କନିକାଙ୍କୁ କରୋନା, ସଂସଦକୁ ଘାରିଲା ସଂକ୍ରମଣ ଭୟ

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ବଲିଉଡ୍‌ କଣ୍ଠଶିଳ୍ପୀ କନିକା କପୁରଙ୍କ ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଯୋଦେଇଥିବାରୁ ଏବେ ସଂସଦରେ କରୋନା ମହାମାରୀ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। କନିକା ବ୍ରିଟେନରୁ ଫେରି ଯେଉଁ ପାର୍ଟିର ଆୟୋଜନ କରିଥିଲେ, ସେଥିରେ ବିଜେପି ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂହ ଯୋଗଦେଇଥିଲେ। ଏହି ପାର୍ଟିରେ ଯେଉଁମାନେ ଯୋଗଦେଇଥିଲେ, ସେମାନଙ୍କୁ କନିକାଙ୍କ ଠାରୁ କରୋନା ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ତେବେ ଦୁଷ୍ୟନ୍ତ ସାଂସଦ […]

Untitled-1

Untitled-1

Hemant Lenka
  • Published: Friday, 20 March 2020
  • Updated: 20 March 2020, 04:46 PM IST

Sports

Latest News

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ବଲିଉଡ୍‌ କଣ୍ଠଶିଳ୍ପୀ କନିକା କପୁରଙ୍କ ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂହ ଯୋଦେଇଥିବାରୁ ଏବେ ସଂସଦରେ କରୋନା ମହାମାରୀ ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। କନିକା ବ୍ରିଟେନରୁ ଫେରି ଯେଉଁ ପାର୍ଟିର ଆୟୋଜନ କରିଥିଲେ, ସେଥିରେ ବିଜେପି ସାଂସଦ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପୁଅ ଦୁଷ୍ୟନ୍ତ ସିଂହ ଯୋଗଦେଇଥିଲେ।

ଏହି ପାର୍ଟିରେ ଯେଉଁମାନେ ଯୋଗଦେଇଥିଲେ, ସେମାନଙ୍କୁ କନିକାଙ୍କ ଠାରୁ କରୋନା ବ୍ୟାପିବାର ଆଶଙ୍କା ପ୍ରକାଶ ପାଇଛି। ତେବେ ଦୁଷ୍ୟନ୍ତ ସାଂସଦ ହୋଇଥିବାରୁ ସେ କନିକାଙ୍କ ପାର୍ଟିରୁ ଫେରିବା ପରେ ପାର୍ଲାମେଣ୍ଟ ଯାଇଥିଲା। ତେଣୁ ତାଙ୍କଠାରୁ ଅନ୍ୟ ସାଂସଦମାନଙ୍କୁ ମଧ୍ୟ କରୋନା ସଂକ୍ରମିତ ହେବାର ଯଥେଷ୍ଟ ଆଶଙ୍କା ପ୍ରକାଶ ପାଇଛି।

ଏବେ ଦୁଷ୍ୟନ୍ତ ସିଂହ ନିଜକୁ ଆଇସୋଲେସନରେ ରଖିଛନ୍ତି। ହେଲେ ପାର୍ଟିର ପରଦିନ ସେ ସଂସଦ ଯାଇଥିଲେ। ଏଥିସହ କେନ୍ଦ୍ରୀୟ ହଲରେ ସାଂସଦ ସୁରେନ୍ଦ୍ର ନଗର ନିଶିକାନ୍ତ ଓ ମନୋଜ ତିୱାରୀଙ୍କ ପାଖରେ ବସିଥିଲେ। ଦୁଷ୍ୟନ୍ତଙ୍କ ସହ ତାଙ୍କ ମା’ ବସୁନ୍ଧରା ରାଜେ ମଧ୍ୟ ଏହି ପାର୍ଟିକୁ ଯାଇଥିଲେ। ରାଜେ କହିଛନ୍ତି, “ଆମେ ଯେଉଁ ପାର୍ଟିକୁ ଯାଇଥିଲୁ, ସେଠାରେ କନିକାଜୀ ମଧ୍ୟ ଅତିଥୀ ହୋଇ ଆସିଥିଲେ। ମୁଁ ଓ ଦୁଷ୍ୟନ୍ତ ସେଲଫ ଆଇସୋଲେସନରେ ରହିଛୁ।”

ଅନ୍ୟପକ୍ଷରେ କନିକା ମାର୍ଚ୍ଚ ୧୫ରେ ଲଣ୍ଡନରୁ ଫେରିଥିଲେ। ହେଲେ ଏ ସମ୍ପର୍କରେ ସେ ପ୍ରଶାସନକୁ ଅବଗତ କରାଇ ନଥିଲେ। ଖାଲି ସେତିକି ନୁହେଁ, ଲଣ୍ଡନରୁ ଫେରି ସେ ୫ ଷ୍ଟାର ହୋଟେଲରେ ପାର୍ଟି କରିଥିଲେ। ଏବେ ପ୍ରଶାସନ କନିକାଙ୍କ ପାର୍ଟିରେ ଯୋଗଦେଇଥିବା ଲୋକଙ୍କୁ ଫୋନ କରି ଆଇସୋଲେସନ ହେବାକୁ ପରାମର୍ଶ ଦେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos