ନର୍ଥ ଇଷ୍ଟର୍ଣ୍ଣ ରାଜ୍ୟରେ ଚାଲିଥିବା ଆନ୍ଦୋଳନ ସମ୍ପର୍କରେ କ’ଣ କହିଲେ ଶାହ

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଛି। ତୁରନ୍ତ ଏହି ଆନ୍ଦୋଳନ ବନ୍ଦ କରିବାକୁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିବେଦନ କରିଛନ୍ତି। ଏହି ବିଲ୍‌ରେ ସ୍ଥାନୀୟ ଅଞ୍ଚଳର ପରିଚୟକୁ ବଞ୍ଚାଇ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି। ସେ କହିଛନ୍ତି,“ବିଲରେ ନର୍ଥ ଇଷ୍ଟର୍ଣ୍ଣ ରାଜ୍ୟ ଗୁଡ଼ିକ ଉଠାଇଥିବା ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା ହୋଇଛି। ଏହାକୁ ନେଇ ଉତ୍ତେଜିତ ହେବାର […]

nu

nu

Hemant Lenka
  • Published: Monday, 09 December 2019
  • Updated: 09 December 2019, 09:34 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଜୋରଦାର ଆନ୍ଦୋଳନ ଆରମ୍ଭ ହୋଇଛି। ତୁରନ୍ତ ଏହି ଆନ୍ଦୋଳନ ବନ୍ଦ କରିବାକୁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନିବେଦନ କରିଛନ୍ତି। ଏହି ବିଲ୍‌ରେ ସ୍ଥାନୀୟ ଅଞ୍ଚଳର ପରିଚୟକୁ ବଞ୍ଚାଇ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।

ସେ କହିଛନ୍ତି,“ବିଲରେ ନର୍ଥ ଇଷ୍ଟର୍ଣ୍ଣ ରାଜ୍ୟ ଗୁଡ଼ିକ ଉଠାଇଥିବା ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା ହୋଇଛି। ଏହାକୁ ନେଇ ଉତ୍ତେଜିତ ହେବାର କାରଣ ନାହିଁ। ଆନ୍ଦୋଳନ କରିବାର କିଛି କାରଣ ବି ନାହିଁ। ଦେଶ ସହ ଅନେକ କିଛି ହୋଇ ସାରିଲାଣି। ଏବେ ଦେଶ ଶାନ୍ତିଶୃଙ୍ଖଳାର ସହ ଆଗକୁ ବଢ଼ିବାର ଦରକାର।”

ଆଜି ନର୍ଥ ଇଷ୍ଟ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ ପକ୍ଷରୁ ୧୧ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ଏହି ବିଲ ଜରିଆରେ ଆସାମ ଚୁକ୍ତି ୧୯୮୫କୁ ଦୁର୍ବଳ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଉତ୍ତର ଭାରତର ପରିଚୟକୁ ନଷ୍ଟ କରିବା ଏବଂ ଏଠାରୁ ଲୁଟପାଟ କରିବା ପାଇଁ ଆଫଗାନିସ୍ତାନ, ପାକିସ୍ତାନ ଓ ବାଂଲାଦେଶର ଅଣମୁସଲିମ ଶରଣାର୍ଥୀଙ୍କୁ ଭାରତର ନାଗରିକତା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯାଉଥିବା ସେମାନେ କହିଛନ୍ତି।

ଶ୍ରୀ ଶାହ କହିଛନ୍ତି, “ନାଗାଲ୍ୟାଣ୍ଡ ଓ ମିଜୋରାମକୁ ଇନର ଲାଇନ ପରମିଟ ଦ୍ୱାରା ସୁରକ୍ଷିତ ରଖାଯାଇଥିବା ବେଳେ ମଣିପୁରକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭାବନା ଅନୁସାରେ ସମସ୍ତ ସୁରକ୍ଷା ଦିଆଯାଇଛି। ସିକ୍ସଥ ସେଡ୍ୟୁଲ ଅନୁସାରେ ମେଘାଳୟକୁ ସୁରକ୍ଷା ଦିଆଯାଇଛି। ତେଣୁ ଏହି ବିଲ ଦ୍ୱାରା କୌଣସି ରାଜ୍ୟର ଭୌଗଳିକ ସ୍ଥିତି ବା ଅଧିକାର କ୍ଷୁଣ୍ଣ ହେବନାହିଁ।

ମୁଁ କାହା ସହ ଆଲୋଚନା ନ କରି ବିଲକୁ ପ୍ରସ୍ତୁତ କରିଛି ବୋଲି ଭାବନ୍ତୁ ନାହିଁ। ମୁଁ ୧୪୦ରୁ ଅଧିକ ଏନଜିଓ ଓ ରାଜନୀତିକ ଦଳଙ୍କ ସହ ବିସ୍ତୃତ ଭାବେ ଏ ସମ୍ପର୍କରେ କଥା ହୋଇଛି। ନର୍ଥ ଇଷ୍ଟର୍ଣ୍ଣ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ୧୧୯ ଘଣ୍ଟା ଧରି ଆଲୋଚନା କରିଛି। ସେମାନେ ଦେଇଥିବା ସମସ୍ତ ପ୍ରସ୍ତାବକୁ ବିଲରେ ସ୍ଥାନ ଦିଆଯାଇଛି। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story