‘ଭାରତୀୟ ସେନା ପାଖରେ ଥିବା ୬୮ ପ୍ରତିଶତ ଅସ୍ତ୍ରଶସ୍ତ୍ର ସଂଗ୍ରହାଳୟରେ ରହିବା ଯୋଗ୍ୟ’

ନୂଆଦିଲ୍ଲୀ: ଦୁଇଦିନ ତଳେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା, ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ହେଉଛି ବିଶ୍ୱର ଏକ ନମ୍ବର ଦେଶ। ହେଲେ ଏବେ ଏମିତି ଏକ ଖବର ଜଣାପଡିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତ ପାଖରେ ଥିବା ଅସ୍ତ୍ରଶସ୍ତ୍ରରୁ ଅଧିକାଂଶ ବହୁ ପୁରୁଣା। ଏଥିରୁ ୬୮ ପ୍ରତିଶତ ଅସ୍ତ୍ରଶସ୍ତ୍ରର ସ୍ଥିତି ଏମିତି, ଏହା ସଂଗ୍ରହାଳୟରେ ରଖିବାକୁ ଯୋଗ୍ୟ। ମାତ୍ର ୨୪ ପ୍ରତିଶତ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର […]

army-vice-chief-lt-gen-sarath-chand_650x400_71520948489

army-vice-chief-lt-gen-sarath-chand_650x400_71520948489

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 09:36 AM IST

Sports

Latest News

ନୂଆଦିଲ୍ଲୀ: ଦୁଇଦିନ ତଳେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା, ଅସ୍ତ୍ରଶସ୍ତ୍ର କିଣିବାରେ ଭାରତ ହେଉଛି ବିଶ୍ୱର ଏକ ନମ୍ବର ଦେଶ। ହେଲେ ଏବେ ଏମିତି ଏକ ଖବର ଜଣାପଡିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ରିପୋର୍ଟ ଅନୁସାରେ ବର୍ତ୍ତମାନ ଭାରତ ପାଖରେ ଥିବା ଅସ୍ତ୍ରଶସ୍ତ୍ରରୁ ଅଧିକାଂଶ ବହୁ ପୁରୁଣା। ଏଥିରୁ ୬୮ ପ୍ରତିଶତ ଅସ୍ତ୍ରଶସ୍ତ୍ରର ସ୍ଥିତି ଏମିତି, ଏହା ସଂଗ୍ରହାଳୟରେ ରଖିବାକୁ ଯୋଗ୍ୟ। ମାତ୍ର ୨୪ ପ୍ରତିଶତ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ଯୋଗ୍ୟ ହୋଇ ରହିଛି। ଏଥିରୁ ମାତ୍ର ୮ ପ୍ରତିଶତ ସମ୍ପୂର୍ଣ୍ଣ ଆଧୁନିକ ଅସ୍ତ୍ରଶସ୍ତ୍ର। ସ୍ଥାୟୀ ସଂସଦୀୟ ସମିତି ପାଖରେ ଏମିତି କିଛି ତଥ୍ୟ ରଖିଛନ୍ତି ଉପସେନା ପ୍ରମୁଖ ଲେପ୍ଟନାଣ୍ଟ ଜେନେରାଲ ଶରଦଚନ୍ଦ୍ର। ସେ କହିଛନ୍ତି, “ବଜେଟ୍‌ରେ ବର୍ତ୍ତମାନର ଯୋଜନା ପାଇଁ ପର୍ଯ୍ୟାପ୍ତ ଅର୍ଥ ନାହିଁ। କେବଳ ଏତିକି ନୁହେଁ, ସେନା ଆଧୁନିକୀକରଣ ପାଇଁ ମଧ୍ୟ ଅର୍ଥ ଆବଣ୍ଟନ ହୋଇନାହିଁ।”

ଶରଦଚନ୍ଦ୍ର କହିଛନ୍ତି, ସେନାର ଆଧୁନିକୀକରଣ ପାଇଁ ମେକ୍‌ ଇନ୍‌ ଇଣ୍ଡିଆ ଜରିଆରେ ୨୫ଟି ପରିଯୋଜନା କରାଯାଇଛି। ହେଲେ ଏଥିରୁ କିଛିକୁ ବନ୍ଦ କରିବାକୁ ପଡିପାରେ, କାରଣ ଏହାକୁ କାର୍ଯ୍ୟକାରୀ କରିବାକୁ ଆବଶ୍ୟକ ଅର୍ଥ ନାହିଁ।

ସେ ଆହୁରି କହିଛନ୍ତି, “୨୦୧୮-୧୯ ବଜେଟ୍‌ ଆମ ଆଶାରେ ପାଣି ପକାଇ ଦେଇଛି। ଯାହାବି ମିଳିଛି ତାହା ବାସ୍ତବତାରେ ବହୁତ କମ। ସେନାର ଆଧୁନିକୀକରଣ ପାଇଁ ଆମେ ୩୭,୦୦୦ କୋଟି ଟଙ୍କା ମାଗିଥିଲୁ। ଆମକୁ ମିଳିଲା ୨୧,୩୩୮ କୋଟି ଟଙ୍କା। ୧୨୫ଟି ଚାଲୁ ଯୋଜନା ପାଇଁ ୨୯,୦୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି। ଏପରିସ୍ଥିତିରେ ନୂଆ ଯୋଜନା ପାଇଁ ଆମ ପାଖରେ ଅର୍ଥ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos