ସିବିଆଇର ଦୁଇ ବରିଷ୍ଠଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧର କାରଣ

ନୂଆଦିଲ୍ଲୀ: ସିବିଆଇର ନଂ ୧ ଓ ନଂ ୨ ଅଧିକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଏବେ ବ୍ୟାପକ ରୂପ ଧାରଣ କରିଛି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାକ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବା ପରେ ଏହି ଅର୍ନ୍ତଦ୍ୱନ୍ଦ୍ୱ ବ୍ୟାପକ ହୋଇଛି। ଆସ୍ଥାନା ଏକ ମାମଲାର ରଫାଦଫା କରିବାକୁ ୩ କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ତେବେ ସିବିଆଇ ନିର୍ଦ୍ଦେଶକ ଦେଇଥିବା ଏଫ୍‌ଆଇଆର୍‌ ଜାତୀୟ ଗଣମଧ୍ୟମ ଇଣ୍ଡିଆ […]

d2

d2

Hemant Lenka
  • Published: Monday, 22 October 2018
  • Updated: 22 October 2018, 06:20 PM IST

ନୂଆଦିଲ୍ଲୀ: ସିବିଆଇର ନଂ ୧ ଓ ନଂ ୨ ଅଧିକାରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ଏବେ ବ୍ୟାପକ ରୂପ ଧାରଣ କରିଛି। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାକ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିବା ପରେ ଏହି ଅର୍ନ୍ତଦ୍ୱନ୍ଦ୍ୱ ବ୍ୟାପକ ହୋଇଛି। ଆସ୍ଥାନା ଏକ ମାମଲାର ରଫାଦଫା କରିବାକୁ ୩ କୋଟି ଟଙ୍କାର ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି।

ତେବେ ସିବିଆଇ ନିର୍ଦ୍ଦେଶକ ଦେଇଥିବା ଏଫ୍‌ଆଇଆର୍‌ ଜାତୀୟ ଗଣମଧ୍ୟମ ଇଣ୍ଡିଆ ଟୁଡେ ହାତରେ ଲାଗିଛି। ମାଂସ ବ୍ୟବସାୟୀ ମୋଇନ୍‌ କ୍ୟୁରେସୀ ମାମଲାର ତଦନ୍ତ କରିବା ସମୟରେ ସାମ୍ନାକୁ ଆସିଥିବା ହାଇଦ୍ରାବାଦର ବ୍ୟବସାୟୀ ସତୀଶ ସାନାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆସ୍ଥାନା ଏଭଳି ଲାଞ୍ଚ ନେଇଥିବା ଏଫ୍‌ଆଇଆର୍‌ରେ କୁହାଯାଇଛି। ମୋଇନ୍‌ ହେଉଛି ଉତ୍ତର ପ୍ରଦେଶର ଜଣେ ମାଂସ ବ୍ୟବସାୟୀ, ତା ଉପରେ ୨୦୧୪ରୁ ବିଭିନ୍ନ ତଦନ୍ତକାରୀ ଏଜେନ୍ସିର ନଜର ରହିଛି।

ଜାଣନ୍ତୁ ଏହି କେତୋଟି କଥା

୧: ସତୀଶ ସାନାଙ୍କ ଅଭିଯୋଗ ପରେ ହିଁ ସିବିଆଇ ପକ୍ଷରୁ ଆସ୍ଥାନାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ଆସ୍ଥାନାଙ୍କ ବ୍ୟତୀତ ଡିଏସ୍‌ପି ରାଙ୍କର ସିବିଆଇ ଅଫିସର୍‌ ଦେବେନ୍ଦ୍ର କୁମାର, ମଧ୍ୟସ୍ଥି ମନୋଜ ପ୍ରସାଦ, ତା’ ଭାଇ ସୋମେଶ ପ୍ରସାଦ ଓ ଅନ୍ୟ କିଛି ସରକାରୀ କର୍ମଚାରୀଙ୍କୁ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଯାଇଛି।

