ପ୍ରଧାନମନ୍ତ୍ରୀଙ୍କ ଗ୍ୟାସ ଲିକ୍‌ ଟ୍ରାଜେଡୀ ସମୀକ୍ଷା

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ ଗ୍ୟାସ ଲିକ ଟ୍ରାଜେଡୀରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମେ ୩ ପରେ ୮ ଓ ରିପୋର୍ଟ ଲେଖା ହେବା ବେଳକୁ ଏହି ସଂଖ୍ୟା ୯ରେ ପହଞ୍ଚି ଯାଇଛି। ଆହୁରି ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପର୍ଯ୍ୟୟ ପ୍ରଶମସ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସ୍ଥିତର ସମୀକ୍ଷା ପାଇଁ ପାଇଁ ସେ ଜରୁରୀ ବୈଠକ ମଧ୍ୟ ଡାକିଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ […]

g

g

Hemant Lenka
  • Published: Thursday, 07 May 2020
  • Updated: 07 May 2020, 11:06 AM IST

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ବିଶାଖାପଟନମ ଗ୍ୟାସ ଲିକ ଟ୍ରାଜେଡୀରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ପ୍ରଥମେ ୩ ପରେ ୮ ଓ ରିପୋର୍ଟ ଲେଖା ହେବା ବେଳକୁ ଏହି ସଂଖ୍ୟା ୯ରେ ପହଞ୍ଚି ଯାଇଛି। ଆହୁରି ଅନେକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିପର୍ଯ୍ୟୟ ପ୍ରଶମସ ଅଧିକାରୀଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି।

ସ୍ଥିତର ସମୀକ୍ଷା ପାଇଁ ପାଇଁ ସେ ଜରୁରୀ ବୈଠକ ମଧ୍ୟ ଡାକିଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସହ ମଧ୍ୟ ସେ ଫୋନ ଯୋଗେ କଥା ହୋଇଛନ୍ତି। ଘଟଣାରେ ସମସ୍ତ ପ୍ରକାରର ସହଯୋଗ କରିବାକୁ କେନ୍ଦ୍ର ପ୍ରସ୍ତୁତ ବୋଲି ମୋଦି ତାଙ୍କୁ କହିଛନ୍ତି।

ଅନ୍ୟପକ୍ଷରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ସ୍ଥାନୀୟ ଲୋକଙ୍କୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ କଂଗ୍ରେସକର୍ମୀଙ୍କୁ ସେ ଆହ୍ୱାନ କରିଛନ୍ତି। ଅସୁସ୍ଥ ହୋଇଥିବା ଲୋକମାନେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos