ଡିସେମ୍ବର ୫ରେ କର୍ଣ୍ଣାଟକା ବିଧାନସଭା ଉପନିର୍ବାଚନ

ନୂଆଦିଲ୍ଲୀ: ଅଯୋଗ୍ୟ ଘୋଷିତ ହେବା ପରେ କର୍ଣ୍ଣାଟକା ବିଧାନସଭାରେ ଖାଲି ପଡ଼ିଥିବା ୧୫ଟି ଆସନ ପାଇଁ ଆସନ୍ତା ଡିସେମ୍ବର ୫ ତାରିଖରେ ନିର୍ବାଚନ ହେବ। ଏଥିସହ ଡିସେମ୍ବର ୯ରେ ହିଁ ଗଣତି ସହ ଫଳାଫଳ ପ୍ରକାଶ ପାଇବ ବୋଲି ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ଘୋଷଣା ଅନୁଯାୟୀ, ନଭେମ୍ବର ୧୧ରେ ଏଥିପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ନାମାଙ୍କନ ଦାଖଲର ଶେଷ ତାରିଖ ନଭେମ୍ବର ୧୮ ରହିଛି। ନଭେମ୍ବର ୨୧ରେ ନାମାଙ୍କନ ଯାଞ୍ଚ ପ୍ରତ୍ୟାହାର ପାଇଁ ନିର୍ବାଚନ କମିଶନ ଦିନ ଧାର୍ଯ୍ୟ କରିଛନ୍ତି।

ପୂର୍ବରୁ ନିର୍ବାଚନ କମିଶନ ଅକ୍ଟୋବର ୨୧ରେ କର୍ଣ୍ଣାଟକା ବିଧାନସଭା ଉପ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ଗତକାଲି ଅଯୋଗ୍ୟ ଘୋଷିତ ବିଧାୟକଙ୍କ ଆବେଦନ ଉପରେ କୌଣସି ନିଷ୍ପତ୍ତି ନ ନେବା ଯାଏ, ଭୋଟ ପ୍ରକ୍ରିୟା ବନ୍ଦ ରଖିବାକୁ କହିଥିଲେ। ଏହି ରୁଲିଂର ଗୋଟିଏ ଦିନ ପରେ ଆଜି ନିର୍ବାଚନ କମିଶନ ଭୋଟ ପାଇଁ ନୂଆ ତାରିଖ ଘୋଷଣା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।