୨: ଏଫ୍‌ଆଇଆର୍‌ ଅନୁଯାୟୀ, ପ୍ରଥମେ ମନୋଜ ପ୍ରସାଦ ଓ ତାଙ୍କ ଭାଇ ସୋମେଶ ପ୍ରସାଦ ଦୁବାଇରେ ସତୀଶଙ୍କୁ ଭେଟିଥିଲେ। ତାଙ୍କୁ ସିବିଆଇ ଅଧିକାରୀଙ୍କ ସହ ପରିଚିତ କରାଇ ମାମଲାକୁ ରଫାଦଫା କରିଦେବେ ବୋଲି ପ୍ରଲୋଭନ ଦେଖାଇଥିଲେ। ଏଥିପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ମଧ୍ୟ ସେମାନେ ସତୀଶଙ୍କୁ କହିଥିଲେ।

୩: ସତୀଶଙ୍କ କହିବା ଅନୁଯାୟୀ, ସୋମେଶ ଏନେଇ ଜଣେ ସିବିଆଇ ଅଧିକାରୀଙ୍କୁ ଫୋନ କରିଥିଲେ। ଉକ୍ତ ଅଧିକାରୀ ଜଣଙ୍କ କୁଆଡ଼େ ୫ କୋଟି ଟଙ୍କା ନେଲେ ମାମଲା ସେଟଲ୍‌ ହେବ ବୋଲି କହିଥିଲେ। କିନ୍ତୁ ଏବେ ୩ କୋଟି ଏବଂ କାମ ସରିବା ପରେ ୨ କୋଟି ଦେବାକୁ ପଡ଼ିବ ବୋଲ୍ ଅଧିକାରୀ ଜଣଙ୍କ ଫୋନ୍‌ରେ ସୋମେଶଙ୍କୁ କହିଥିଲେ। ସୋମେଶ ଏହି ସମୟରେ ସତୀଶଙ୍କୁ କହିଥିଲେ ଯେ ସେ ଫୋନ୍‌ରେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ସହ କଥା ହୋଇଛନ୍ତି ଏବଂ ଶ୍ରୀ ଆସ୍ଥାନାଙ୍କ ଏକ ଫଟୋ ମଧ୍ୟ ସେ ସତୀଶଙ୍କୁ ଦେଖାଇଥିଲେ।

୪: ସୋମେଶଙ୍କ କଥାରେ ବିଶ୍ୱାସ କରି ସତୀଶ ଟଙ୍କା ଦେବାକୁ ରାଜି ହେବା ସହ ମାମଲାରୁ ମୁକ୍ତି ଚାହିଁଥିଲେ। ସତୀଶ ପ୍ରଥମେ ୧ କୋଟି ଟଙ୍କା ଯୋଗାଡ଼ କରି ମନୋଜ ପ୍ରସାଦର ଦୁବାଇ ଅଫିସରେ ଦେଖିଥିଲେ। ଏହାପରେ ସେ ସୋମେଶ କଥାରେ ସୁନୀଲ ମିତ୍ତଲ ନାମକ ଜଣେ ବ୍ୟକ୍ତିଙ୍କୁ ୧.୯୫ କୋଟି ଟଙ୍କା ଦେଇଥିଲେ। ୨୦୧୭ ମସିହା ଡିସେମ୍ବର ୧୩ ରାତି ୯.୨୫ରେ ନୂଆଦିଲ୍ଲୀ ସ୍ଥିତ ପ୍ରେସ୍‌ କ୍ଲବ ଠାରେ ଏହି କାରବାର ହୋଇଥିଲା। ସୁନୀଲଙ୍କୁ କିନ୍ତୁ ସତୀଶ ନୁହନ୍ତି ବରଂ ତାଙ୍କ ଅଫିସର ପୁନିତ ନାମକ ଜଣେ ବ୍ୟକ୍ତି ଟଙ୍କା ଦେଇଥିଲେ।

୫: ତେବେ ଫେବୃଆରୀ ମାସରେ ସିବିଆଇ ପକ୍ଷରୁ ଏକ ନୋଟିସ୍‌ ପାଇବାରୁ ସତୀଶ ଏ ସମ୍ପର୍କରେ ମୁହଁ ଖୋଲିଥିଲେ। ୨.୯୫ କୋଟି ଦେବା ସତ୍ତ୍ୱେ ସିବିଆଇ କାହିଁକି ତାଙ୍କୁ ଜେରା କରିବାକୁ ଚାହୁଁଛି ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ। ଏନେଇ ସେ ମନୋଜ ଓ ସୋମେଶଙ୍କ ସହ କଥା ହୋଇଥିଲେ। ସେମାନେ ତାଙ୍କୁ କହିଥିଲେ ଯେ ବାକି ଥିବା ୨ କୋଟି ଟଙ୍କା ନ ମିଳିବାରୁ ଏଭଳି ନୋଟିସ୍‌ ଆସିଛି। ସତୀଶ କହିଛନ୍ତି, ରାକେଶ ଆସ୍ଥାନା ଏହି ସମୟସୀମା ମଧ୍ୟରେ ଲଣ୍ଡନ ଓ ଦୁବାଇର ବିଭିନ୍ନ ସ୍ଥାନରେ ପୁଞ୍ଜି ବିନିଯୋଗ କରିଛନ୍ତି।

୬: ସତୀଶ ସବୁ କଥା ଜାଣିବା ପରେ ହାଇଦ୍ରାବାଦ୍‌ରୁ ଫ୍ରାନ୍ସ ଯିବାକୁ ଚେଷ୍ଟା କରିଥିଲେ। ହେଲେ ବିମାନବନ୍ଦରରୁ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ସତୀଶ ସାନା ଅକ୍ଟୋବର ୧ରେ ସିବିଆଇ ନିକଟରେ ହାଜର ହେବା ସହ ଡିଏସ୍‌ପି ଦେବେନ୍ଦ୍ର କୁମାର ଓ ଏସ୍‌ପି ଜାଗରୂପଙ୍କୁ ସାକ୍ଷାତ କରିଥିଲେ।

୭: ଏ ସମ୍ପର୍କରେ ସତୀଶ ପୁଣିଥରେ ମନୋଜଙ୍କୁ ଜଣାଇଥିଲେ। ମନୋଜ କହିଥିଲେ, ୨ କୋଟି ଟଙ୍କା ଦିଅନ୍ତୁ, ମୁଁ ସିବିଆଇ ଅଫିସରଙ୍କ ସହ କଥା ହୋଇ ମାମଲାର ରଫାଦଫା କରିବି। ମନୋଜ ପ୍ରସାଦର କଥା ଅନୁଯାୟୀ ସତୀଶ ୯ ତାରିଖ ସକାଳେ ବାକି ଥିବା ୨ କୋଟି ଟଙ୍କା ଦେଇଥିଲେ। ଦୁଇ କୋଟି ଟଙ୍କା ଦେବା ପରେ ଏକ ଇ-ମେଲ୍‌ ଜରିଆରେ ସେ ଅସୁସ୍ଥତା କାରଣରୁ ସିବିଆଇ ଅଫିସ ଯାଇପାରିବେ ନାହିଁ ବୋଲି କହିଥିଲେ। କିନ୍ତୁ ୧୦ ତାରିଖ ପରଠାରୁ ଏହାର ଜବାବ କେହି ଦେଇ ନଥିଲେ।

୮: ସିବିଆଇର କହିବା ଅନୁଯାୟୀ, ଅକ୍ଟୋବର ୨୫ ଯାଏ ସିବିଆଇ ଜେରାରୁ ବର୍ତ୍ତିବା ପାଇଁ ୨ କୋଟି ଟଙ୍କାର ଲାଞ୍ଚ କାରବାର ହୋଇଛି। ଅକ୍ଟୋବର ୧୦ରେ ୨୫ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ଅକ୍ଟୋବର ୧୬ରେ ବାକି ଟଙ୍କା ଦିଆଯାଇଥିଲା। ଅକ୍ଟୋବର ୧୬ରେ ବାକି ୧.୭୫ କୋଟି ଟଙ୍କା ସଂଗ୍ରହ କରିବାକୁ ମଧ୍ୟସ୍ଥି ଭାରତ ଆସିଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

୯: ଏହି ଘଟଣା ପରେ ହିଁ ସିବିଆଇ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତେବେ ଏହା ପୂର୍ବରୁ ଆସ୍ଥାନା ସିବିଆଇ ନିର୍ଦ୍ଦେଶକ ଓ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ୍‌(ସିଭିସି)ଙ୍କ ବିରୋଧରେ ୧୦ଟି ଦୁର୍ନୀତି ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story