କରଜ ନ ଶୁଝିବାରୁ ମହିଳାଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼, ଦେଖନ୍ତୁ ଭିଡିଓ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ କିଛି ଲୋକ ରାସ୍ତାକଡ଼ରେ ଥିବା ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରୁଥିବାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କିଛି ଲୋକ ଏହି ବର୍ବରୋଚିତ ଘଟଣାକୁ ଛିଡ଼ା ହୋଇ ଦେଖୁଥିବା ବେଳେ ଆଉ କିଛି ସମ୍ପୃକ୍ତ ମହିଳାଙ୍କୁ ଚପଲ ଓ ଝାଡ଼ୁରେ ମାଡ଼ ମାରୁଛନ୍ତି। ପୀଡ଼ିତା ମହିଳା ଜଣଙ୍କ ନାଁ ରାଜମଣି ଓ ସେ କୋଲେଗଲ ଅଞ୍ଚଳରେ ଏକ ଛୋଟ ହୋଟେଲ ଖୋଲିବା […]

wa

Hemant Lenka
  • Published: Friday, 14 June 2019
  • , Updated: 14 June 2019, 04:28 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ଜଣେ ୩୦ ବର୍ଷୀୟ ମହିଳାଙ୍କୁ କିଛି ଲୋକ ରାସ୍ତାକଡ଼ରେ ଥିବା ଏକ ଖୁଣ୍ଟରେ ବାନ୍ଧି ମାଡ଼ ମାରୁଥିବାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ କିଛି ଲୋକ ଏହି ବର୍ବରୋଚିତ ଘଟଣାକୁ ଛିଡ଼ା ହୋଇ ଦେଖୁଥିବା ବେଳେ ଆଉ କିଛି ସମ୍ପୃକ୍ତ ମହିଳାଙ୍କୁ ଚପଲ ଓ ଝାଡ଼ୁରେ ମାଡ଼ ମାରୁଛନ୍ତି। ପୀଡ଼ିତା ମହିଳା ଜଣଙ୍କ ନାଁ ରାଜମଣି ଓ ସେ କୋଲେଗଲ ଅଞ୍ଚଳରେ ଏକ ଛୋଟ ହୋଟେଲ ଖୋଲିବା ସହ ଚିଟ୍‌ଫଣ୍ଡ ବ୍ୟବସାୟ ଚଳାଇଥିଲେ। ସେ କିଛି ଲୋକଙ୍କ ଠାରୁ ୫୦ ହଜାର ଟଙ୍କା କରଜ କରିଥିବା ବେଳେ ଏହାକୁ କୌଣସି କାରଣ ବଶତଃ ଫେରାଇବାକୁ ଅକ୍ଷମ ହୋଇଥିଲେ। ଏହି ଘଟଣାକୁ କେନ୍ଦ୍ର କରି କିଛି ଲୋକ ତାଙ୍କୁ ଖୁଣ୍ଟରେ ବାନ୍ଧି ମାଡ଼ ମାରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ ଆଧାରରେ ପୁଲିସ୍‌ ୭ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ଦେଖନ୍ତୁ ଭିଡିଓ

https://twitter.com/i/status/1139368412788822016

Related story