ସଞ୍ଜୟ ରାଉତଙ୍କ ପତ୍ନୀଙ୍କୁ ୩ ଘଣ୍ଟା ଜେରା କଲା ଇଡି

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୀର୍ଘ ୩ ଘଣ୍ଟାକାଳ ମାରଥନ ଜେରା କରିଛି। ପିଏମସି ବ୍ୟାଙ୍କ ଜାଲିଆତି ଘଟଣାରେ ବର୍ଷାଙ୍କୁ ଇଡି ପକ୍ଷରୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କୁ ଜାନୁଆରୀ ୫ରେ ହାଜର ହେବାକୁ କୁହାଯାଇଥିଲେ ହେଁ ସେ ଗୋଟିଏ ଦିନ ପୂର୍ବରୁ ଇଡି ଅଫିସରରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି। ଇଡି ବର୍ଷାଙ୍କୁ ଡିସେମ୍ବର ୨୯ରେ ହାଜର ହେବାକୁ କହିଥିଲା। ହେଲେ ସେ ହାଜର […]

fds

fds

Hemant Lenka
  • Published: Monday, 04 January 2021
  • Updated: 04 January 2021, 10:50 PM IST

Sports

Latest News

ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷାଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦୀର୍ଘ ୩ ଘଣ୍ଟାକାଳ ମାରଥନ ଜେରା କରିଛି। ପିଏମସି ବ୍ୟାଙ୍କ ଜାଲିଆତି ଘଟଣାରେ ବର୍ଷାଙ୍କୁ ଇଡି ପକ୍ଷରୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାଙ୍କୁ ଜାନୁଆରୀ ୫ରେ ହାଜର ହେବାକୁ କୁହାଯାଇଥିଲେ ହେଁ ସେ ଗୋଟିଏ ଦିନ ପୂର୍ବରୁ ଇଡି ଅଫିସରରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି।

ଇଡି ବର୍ଷାଙ୍କୁ ଡିସେମ୍ବର ୨୯ରେ ହାଜର ହେବାକୁ କହିଥିଲା। ହେଲେ ସେ ହାଜର ହେବାକୁ କିଛି ସମୟ ମାଗିଥିଲେ। ଏହାପରେ ଇଡି ତାଙ୍କୁ ଜାନୁଆରୀ ୫ରେ ହାଜର ହେବାକୁ କହିଥିଲା।

ପିଏମସି ବ୍ୟାଙ୍କ ଦୁର୍ନୀତି ଘଟଣାରେ ଇଡି ସଞ୍ଜୟ ରାଉତଙ୍କ ନିକଟତର କୁହାଯାଉଥିବା ପ୍ରବୀଣ ରାଉତଙ୍କୁ ଗିରଫ କରିଥିଲା। ପ୍ରବୀଣ ରାଉତଙ୍କ ଆକାଉଣ୍ଟରୁ ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ନେଣଦେଣ ହୋଇଥିବା ଇଡି ଜାଣିବାକୁ ପାଇଛି। ଏହି ନେଣଦେଶ କାହିଁକି ହୋଇଥିଲା ଓ ଏହା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ରହିଛି କି ନାହିଁ, ସେକଥା ଜାଣିବା ପାଇଁ ଇଡି ବର୍ଷାଙ୍କୁ ସମନ କରିଥିଲା।

ପୂର୍ବରୁ ଦୁଇଥର ଇଡି ବର୍ଷାଙ୍କୁ ସମନ କରିଥିଲା। ହେଲେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ସେ ସମନ ଅନୁଯାୟୀ ଇଡି କାର୍ଯ୍ୟାଳୟକୁ ଯାଇ ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos