ବୈଜ୍ଞାନିକଙ୍କ ଆକଳନ: ୨୦୦ ସହରରୁ ଗାଏବ ହୋଇଯିବ ଜଳ, ପିଇବାକୁ ମିଳିବନି

ନୂଆଦିଲ୍ଲୀ:ଆଗକୁ ବିଶ୍ୱର ୨୦୦ଟି ସହରରେ ଉତ୍କଟ ଜଳାଭାବ  ଦେଖଦେବାର ଆଶଙ୍କା ରହିଛି।   ଏପରିକି ଏହି ସହର ଗୁଡିକରେ ପାଣି  ଟୋପାଏ ପିଇବାକୁ ମିଳିବ ନାହିଁ।   ଏଭଳି ପୂର୍ବାନୁମାନ କରିଛି ସେଣ୍ଟର   ଫର ସାଇନସ ଏଣ୍ଡ ଏନଭାୟାରମେଣ୍ଟ।  ଭାରତର ବେଙ୍ଗାଲୁରୁ ସହର  ଏହି ତାଲିକାରେ ସ୍ଥାନ ପାଇଛି।  ତେଣୁ  ଆଜି ବିଶ୍ୱ ଜଳ ଦିବସରେ  ପାଣିର ଉପଯୁକ୍ତ ବ୍ୟବହାର  ପାଇଁ ଆହ୍ୱାନ ଦିଆଯାଇଛି ।  ସେପଟେ ଜଳ ସଙ୍କଟ ନେଇ ଆସିଛି ଏକ ଚିତ୍ର। ସରିଯାଇପାରେ  ପାଣି । […]

n-WOMEN-DRINKING-WATER-AFRICA-628x314

n-WOMEN-DRINKING-WATER-AFRICA-628x314

Rakesh Mallick
  • Published: Thursday, 22 March 2018
  • Updated: 22 March 2018, 09:31 PM IST

Sports

Latest News

ନୂଆଦିଲ୍ଲୀ:ଆଗକୁ ବିଶ୍ୱର ୨୦୦ଟି ସହରରେ ଉତ୍କଟ ଜଳାଭାବ  ଦେଖଦେବାର ଆଶଙ୍କା ରହିଛି।   ଏପରିକି ଏହି ସହର ଗୁଡିକରେ ପାଣି  ଟୋପାଏ ପିଇବାକୁ ମିଳିବ ନାହିଁ।   ଏଭଳି ପୂର୍ବାନୁମାନ କରିଛି ସେଣ୍ଟର   ଫର ସାଇନସ ଏଣ୍ଡ ଏନଭାୟାରମେଣ୍ଟ।  ଭାରତର ବେଙ୍ଗାଲୁରୁ ସହର  ଏହି ତାଲିକାରେ ସ୍ଥାନ ପାଇଛି।  ତେଣୁ  ଆଜି ବିଶ୍ୱ ଜଳ ଦିବସରେ  ପାଣିର ଉପଯୁକ୍ତ ବ୍ୟବହାର  ପାଇଁ ଆହ୍ୱାନ ଦିଆଯାଇଛି ।  ସେପଟେ ଜଳ ସଙ୍କଟ ନେଇ ଆସିଛି ଏକ ଚିତ୍ର।

ସରିଯାଇପାରେ  ପାଣି ।  ଗୋଟିଏ କି ଦୁଇଟି  ସହର ନୁହେଁ ପାଖାପାଖି  ୨୦୦ଟି ସହରରେ ଏପରି ସ୍ଥିତି ରହିବ ।  ଏପରିକି ପିଇବା ପାଇଁ ପାଣି  ଟୋପାଏ ମଧ୍ୟ ମିଳିବ ନାହିଁ ।  ଆଉ ଏହି ତାଲିକାରେ ଭାରତର  ବେଙ୍ଗାଲୁରୁ ସହର ସ୍ଥାନ ପାଇଛି।    ପୂର୍ବରୁ ଦକ୍ଷିଣ ଆଫ୍ରିକାର  ସବୁଠାରୁ ଧନୀ ସହର କେପ ଟାଉନର ଜଳାଭାବକୁ  ନେଇ ଚର୍ଚ୍ଚା  ଜାରି ରହିଛି।   ଚଳିତବର୍ଷ ଶେଷ ସୁଦ୍ଧା ସେଠାରେ ପାଣି ଟେପାଏ  ପିଇବାକୁ ମିଳିବ ନାହିଁବୋଲି ଆଶଙ୍କା  ଦେଖାଦେଇଛି ।   ଆଉ ଏବେ  ବେଙ୍ଗାଲୁରୁ ସହରରେ କେପଟାଉନ ଭଳି ସ୍ଥିତି ଉପୁଜିବ ବୋଲି  ଆଶଙ୍କା କରିଛି ସେଣ୍ଟର ଫର ସାଇନସ ଏଣ୍ଡ ଏନଭାୟାରମେଣ୍ଟ।    ଆଗାମୀ ଦିନରେ  ଉତ୍କଟ ଜଳାଭାବ ସୃଷ୍ଟି ହେବ।

ଏଥିପାଇଁ ଅଣ  ଅନୁମୋଦିତ ଟାଉନ ପ୍ଲାନିଂକୁ ଦାୟୀ କରାଯାଇଛି।   ୩୦ବର୍ଷ ତଳେ  ମାତ୍ର  ୫ହଜାର  ନଳକୂପ ଥିବା ବେଳେ ଏବେ  ବେଙ୍ଗାଲୁରୁରରେ  ପାଖାପାଖି  ୪ଲକ୍ଷ ୫୦ହଜାର ନଳକୂପ ରହିଛି।   ଏଥିଯୋଗୁ ଜଳସ୍ତର  ଦ୍ରୁତ ଗତିରେ କମିବାରେ ଲାଗିଛି।  ବେଙ୍ଗାଲୁରୁ ସହ  ଚୀନର ବେଜିଂ,  ମେକ୍ସିକୋର ମେକ୍ସିକୋ ସିଟି, ୟେମେନର ସାନା, କେନିଆର  ନାଇରୋବି, ତୁର୍କୀର ଇସ୍ତାନବୁଲ , ବ୍ରାଜିଲର ସାଓ ପାଓଲୋ,  ପାକିସ୍ତାନର କରାଚୀ, ଆର୍ଜେଣ୍ଟିନାର  ବୁଏନସ ଏଆରସ ଓ  ଆଫଗାନିସ୍ତାନର କାବୁଲ ସହରରେ ଜଳାଭାବ ଦେଖାଦେବାର  ଆଶଙ୍କା ରହିଛି।   ତେଣୁ ଆଜି ବିଶ୍ୱ ଜଳ ଦିବସରେ ପାଣିର ଉପଯୁକ୍ତ  ବ୍ୟବହାର କରିବାକୁ ଆହ୍ୱାନ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story