ଚାଲିଗଲେ ମୁଲାୟମ ସିଂହ ଯାଦବ

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଏମଏଲସି ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି। ସେ ସମାଜବାଦୀ ପାର୍ଟିରୁ ବିଧାନ ପରିଷଦକୁ ନିର୍ବାଚିତ ହୋଇ କାର୍ଯ୍ୟ କରିଥିଲେ। ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସହ ତାଙ୍କ ନାଁ ମିଶୁଥିବାରୁ ଏହାକୁ ନେଇ ସାରା ଦେଶରେ କିଛି ସମୟ ପାଇଁ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ହେଲେ ବାସ୍ତବରେ ଉତ୍ତର ପ୍ରଦେଶର ପୂର୍ବତ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଏବେ […]

nv

nv

Hemant Lenka
  • Published: Monday, 05 October 2020
  • Updated: 05 October 2020, 05:42 PM IST

Sports

Latest News

ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଏମଏଲସି ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି। ସେ ସମାଜବାଦୀ ପାର୍ଟିରୁ ବିଧାନ ପରିଷଦକୁ ନିର୍ବାଚିତ ହୋଇ କାର୍ଯ୍ୟ କରିଥିଲେ। ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସହ ତାଙ୍କ ନାଁ ମିଶୁଥିବାରୁ ଏହାକୁ ନେଇ ସାରା ଦେଶରେ କିଛି ସମୟ ପାଇଁ ଦ୍ୱନ୍ଦ୍ୱରେ ପଡ଼ିଥିଲେ।

ହେଲେ ବାସ୍ତବରେ ଉତ୍ତର ପ୍ରଦେଶର ପୂର୍ବତ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଏବେ ଠିକ ଅଛନ୍ତି। ହେଲେ ତାଙ୍କ ସହଯୋଗୀ ମୁଲାୟମ ସିଂହ ଯାଦବ ୯୨ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ସେ ଅକ୍ଟୋବର ୩ରେ ପ୍ରାଣ ହରାଇ ଥିଲେ ହେଁ ଦଳ ପକ୍ଷରୁ ଏ ସମ୍ପର୍କରେ ଅକ୍ଟୋବର ୪ରେ ସୂଚନା ଦିଆଯାଇଥିଲା।

ଦଳ ପକ୍ଷରୁ ଟ୍ୱିଟ କରି କୁହାଯାଇଛି ଯେ ସମାଜବାଦୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଦଳର ବରିଷ୍ଠ ନେତା ତଥା ପୂର୍ବତନ ଏମଏଲସି ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

୧୯୪୯ରେ ସରପଞ୍ଚ ହୋଇ ମୁଲାୟମ ସିଂହ ଯାଦବ ତାଙ୍କ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ସେତେବେଳେ ତାଙ୍କୁ ୨୧ ବର୍ଷ ବୟସ ହୋଇଥିଲା। ଏହାପରେ ସେ ୧୫ ବର୍ଷ ଧରି ବ୍ଲକ ମୁଖ୍ୟ ଓ ୨୦ ବର୍ଷ ଧରି ଏମଏଲସି ଭାବେ କାର୍ଯ୍ୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos