ଭିନ୍ନ ଧର୍ମରେ ବାହାଘରକୁ ନେଇ ହାଇକୋର୍ଟଙ୍କ ବଡ଼ ବୟାନ

ଲକ୍ଷ୍ନୌ: ଲଭ ଜିହାଦ ଓ ଭିନ୍ନ ଧର୍ମରେ ହେଉଥିବା ବାହାଘରକୁ ନେଇ ବିତର୍କ ଚାଲିଥିବା ବେଳେ ଆହ୍ଲାବାଦ ହାଇକୋର୍ଟ ବଡ଼ ବୟାନ ଦେଇଛନ୍ତି। ଏଥିସହ ଜଣେ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କ ପରିବାର ରୁଜୁ କରିଥିବା ଏଫଆଇଆରକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି। ଗତବର୍ଷ ଏହି ବ୍ୟକ୍ତିଙ୍କ ପତ୍ନୀ ହିନ୍ଦୁ ଧର୍ମ ଛାଡ଼ି ମୁସଲିମ ଧର୍ମ ଗ୍ରହଣ କରିଥିଲେ। ଏହା ବିରୋଧରେ ଝିଅ ଘର ଲୋକ ଏଫଆଇଆର କରିଥିଲେ। ହେଲେ କୋର୍ଟ ଆଜି ଏକ ଐତିହାସିକ […]

ha

ha

Hemant Lenka
  • Published: Tuesday, 24 November 2020
  • Updated: 24 November 2020, 12:27 PM IST

Sports

Latest News

ଲକ୍ଷ୍ନୌ: ଲଭ ଜିହାଦ ଓ ଭିନ୍ନ ଧର୍ମରେ ହେଉଥିବା ବାହାଘରକୁ ନେଇ ବିତର୍କ ଚାଲିଥିବା ବେଳେ ଆହ୍ଲାବାଦ ହାଇକୋର୍ଟ ବଡ଼ ବୟାନ ଦେଇଛନ୍ତି। ଏଥିସହ ଜଣେ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ତାଙ୍କ ପତ୍ନୀଙ୍କ ପରିବାର ରୁଜୁ କରିଥିବା ଏଫଆଇଆରକୁ ମଧ୍ୟ କୋର୍ଟ ଖାରଜ କରିଦେଇଛନ୍ତି।

ଗତବର୍ଷ ଏହି ବ୍ୟକ୍ତିଙ୍କ ପତ୍ନୀ ହିନ୍ଦୁ ଧର୍ମ ଛାଡ଼ି ମୁସଲିମ ଧର୍ମ ଗ୍ରହଣ କରିଥିଲେ। ଏହା ବିରୋଧରେ ଝିଅ ଘର ଲୋକ ଏଫଆଇଆର କରିଥିଲେ। ହେଲେ କୋର୍ଟ ଆଜି ଏକ ଐତିହାସିକ ରାୟ କ୍ରମେ ଏଫଆଇଆରକୁ ଖାରଜ କରିଦେଇଛନ୍ତି।

କୋର୍ଟ ଏହି ସମୟରେ କହିଛନ୍ତି, ଜଣେ ବ୍ୟକ୍ତିଙ୍କୁ ନିଜ ଇଚ୍ଛା ଅନୁସାରେ ଚୟନ ଓ କାହା ସହ ସମ୍ପର୍କ ସ୍ଥାପନ କରିବାର ଅଧିକାର ସମ୍ବିଧାନ ଦେଇଛି। ଆମ ଯଦି ବ୍ୟକ୍ତିଗତ ସମ୍ପର୍କରେ ହସ୍ତକ୍ଷେପ କରିବୁ, ତା’ହେଲେ ଏହା ରାଇଟ୍‌ ଟୁ ଫ୍ରିଡମ ଅଫ ଚୟସର ବିରୋଧାଭାସ କରିବ।

