ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଓ ବାମ ଦଳକୁ ପଛରେ ପକାଇ ବିଜେପି ଦ୍ୱିତୀୟ, ପ୍ରଥମରେ ମମତା

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ପୁଣି ଚାଲିଲା ମମତା ମ୍ୟାଜିକ୍। ଆଜି ହୋଇଥିବା ଭୋଟ ଗଣନା ଫଳାଫଳରୁ ତୃଣମୂଳ କଂଗ୍ରେସ ଦୃଢ ସ୍ଥିତିରେ ରହିଛି। ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ସମସ୍ତ ୧୮ଟି ଯାକ ଜିଲ୍ଲାରେ ଆଗୁଆ ରହିଛି। ବିଜେପି ଅଧିକାଂଶ ସ୍ଥନରେ ଦ୍ୱିତୀୟ ସ୍ଥାନରେ ରହିଛି। ଭୋଟ ଗଣନା ଜାରି ରହିଛି, ଏବେସୁଦ୍ଧା ଟିଏମସି ୨ ହଜାର ୪୬୭ଟି ଗ୍ରାମ ପଞ୍ଚାୟତରେ କବଜା କରିଥିବାବେଳେ ବିଜେପି ଖାତାକୁ ଯାଇଛି ୩୮୬ଟି ଗ୍ରାମ ପଞ୍ଚାୟତ। ସେହିପରି ସିପିଏମ ମାତ୍ର […]

bjp-tmc-flag-759

bjp-tmc-flag-759

Rakesh Mallick
  • Published: Thursday, 17 May 2018
  • Updated: 17 May 2018, 05:03 PM IST

Sports

Latest News

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ପୁଣି ଚାଲିଲା ମମତା ମ୍ୟାଜିକ୍। ଆଜି ହୋଇଥିବା ଭୋଟ ଗଣନା ଫଳାଫଳରୁ ତୃଣମୂଳ କଂଗ୍ରେସ ଦୃଢ ସ୍ଥିତିରେ ରହିଛି। ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ସମସ୍ତ ୧୮ଟି ଯାକ ଜିଲ୍ଲାରେ ଆଗୁଆ ରହିଛି। ବିଜେପି ଅଧିକାଂଶ ସ୍ଥନରେ ଦ୍ୱିତୀୟ ସ୍ଥାନରେ ରହିଛି। ଭୋଟ ଗଣନା ଜାରି ରହିଛି, ଏବେସୁଦ୍ଧା ଟିଏମସି ୨ ହଜାର ୪୬୭ଟି ଗ୍ରାମ ପଞ୍ଚାୟତରେ କବଜା କରିଥିବାବେଳେ ବିଜେପି ଖାତାକୁ ଯାଇଛି ୩୮୬ଟି ଗ୍ରାମ ପଞ୍ଚାୟତ। ସେହିପରି ସିପିଏମ ମାତ୍ର ୯୬ଟି ଗ୍ରାମ ପଞ୍ଚାୟତରେ ବିଜୟ ହାସଲ କରିଛି। ଚଳିତ ବର୍ଷ ପଶ୍ଚମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଇଭିଏମ ମେସିନ ପରିବର୍ତ୍ତେ ବାଲଟ ପେପରରେ ହୋଇଛି ମତଦାନ। ଗତ ୧୪ ତାରିଖରେ ହୋଇଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ହୋଇଥିଲା। ସେଥିରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ହିଂସାକାଣ୍ଡରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହାପରେ ଗତକାଲି ପଶ୍ଚିମବଂଗ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ୨୦ଟି ଜିଲ୍ଲାର ୫୬୮ଟି ବୁଥରେ ସାନି ମତଦାନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos