କରୋନା ଟିକାକୁ ନେଇ ଉଠିଥିବା ପ୍ରଶ୍ନର ଜବାବ ଦେଲା ଭାରତ ବାୟୋଟେକ

ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ମିଳିଥିଲେ ହେଁ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଫେଜ ୩ ଟ୍ରାଏଲର ତଥ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଏକାଧିକ ଲୋକ କୋଭାକ୍ସିନକୁ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ। ବିଶେଷ କରି ଅନ୍ୟତମ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଏମ୍ସ ମୁଖ୍ୟ ଡା. ରଣଦୀପ ଗୁଲେରିଆ ମଧ୍ୟ କୋଭାକ୍ସିନକୁ ନିମ୍ନ କରି ଦେଖାଇଥିଲେ। ଏହାକୁ […]

g

g

Hemant Lenka
  • Published: Monday, 04 January 2021
  • Updated: 04 January 2021, 09:11 PM IST

ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ମିଳିଥିଲେ ହେଁ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଫେଜ ୩ ଟ୍ରାଏଲର ତଥ୍ୟ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଏକାଧିକ ଲୋକ କୋଭାକ୍ସିନକୁ ସନ୍ଦେହ ଦୃଷ୍ଟିରେ ଦେଖିଥିଲେ। ବିଶେଷ କରି ଅନ୍ୟତମ ଟିକା ଉତ୍ପାଦନକାରୀ କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଓ ଏମ୍ସ ମୁଖ୍ୟ ଡା. ରଣଦୀପ ଗୁଲେରିଆ ମଧ୍ୟ କୋଭାକ୍ସିନକୁ ନିମ୍ନ କରି ଦେଖାଇଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି।

ଏସବୁ ଭିତରେ ଆଜି ଭାରତ ବାୟୋଟେକର ଅଧ୍ୟକ୍ଷ ଡା କ୍ରିଷ୍ଣା ଇଲ୍ଲା ଟିକାକୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ କଡ଼ା ଜବାବ ଦେଇଛନ୍ତି। ସେ କହିଛନ୍ତି, ୨୦୦% ସ୍ୱଚ୍ଛତାର ସହ କମ୍ପାନୀ ଟିକାର କ୍ଲିନିକାଲ ଟ୍ରାଏଲ କରିଛି। ତଥାପି ଆମକୁ ସମାଲୋଚନା କରାଯାଉଛି। ଯଦି ମୁଁ ଭୁଲ କହୁଛି, ତା’ହେଲେ ଆପଣମାନେ କୁହନ୍ତୁ। କିଛି କମ୍ପାନୀ ମୋତେ ପାଣି ଭଳି ବ୍ରାଣ୍ଡେଣ୍ଡ କରୁଛନ୍ତି। ହେଲେ ଏହାକୁ ମୁଁ ଅଗ୍ରାହ୍ୟ କରିବାକୁ ଚାହୁଁଛୁ। କାରଣ ଆମେ ବୈଜ୍ଞାନିକ। ଟିକାକୁ ବୈଜ୍ଞାନିକ ପଦ୍ଧତିରେ ତିଆରି କରାଯାଇଛି ବୋଲି ସେ କହିଛନ୍ତି।

ରବିବାର ଡିସିଜିଆଇ କୋଭିକ୍ସିନ ସହ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଦ୍ୱାରା ଉତ୍ପାଦିତ ଅକ୍ସଫୋର୍ଡ କରୋନା ଟିକା କୋଭିସିଲ୍ଡକୁ ମଧ୍ୟ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା। ଏହାପରେ ସେରମ ମୁଖ୍ୟ ଅଦିର ପୁନାୱାଲା କହିଥିଲେ, ବିଶ୍ୱରେ ୩ଟି ଟିକା ସୁରକ୍ଷିତ ବୋଲି ପ୍ରମାଣିତ ହୋଇଛି। ସେଗୁଡ଼ିକ ହେଲା, ଫାଇଜର, ମଡର୍ଣ୍ଣା ଓ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା। ଆଉ ଯେଉଁ ସବୁ ଟିକା ରହିଲା, ତାହା ସବୁ ପାଣି ଭଳି ସୁରକ୍ଷିତ ବୋଲି ସେ କହିଥିଲେ।

