ଛେଳିଙ୍କ ଡିସ୍କୋ ଡ୍ୟାନ୍ସ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଡ୍ୟାନ୍ସ ପାଇଁ ମଣିଷ କେତେ କଷ୍ଟ ନକରେ।  କିଏ ପିଲାଦିନୁ ଶିଖିଥାଏ ତ ଆଉ କିଏ ବଡ଼ ହେଲା ପରେ ଡ୍ୟାନ୍ସ ଶିଖିଥାଆନ୍ତି। କିନ୍ତୁ କେବେ ଦେଖିଛନ୍ତି କି ଶୁଣିଛନ୍ତି କି ଛେଳି ଡ୍ୟାନ୍ସ କରିବାର? ସେ ପୁଣି ଗୋଟିଏ ନୁହେଁ ଦଳେ ଛେଳି ଏକାଥରକେ କେବେ ଡ୍ୟାନ୍ସ କରିବା କଥା ଶୁଣିଛନ୍ତି କି? ଯଦି ନା ତା’ହେଲେ ଆମେ ଆଜି ଆପଣମାନଙ୍କୁ ଛେଳିଙ୍କ ଡିସ୍କୋ ଡ୍ୟାନ୍ସ ବିଷୟରେ କହିବୁ ଓ ଭିଡିଓ ଦେଖାଇବୁ। The […]

t

t

Hemant Lenka
  • Published: Saturday, 08 August 2020
  • Updated: 08 August 2020, 03:50 PM IST

Sports

Latest News

ନୂଆଦିଲ୍ଲୀ: ଡ୍ୟାନ୍ସ ପାଇଁ ମଣିଷ କେତେ କଷ୍ଟ ନକରେ।  କିଏ ପିଲାଦିନୁ ଶିଖିଥାଏ ତ ଆଉ କିଏ ବଡ଼ ହେଲା ପରେ ଡ୍ୟାନ୍ସ ଶିଖିଥାଆନ୍ତି। କିନ୍ତୁ କେବେ ଦେଖିଛନ୍ତି କି ଶୁଣିଛନ୍ତି କି ଛେଳି ଡ୍ୟାନ୍ସ କରିବାର? ସେ ପୁଣି ଗୋଟିଏ ନୁହେଁ ଦଳେ ଛେଳି ଏକାଥରକେ କେବେ ଡ୍ୟାନ୍ସ କରିବା କଥା ଶୁଣିଛନ୍ତି କି? ଯଦି ନା ତା’ହେଲେ ଆମେ ଆଜି ଆପଣମାନଙ୍କୁ ଛେଳିଙ୍କ ଡିସ୍କୋ ଡ୍ୟାନ୍ସ ବିଷୟରେ କହିବୁ ଓ ଭିଡିଓ ଦେଖାଇବୁ।
https://twitter.com/i/status/1288375490563186688

ଡେଲି ଗୋଟସ ନାମକ ଏକ ଟ୍ୱିଟର ଆକାଉଣ୍ଟଧାରୀ ଛେଳିମାନେ ଡିସ୍କୋ ଡ୍ୟାନ୍ସ କରୁଥିବା ବେଳର ଭିଡିଓଟିକୁ ପୋଷ୍ଟ କରିଛନ୍ତି। ଭିଡିଓଟିରେ ଦୁଇ ଜଣ ଛେଳି ଚରାଳି ସେମାନଙ୍କ ଛେଳି ଗୁଡ଼ିକୁ ଚରେଇ ନେଉଥିବାର ଦଖାଯାଉଛି। ଏହି ଭିଡିଓଟିକୁ କେହି ଜଣେ ଏଡିଟ୍ କରିଥିବା ଜଣାପଡ଼ୁଛି। ଯେଉଁଥିରେ କି ଗୀତ ସହ ତାଳ ଦେଇ ଛେଳିମାନେ ମୁଣ୍ଡ ଏବଂ ଗୋଡ଼ ହଲାଇ ନାଚ କରୁଥିବାର ଦେଖାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ଏହି ଭିଡିଓଟିକୁ ୧.୪ ମିଲିୟନ ଲୋକ ଦେଖିସାରିଥିବାବେଳେ ପାଖାପାଖି ୩୬ ହଜାର ଲୋକ ଏହାକୁ ଲାଇକ୍ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos