ଟ୍ରେନ୍‌ରେ ଟଏଲେଟ୍‌ ପାଣିରେ ହେଉଛି ଚା ଓ କଫି ! ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ:  ଟ୍ରେନ୍‌ରେ ଚା’ ଓ କଫି ପିଉଛନ୍ତି କି? ସାବଧାନ୍‌! ଚା’ ଓ କଫିରେ  ଶୌଚାଳୟର ପାଣି ବ୍ୟବହାର କରାଯାଇଥାଇପାରେ।  ଅର୍ଥାତ ଚା ଓ କଫି ପ୍ରସ୍ତୁତ ପାଇଁ ଶୌଚାଳୟରୁ ପାଣି ଅଣାଯାଇଥାଇପାରେ। ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାପରେ  ଏମିତି  ଏକ ଧାରଣା  ଲୋକଙ୍କ ମନରେ ସୃଷ୍ଟି ହୋଇଛି।  ଅବଶ୍ୟ  ଏ ଭିଡ଼ିଓ ଭାଇରାଲ ହେବା ପରେ  ରେଳ ବିଭାଗ ଜଣେ କଣ୍ଟ୍ରାଟର ଉପରେ ୧ଲକ୍ଷ ଟଙ୍କା ଜୋରିମାନା […]

tea

tea

Rakesh Mallick
  • Published: Thursday, 03 May 2018
  • Updated: 03 May 2018, 11:07 AM IST

Sports

Latest News

ନୂଆଦିଲ୍ଲୀ:  ଟ୍ରେନ୍‌ରେ ଚା’ ଓ କଫି ପିଉଛନ୍ତି କି? ସାବଧାନ୍‌! ଚା’ ଓ କଫିରେ  ଶୌଚାଳୟର ପାଣି ବ୍ୟବହାର କରାଯାଇଥାଇପାରେ।  ଅର୍ଥାତ ଚା ଓ କଫି ପ୍ରସ୍ତୁତ ପାଇଁ ଶୌଚାଳୟରୁ ପାଣି ଅଣାଯାଇଥାଇପାରେ।

ଗତ କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାପରେ  ଏମିତି  ଏକ ଧାରଣା  ଲୋକଙ୍କ ମନରେ ସୃଷ୍ଟି ହୋଇଛି।  ଅବଶ୍ୟ  ଏ ଭିଡ଼ିଓ ଭାଇରାଲ ହେବା ପରେ  ରେଳ ବିଭାଗ ଜଣେ କଣ୍ଟ୍ରାଟର ଉପରେ ୧ଲକ୍ଷ ଟଙ୍କା ଜୋରିମାନା କରିଛି।  ଘଟଣାଟି  ସିକନ୍ଦରାବାଦ ଷ୍ଟେସନରେ ହାଇଦ୍ରାବାଦ ଚାରାମିନାର ଏକ୍ସପ୍ରେସ୍‌ରେ ଘଟିଥିବା ବେଳେ ଗତକାଲି ଦକ୍ଷିଣ ମଧ୍ୟ ରେଳବାଇ ପକ୍ଷରୁ ଏ ନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଗତ କିଛିଦିନ ହେବ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଜଣେ ଚା’ ବିକାଳି ଟ୍ରେନର ଶୌଚାଳୟରୁ ଭିତରୁ ବାହାରକୁ ଆସୁଛନ୍ତି।  ତାଙ୍କ ହାତରେ  ଚା’  ଓ କଫିର କ୍ୟାଟିଲ ଅଛି। ଚା’ ଓ କଫି କ୍ୟାଟିଲରେ ସେ ଶୌଚାଳୟରୁ ପାଣି ନେଇ ଆସୁଥିବା ଭିଡ଼ିଓରୁ ଜଣାପଡ଼ୁଛି।

ଦକ୍ଷିଣ ମଧ୍ୟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାଟି ଗତବର୍ଷ ଡିସେମ୍ବର ମାସରେ ଘଟିଥିଲା। ଭିଡ଼ିଓ ଭାଇରାଲ ହେବା ପରେ ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ପରେ ସିକନ୍ଦରାବାଦ  ଓ କାଜିପେଟ ମଧ୍ୟସ୍ଥ ଅଞ୍ଚଳ ଦାୟିତ୍ୱରେ ଥିବା କଣ୍ଟ୍ରାଟର  ପି. ଶିବପ୍ରସାଦ ଉପରେ  ଏକ ଲକ୍ଷ ଟଙ୍କା ଜୋରିମାନା କରାଯାଇଛି।

https://www.youtube.com/watch?v=w5tKsEfwPus

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos