ସିନ୍ଧିଆଙ୍କ ପାଇଁ ବିଜେପି ଲଗାଇଥିବା ପୋଷ୍ଟର ହଟାଇ ଦେଲା ପ୍ରଶାସନ

ଭୋପାଲ: କଂଗ୍ରେସ ଛାଡ଼ି ବିଜେପିରେ ବୁଧବାର ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଭୋପାଲ ଆସିଛନ୍ତି। ଆଜି ଭୋପାଲରେ ତାଙ୍କୁ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶତାଧିକ ବିଜେପି କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇ ସିନ୍ଧିଆଙ୍କୁ ସ୍ୱାଗତ କରିଛନ୍ତି। ସିନ୍ଧିଆ ଭୋପାଲ ଆସୁଥିବାରୁ ବିଜେପି ପକ୍ଷରୁ ତାଙ୍କ ସ୍ୱାଗତ ପାଇଁ ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗା ଯାଇଥିଲା। ହେଲେ କିଛି ସ୍ଥାନରେ ବେଆଇନ ଭାବେ ଲଗା ଯାଇଥିବା ହୋର୍ଡିଂଙ୍କୁ ସିନ୍ଧିଆ ପହଞ୍ଚିବା ପୂର୍ବରୁ ହିଁ ସହରର […]

sc

sc

Hemant Lenka
  • Published: Thursday, 12 March 2020
  • Updated: 12 March 2020, 05:30 PM IST

ଭୋପାଲ: କଂଗ୍ରେସ ଛାଡ଼ି ବିଜେପିରେ ବୁଧବାର ଯୋଗଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଆଜି ଭୋପାଲ ଆସିଛନ୍ତି। ଆଜି ଭୋପାଲରେ ତାଙ୍କୁ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶତାଧିକ ବିଜେପି କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇ ସିନ୍ଧିଆଙ୍କୁ ସ୍ୱାଗତ କରିଛନ୍ତି।

ସିନ୍ଧିଆ ଭୋପାଲ ଆସୁଥିବାରୁ ବିଜେପି ପକ୍ଷରୁ ତାଙ୍କ ସ୍ୱାଗତ ପାଇଁ ବିଭିନ୍ନ ସ୍ଥାନରେ ହୋର୍ଡିଂ ଲଗା ଯାଇଥିଲା। ହେଲେ କିଛି ସ୍ଥାନରେ ବେଆଇନ ଭାବେ ଲଗା ଯାଇଥିବା ହୋର୍ଡିଂଙ୍କୁ ସିନ୍ଧିଆ ପହଞ୍ଚିବା ପୂର୍ବରୁ ହିଁ ସହରର ପୌରପାଳିକା ପକ୍ଷରୁ ହଟାଇ ଦିଆଯାଇଥିଲା। ଏହି ପୋଷ୍ଟରରେ ସିନ୍ଧିଆଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ଅମିତ ଶାହଙ୍କ ଫଟୋ ମଧ୍ୟ ରହିଥିଲା। କିଛି ଫଟୋରେ ସିନ୍ଧିଆଙ୍କ ବାପା ମାଧବରାୱ ସିନ୍ଧିଆଙ୍କ ଫଟୋ ମଧ୍ୟ ବିଜେପି ଲଗାଇଥିଲା। ହେଲେ ପୌରପାଳିକା ଏଗୁଡ଼ିକୁ ହଟାଇ ଦେଇଥିଲା।

ସେହିପରି କିଛି ସ୍ଥାନରେ ସିନ୍ଧିଆଙ୍କ ଫଟୋ ଲାଗିଥିବା ହୋର୍ଡିଂରେ ତାଙ୍କ ମୁହଁକୁ କାଳି ମାଡ଼ କରାଯାଇଛି। ହେଲେ ଏହି କାଳ ମାଡ଼ ପଛରେ କିଏ, ସେକଥା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos