ବନ୍ଦ ହେଲା ବୈଷ୍ଣୋ ଦେବୀଙ୍କ ଯାତ୍ରା

ଶ୍ରୀନଗର: କରୋନା ଭାଇରସର ପ୍ରଭାବ ବୈଷ୍ଣୋ ଦେବୀଙ୍କ ଯାତ୍ରା ଉପରେ ପଡ଼ିଛି। ଦିନକୁ ଦିନ ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଜମ୍ମୁ-କଶ୍ମୀର ପ୍ରଶାସନ ଆଜି ଠାରୁ ବୈଷ୍ଣୋ ଦେବୀଙ୍କ ପ୍ରସିଦ୍ଧ ଯାତ୍ରାକୁ ବନ୍ଦ କରିଦେଇଛି।

ସେହିପରି ଇଣ୍ଟରଷ୍ଟେଟ ବସ୍‌ ସେବାକୁ ମଧ୍ୟ ପ୍ରଶାସନ ବ୍ୟାନ୍‌ କରିଛି। ଜମ୍ମୁ-କଶ୍ମୀର ଡିରେକ୍ଟର ଅଫ ଇନଫରମେସନ ଓ ପବ୍ଲିକ ରିଲେସନ(ଡିଆଇପିଆର) ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ଶ୍ରୀ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରାକୁ କରୋନା ଭାଇରସକୁ ଦୃଷ୍ଟିରେ ରଖି ଆଜିଠାରୁ ବନ୍ଦ କରାଯାଇଛି।

ଜମ୍ମୁ-କଶ୍ମୀରରୁ ଯାଉଥିବା ଓ ଏଠାକୁ ଆସୁଥିବା ସମସ୍ତ ବସ୍‌ ସେବାକୁ ଆଜିଠାରୁ ବ୍ୟାନ କରାଯାଇଛି। ଉଦ୍ଧମପୁର ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ପବ୍ଲିକ ପରିବହନ ବ୍ୟବସ୍ଥାକୁ ରଦ୍ଦ କରିଛି। ସେହିପରି ଜମ୍ମୁରେ ଥିବା ବାଗ ଇ ବହୁ ଓ ପୁଞ୍ଚରେ ଥିବା ପବ୍ଲିକ ପାର୍କଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।