ସେରମ ଅଗ୍ନିକାଣ୍ଡ ପରେ କ’ଣ କହିଲେ ପୁନାୱାଲା

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ବିଶ୍ୱର ସର୍ବବୃହତ୍ତ ଫାର୍ମା କମ୍ପାନୀ ସେରମ ଇନଷ୍ଟିଚ୍ୟୁ ଅଫ ଇଣ୍ଡିଆରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଅଗ୍ନିକାଣ୍ଡ ପରେ ସେରମର ମୁଖ୍ୟ ଅଦର ପୁନାୱାଲା ଟ୍ୱିଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, “ଆମେ କିଛି ଦୁଃଖଦ ଖବର ପାଇଛୁ। ଅଗ୍ନିକାଣ୍ଡ ଘଟଣାର ତଦନ୍ତ ବେଳେ କେତେକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। […]

dd

dd

Hemant Lenka
  • Published: Thursday, 21 January 2021
  • Updated: 21 January 2021, 06:52 PM IST

Sports

Latest News

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକା ପ୍ରସ୍ତୁତ କରୁଥିବା ବିଶ୍ୱର ସର୍ବବୃହତ୍ତ ଫାର୍ମା କମ୍ପାନୀ ସେରମ ଇନଷ୍ଟିଚ୍ୟୁ ଅଫ ଇଣ୍ଡିଆରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଅଗ୍ନିକାଣ୍ଡ ପରେ ସେରମର ମୁଖ୍ୟ ଅଦର ପୁନାୱାଲା ଟ୍ୱିଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି, “ଆମେ କିଛି ଦୁଃଖଦ ଖବର ପାଇଛୁ। ଅଗ୍ନିକାଣ୍ଡ ଘଟଣାର ତଦନ୍ତ ବେଳେ କେତେକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥିପାଇଁ ଆମେ ଗଭୀର ମର୍ମାହତ ଓ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛୁ।”

ଆଜି ମଧ୍ୟାହ୍ନ ୨.୪୫ ମିନିଟ୍‌ରେ ସେରମର ମଞ୍ଜରୀ ଅଞ୍ଚଳରେ ଥିବା ଟର୍ମିନାଲ-୧ ନିକଟ ନିର୍ମାଣଧୀନ ବିଲଡିଂରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ବିଲଡିଂଟି ସଂପୂର୍ଣ୍ଣ ଭାବେ ପୋଡ଼ି ଯାଇଛି। ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ବେଳେ ୧୨ଟି ଅଗ୍ନିଶମ ବାହିନୀ ଓ ଗୋଟିଏ ଏନଡିଆରଏଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଦ୍ଧାର ବେଳେ ୫ ଜଣ ନିର୍ମାଣ ଶ୍ରମିକଙ୍କ ମୃତଦେହ ଠାବ କରାଯାଇଛି।

ସେରମରେ ନିଆଁ ଲାଗିଥିବାରୁ କୋଭିସିଲ୍ଡ ଟିକା ଉତ୍ପାଦନ ୟୁନିଟିର ଅବସ୍ଥା ଜାଣିବାକୁ ଲୋକମାନେ ଚାହିଁଥିଲେ। ଇତି ମଧ୍ୟରେ ଅପରାହ୍ନ ୫.୧୦ରେ ପୁନାୱାଲା ଟ୍ୱିଟ କରି କହିଥିଲେ ଯେ “ମୁଁ ସମସ୍ତ ସରକାର ଓ ଲୋକଙ୍କୁ କହିବାକୁ ଚାହେଁ ଯେ ଆଜିର ଅଗ୍ନିକାଣ୍ଡ କୋଭିସିଲ୍ଡର ଉତ୍ପାଦନ ଉପରେ କୌଣସି ପ୍ରଭାବ ପକାଇ ନାହିଁ। ସେହିପରି ଟିକା ସଂରକ୍ଷିତ ବିଲଡିଂ ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ରହିଛି। ପୁଣେ ପୁଲିସ ଓ ଅଗ୍ନିଶମ ବାହିନୀକୁ ଧନ୍ୟବାଦ।”

ମୃତ୍ୟୁ ଖବର ପୂର୍ବରୁ ସେ କହିଥିଲେ ଯେ ସମସ୍ତଙ୍କ ପ୍ରାର୍ଥନା ଓ ଶୁଭେଚ୍ଛା ଯୋଗୁ ଏଯାଏ କୌଣସି ଜୀବନହାନୀ ହୋଇନାହିଁ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ସେହିପରି କେହି ବି ଆହତ ହୋଇନାହାନ୍ତି। କେବଳ କିଛି ବିଲଡିଂ ଅଗ୍ନିକାଣ୍ଡ ଯୋଗୁ କ୍ଷତିଗ୍ରସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos