର। ମୁଁ ଜାଣିଛି, ଯେପର୍ଯ୍ୟନ୍ତ ତୁମେ ନିଜ ପରିବାରର ଜଣଙ୍କ ମୃତଦେହ ନଦେଖିବ ଟଙ୍କାର ବ୍ୟବସ୍ଥା କରିବ ନାହିଁ। ମୁଁ ପ୍ରତିଶ୍ରୁତି ଦେଉଛୁ, ତିନିଦିନ ସମୟ ସରିଯିବା ପରେ ଆପଣଙ୍କ ବିଶ୍ୱାସ ପାଇବାକୁ ପରିବାର ସଦସ୍ୟଙ୍କୁ ଜଣ ଜଣ କରି ହତ୍ୟା କରିବା ଆରମ୍ଭ କରିବୁ। ମୋ ଲୋକ ଆପଣଙ୍କ ଆଖପାଖରେ ଅଛନ୍ତି। ସମୟ ନଷ୍ଟ କରନ୍ତୁ ନାହିଁ।”

ଆମେରିକାର ଲ୍ୟାଣ୍ଡଲାଇନ୍‌ରୁ ଆସୁଛି ମେସେଜ୍‌: +1(903)3294240 ନମ୍ବରରେ ବିଧାୟକମାନଙ୍କ ପାଖକୁ ହ୍ୱାଟ୍ସଆପ୍‌ ମେସେଜ୍‌ ଦିଆଯାଇଛି। ଏହା ଆମେରିକାର ଏକ ଲ୍ୟାଣ୍ଡଲାଇନ୍‌ ନମ୍ବର ବୋଲି ଜଣାପଡ଼ିଛି। ଏହି ଲ୍ୟାଣ୍ଡଲାଇନ୍‌ ନମ୍ବରରେ ସବୁ ପ୍ରକାର ସୁବିଧା ରହିଛି। ଅର୍ଥାତ ଏଥିରେ ସୋସିଆଲ ମିଡିଆରେ ଚାଟିଂ ମଧ୍ୟ କରାଯାଇ ପାରିବ।

ସଫ୍ଟୱେରରେ ଇଂଲିଶ ମେସେଜକୁ ହିନ୍ଦିରେ ଅନୁବାଦ କରାଯାଇଛି: ମେସେଜ ହିନ୍ଦିରେ ଲେଖାଯାଇଛି। ଯେଉଁଥିରେ ବହୁତ ଭୁଲ ରହିଛି। ଏଥିରୁ ଅନୁମାନ କରାଯାଉଛି, ସଫ୍ଟୱେରରେ ଇଂଲିଶକୁ ହିନ୍ଦିରେ ଟ୍ରାନ୍ସଲେଟ୍‌ କରାଯାଇ ପଠାଯାଇଛି। ଏହି ମାମଲାର ଯାଞ୍ଚ କ୍ରାଇମବ୍ରାଞ୍ଚ, ଏସ୍‌ଟିଏଫ୍‌ ଓ ସାଇବର କ୍ରାଇମ୍‌କୁ ଦିଆଯାଇଥିବା ଲ’ ଆଣ୍ଡ ଅର୍ଡର ଡିଆଇଜି ପ୍ରବୀଣ କୁମାର କହିଛନ୍ତି। ମାମଲାର ଯାଞ୍ଚ ପାଇଁ ୩ ଜଣ ସଦସ୍ୟଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଥିବା ଲ’ ଆଣ୍ଡ ଅର୍ଡର ଏଡିଜି ଆନନ୍ଦ କୁମାର କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୧ ଜଣ ବିଧାୟକ ଏପରି ଧମକ ପାଇଥିବା ନେଇ ଏତଲା ଦେଇଛନ୍ତି।

ଆଉ କିଛି ନେତାଙ୍କୁ ବି ମିଳିଛି ଧମକ: ଲକ୍ଷ୍ନୌର ଉତ୍ତର ବିଧାନସଭା ବିଧାୟକ ଡ. ନୀରଜ ବୋରା, ସୀତାପୁରର ମହୋଲି ବିଧାୟକ ଶଶାଂକ ତ୍ରିବେଦୀ, ବୁଲନ୍ଦଶହରର ଡିବାଇ ବିଧାୟକ ଡ. ଅନିତା ଲୋଧା, ଶାହାଜହାଁପୁରର ମୀରାପୁର କଟରା ବିଧାୟକ ବୀର ବିକ୍ରମ ସିଂହଙ୍କୁ ଧମକ ମିଳିଛି। ସେହିପରି ମୋହମ୍ମଦୀ ବିଧାୟକ ଲୋକେନ୍ଦ୍ର ପ୍ରତାପ ସିଂହ, ମେହନୌନ ବିଧାୟକ ବିନୟ ଦ୍ୱିବେଦୀ, ଗୋଣ୍ଡା ବିଧାୟକ ପ୍ରେମ ନାରାୟଣ ପାଣ୍ଡେୟ, ଫରିଦପୁର ବିଧାୟକ ଶ୍ୟାମ ବିହାରୀ ଲାଲ, ଭୋଗନିପୁର ବିଧାୟକ ବିନୋଦ କଟିୟାରଙ୍କୁ ଧମକ ମିଳିଛି। ବିଜେପିର କିଛି ପୂର୍ବତନ ବିଧାୟକ ଓ ସଂଗଠନ ସହ ସମ୍ପର୍କ ରଖିଥିବା କିଛି ଲୋକଙ୍କ ମଧ୍ୟ ମେସେଜ୍‌ କରାଯାଇଛି।

ଯୋଗୀ କହିଲେ ଚିନ୍ତା କରନି: ଏପରି ଅଭିଯୋଗ ଆସିବା ପରେ ଯୋଗୀ ଆଦିତ୍ୟନାଥ ବିଧାୟକମାନଙ୍କୁ ଫୋନ୍‌ କରି କଥା ହୋଇଛନ୍ତି। ଡିବାଇ ବିଧାୟକ ଅନିତାଙ୍କୁ ଯୋଗୀ ଫୋନ କରି କିଛି ଚିନ୍ତା ନକରିବାକୁ ଆଶ୍ୱାସନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story