ଏହାର ଜବାବ ଆଜି ଡା. ଇଲ୍ଲା ଦେଇଛନ୍ତି। କିନ୍ତୁ ସେ ଜବାବ ଦେବା ବେଳେ ସେରମର ନାଁ ଧରି ନାହାନ୍ତି। ସେ କହିଛନ୍ତି, ଆମେ ଯଦି ସ୍ୱଚ୍ଛତାର ସହ କାମ କରିନାହୁଁ, ତା’ହେଲେ କେମିତି ଆଉ ଗୋଟିଏ ଭାରତୀୟ କମ୍ପାନୀ ବ୍ରିଟେନର ପରୀକ୍ଷା ତଥ୍ୟ ଆଧାରରେ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ପାଇଲା? ମୁଁ ସେହି କମ୍ପାନୀର ନାଁ ଧରିବି ନାହିଁ। କିନ୍ତୁ ଆମେ ଭାରତରେ କୋଭାକ୍ସିନର ପରୀକ୍ଷା କରିଛୁ ବୋଲି ସେ କହିଛନ୍ତି।

ଏମ୍ସ ମୁଖ୍ୟ ଡା ରଣଦୀପ ଗୁଲେରିଆ ମଧ୍ୟ କୋଭାକ୍ସିନକୁ ବ୍ୟାକଅପ ଟିକା ଭାବେ ବ୍ୟବହାର କରାଯିବ ବୋଲି କହିଥିବାରୁ ଏହାର ଜବାବ ଡା ଇଲ୍ଲା ଦେଇଛନ୍ତି। ସେ କହିଛନ୍ତି, ଏହା ଗୋଟିଏ ଟିକା। ଏହା ବ୍ୟାକଅପ ନୁହେଁ। ଏମିତି ବୟାନ ଦେବା ପୂର୍ବରୁ ଲୋକମାନେ ଯତ୍ନବାନ ହେବା ଉଚିତ।

ପୂର୍ବରୁ ଭାରତ ବାୟୋଟେକ ୧୬ ପ୍ରକାରର ସୁରକ୍ଷିତ ଓ ପ୍ରଭାବୀ ଟିକା ପ୍ରସ୍ତୁତ କରି ରେକର୍ଡ କରିଛି। ଏହାର ତଥ୍ୟ ମଧ୍ୟ ରହିଛି। ଆମକୁ ଅନଭିଜ୍ଞ କହି ସମାଲୋଚନା କରିବା ଠିକ ନୁହେଁ। ଆମେ ଏକ ବିଶ୍ୱସ୍ତରୀୟ କମ୍ପାନୀ। ଆମେ ତଥ୍ୟ ଦେବାରେ ସ୍ୱଚ୍ଛତା ରଖୁନାହିଁ ବୋଲି କେହି କହିପାରିବେ ନାହିଁ।

ଆମେ ଟିକାର କ୍ଲିନିକାଲ ଟ୍ରାଏଲ ବ୍ରିଟେନ ସମେତ ଏକାଧିକ ରାଷ୍ଟ୍ରରେ କରିଛୁ। ଆମେ ଏକାଧିକ ଜର୍ଣ୍ଣାଲ ପବ୍ଲିଶ କରିଛୁ। ଆମେ ପ୍ରଥମେ ଜିକା ଭାଇରସକୁ ଠାବ କରିଥିଲୁ ଓ ଏହାକୁ ପ୍ରତିହତ କରିବାକୁ ଟିକା ପ୍ରସ୍ତୁତ କରିଥିଲୁ। ଚିକେନଗୁନିଆ ଟିକା ମଧ୍ୟ ଆମ କମ୍ପାନୀ ପ୍ରସ୍ତୁତ କରିଥିଲା।

ତେଣୁ ଆମକୁ ସମାଲୋଚନା କରିବାର ଅଧିକାର କାହାର ନାହିଁ। ବିଶ୍ୱରେ ଭାରତ ବାୟୋଟେକ ଏକମାତ୍ର କମ୍ପାନୀ, ଯାହା ପାଖରେ ବାଓ ସେଫ୍ଟଟି ଲେଭଲ-୩ ପ୍ରଡକ୍ସନ ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story