ଆମେ ପ୍ରିୟଙ୍କା ଖରୱାର ଓ ସଲାମତ ଅନସାରୀଙ୍କୁ ହିନ୍ଦୁ ଏବଂ ମୁସଲିମ ଭାବେ ବିବେଚନା କରୁନାହୁଁ, ସେମାନଙ୍କୁ ଆମେ ଦୁଇ ଜଣ ପ୍ରାପ୍ତ ବୟସ୍କ ବ୍ୟକ୍ତିବିଶେଷ ଭାବେ ବିଚାରକୁ ନେଇଛୁ। ପ୍ରାପ୍ତ ବୟସ୍କ ଭାବେ ସେମାନଙ୍କର ନିଜସ୍ୱ ଇଚ୍ଛା ଓ ଅଧିକାର ରହିଛି। ସେମାନେ ଦୀର୍ଘ ଗୋଟିଏ ବର୍ଷ ହେଲାଣି ପରସ୍ପରକୁ ବିବାହ କରି ବେଶ ଖୁସିର ଓ ଭଲରେ ରହିଛନ୍ତି। ଭାରତୀୟ ସମ୍ବିଧାନର ଧାରା ୨୧ ସମସ୍ତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ସ୍ୱାଧୀନତା ଓ ଜୀବନ ଧାରଣର କ୍ଷମତା ଦେଇଛି। ଏହାକୁ ସୁରକ୍ଷିତ ଭାବେ କାର୍ଯ୍ୟ କରିବାକୁ କୋର୍ଟ ଓ ସାମ୍ବିଧାନିକ ବେଞ୍ଚ ରହିଛି ବୋଲି ଆହ୍ଲାବାଦ ହାଇକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ କହିଛନ୍ତି।

ଉତ୍ତର ପ୍ରଦେଶ ଖୁସିନଗରର ସଲାମତ ଓ ପ୍ରିୟଙ୍କା ପରସ୍ପରକୁ ଭଲ ପାଉଥିଲେ। ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ପରିବାର ଲୋକ ଏଥିରେ ରାଜି ହୋଇ ନଥିଲେ। ଶେଷରେ ଗତବର୍ଷ ଅଗଷ୍ଟରେ ଉଭୟେ ପରିବାର ଲୋକଙ୍କୁ ନ ଜଣାଇ ବିବାହ କରିଥିଲେ। ବାହାଘର ପୂର୍ବରୁ ପ୍ରିୟଙ୍କା ଇସଲାମ ଧର୍ମ ଗ୍ରହଣ କରିଥିଲେ ଓ ନିଜ ନାଁକୁ ଆଲିଆ କରିଦେଇଥିଲେ।

ଏହାକୁ ବିରୋଧ କରି ପ୍ରିୟଙ୍କାଙ୍କ ବାପାମା’ ପୁଲିସ୍‌ ନିକଟରେ ଅପହରଣ ଓ ଧର୍ମାନ୍ତୀକରଣ ସମ୍ପର୍କରେ ଏଫଆଇଆର ଦେଇଥିଲେ। ଏଥିସହ ସେମାନେ ପ୍ରିୟଙ୍କା ନାବାଳିକା ଥିବା କଥା ମଧ୍ୟ କହିଥିଲେ। ନଭେମ୍ବର ୧୧ରେ ଆହ୍ଲାବାଦ ହାଇକୋର୍ଟ ଏଫଆଇଆର ରଦ୍ଦ ପାଇଁ ସଲାମତ କରିଥିବା ଆବେଦନର ଶୁଣାଣି ଆହ୍ଲାବାଦ ହାଇକୋର୍ଟ କରିଥିଲେ।

ହାଇକୋର୍ଟ ଉତ୍ତର ପ୍ରଦେଶ ସରକାର ଓ ମହିଳାଙ୍କ ପରିବାର ଲୋକଙ୍କ ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି। କୋର୍ଟ କହିଛନ୍ତି, ବ୍ୟକ୍ତିଗତ ସ୍ୱାଧୀନତା ଆଧାରରେ ଜଣେ ବ୍ୟକ୍ତି ତାଙ୍କ ପସନ୍ଦର ଆଉ ଜଣେ ବ୍ୟକ୍ତିଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିପାରିବେ। ଏଥିରେ ଉଭୟଙ୍କ ସମର୍ଥନ ଥିଲେ, ଧର୍ମ, ଜାତି ଓ ବର୍ଣ୍ଣ କୌଣସି ଗୁରୁତ୍ୱ ରଖେନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story