ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସପା ଓ ବିଜେପି ମେଣ୍ଟ କରିଛନ୍ତି: ମାୟାବତୀ

ଲକ୍ଷ୍ମୌ: ଗୁଜରାଟରେ ଉନାରେ ଦଳିତମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଆଜି ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ କରିଥିବା ସାମ୍ବାଦିକ ସମ୍ମିଳନୀରେ ସମାଜବାଦୀ ପାର୍ଟି, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, “ଉନାରେ ଦଳିତମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ମୋଦି ପଦୁଟିଏ ବି କହି ନାହାନ୍ତି।” ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସପା ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଛି […]

bsp-supremo-mayawati

bsp-supremo-mayawati

Rakesh Mallick
  • Published: Sunday, 24 July 2016
  • Updated: 24 July 2016, 03:10 PM IST

Sports

Latest News

ଲକ୍ଷ୍ମୌ: ଗୁଜରାଟରେ ଉନାରେ ଦଳିତମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ଆଜି ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ କରିଥିବା ସାମ୍ବାଦିକ ସମ୍ମିଳନୀରେ ସମାଜବାଦୀ ପାର୍ଟି, ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ।

ସେ କହିଥିଲେ, “ଉନାରେ ଦଳିତମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ମୋଦି ପଦୁଟିଏ ବି କହି ନାହାନ୍ତି।”

ଉତ୍ତର ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ସପା ଓ ବିଜେପି ମଧ୍ୟରେ ମେଣ୍ଟ ହୋଇଛି ବୋଲି ମାୟାବତୀ କହିଥିଲେ। ସେ କହିଥିଲେ,“ବିଜେପି ରାଜ୍ୟର ଦଳିତ ଭୋଟ୍ ବ୍ୟାଙ୍କ୍ ଉପରେ ଆଖି ପକାଇଛି। ଗୋଟିଏ ପଟେ ଆମ୍ବେଦକରଙ୍କ ନାଁ ନେଉଛି କିନ୍ତୁ ଦଳିତଙ୍କ ଅତ୍ୟାଚାର ହେଉଛି।”

ମାୟାବତୀ କହିଥିଲେ, “ବିଜେପିର ପୂର୍ବତନ ରାଜ୍ୟ ଉପାଧ୍ୟକ୍ଷ ଦୟାଶଙ୍କର ସିଂହଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ।  ଆମ୍ବେଦକରଙ୍କ ‘ନାମ ନେଇ  ଦଳିତଙ୍କ ଉପରେ ଅତ୍ୟାଚାର କରାଯାଉଛି। ବିଜେପିର ଦଳିତ ବିରୋଧୀ ଚେହେରା ସାମ୍ନାକୁ ଆସିଛି।”

ସେ ଆହୁରି କହିଥିଲେ, “ ଦୟାଶଙ୍କର ସିଂହଙ୍କ ମା’ ଓ ଝିଅଙ୍କୁ ଆମ ପାର୍ଟି  ପକ୍ଷରୁ କିଛି ଖରାପ  କଥା କୁହାଯାଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos