ସୁଶାନ୍ତ ମୃତ୍ୟୁ ମାମଲା: ରିୟାଙ୍କ ଆବେଦନ ଉପରେ କ’ଣ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଆରମ୍ଭ ହୋଇଛି। ସୁଶାନ୍ତଙ୍କ ବାପା କେକେ ସିଂହ ଆତ୍ମହତ୍ୟା ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରି ପ୍ରଥମେ ପାଟନାରେ ଏଫଆଇଆର ଦାଏର କରିଥିଲେ। ତେବେ ମାମଲାକୁ ମୁମ୍ବାଇ ସ୍ଥାନାନ୍ତର ପାଇଁ ରିୟା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ସୁପ୍ରିମକୋର୍ଟ ଆଜି ଏହାର ଶୁଣାଣି କରିଛନ୍ତି। ଶୁଣାଣି ବେଳେ ବିହାର ଆଇପିଏସ ମୁମ୍ବାଇରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯିବା ଘଟଣାକୁ ସୁପ୍ରିମକୋର୍ଟ ନାପସନ୍ଦ କରିଛନ୍ତି। ଏହା ଆଦୌ ଭଲ ବାର୍ତ୍ତା ଦେଉନାହିଁ। ମୁମ୍ବାଇ ପୁଲିସ୍‌ ସବୁବେଳେ ଭଲ କାମ କରେ ବୋଲି ସମସ୍ତେ ଜାଣିଛନ୍ତି। ତଥାପି ଏଭଳି କାମ ଆଦୌ ଭଲ ନୁହେଁ ବୋଲି କୋର୍ଟ କହିଛନ୍ତି। ଏଥିସହ କୋର୍ଟ ସୁଶାନ୍ତଙ୍କ ମୃତ୍ୟୁର ସ୍ଥିତାବସ୍ଥା ଜଣାଇବାକୁ ମୁମ୍ବାଇ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ମୁମ୍ବାଇକୁ ସ୍ଥାନାନ୍ତର କରାଯିବ କି ନାହିଁ, ତା’ ଉପରେ କୋର୍ଟ ଏଯାଏ କୌଣସି ନିଷ୍ପତ୍ତି ନେଇନାହାନ୍ତି। ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ସୁପ୍ରିମକୋର୍ଟ ଆଜି ବିହାର, ମୁମ୍ବାଇ ପୁଲିସ୍‌ ସହ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ସେହିପରି ସୁଶାନ୍ତଙ୍କ ବାପାଙ୍କୁ ମଧ୍ୟ ୩ ଦିନ ମଧ୍ୟରେ ରିୟାଙ୍କ ଆବେଦନ ଉପରେ କରିଥିବା କ୍ୟାଭେଟ ପାଇଁ ଜବାବ ରଖିବାକୁ କହିଛନ୍ତି।

ଶୁଣାଣି ବେଳେ କେନ୍ଦ୍ର ସରକାର କହିଥିଲେ ଯେ ବିହାର ସରକାର ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଥିଲେ। ଏହାକୁ କେନ୍ଦ୍ର ସରକାର ଗ୍ରହଣ କରିବା ସହ ସିବିଆଇ ତଦନ୍ତ ପାଇଁ ରାଜି ଅଛନ୍ତି। ତେବେ ଏହାକୁ ମହାରାଷ୍ଟ୍ର ସରକାର ବିରୋଧ କରିଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ରାଜନୀତିକ ଅଭିସନ୍ଧି ରଖି ପାଟନା ପୁଲିସ୍‌ ଏତଲା ରୁଜୁ କରିଛି। ଘଟଣାର ତଦନ୍ତ ପାଇଁ ବିହାର ପୁଲିସ୍‌ର କୌଣସି କ୍ଷମତା ନାହିଁ।

ଆହୁରି ପଢ଼ନ୍ତୁ

କଭି ଖୁସି କଭି ଗମ୍ ହେଉଛି ‘ବିଜେଡି-ବିଜେପି’ ରାଜନୀତି: ନିରଞ୍ଜନ

ଗୃହମନ୍ତ୍ରୀଙ୍କ ସହଯୋଗୀଙ୍କ ବିରୋଧରେ ଏତଲା ଦେଲେ ବିଜେଡି ସଭାନେତ୍ରୀ

ନୀଳାଚଳ ପରିଡ଼ାଙ୍କୁ ଜର୍ସି ଉତ୍ସର୍ଗ କଲେ କ୍ରିସ୍ ମୋରିସ୍

ଆରୋଗ୍ୟ ହେଲେ ୩୭୦୪ କରୋନା ଆକ୍ରାନ୍ତ, ଆଗରେ ଖୋର୍ଦ୍ଧା

ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହାଣିଲେ

ଭୁବନେଶ୍ୱରରୁ ୩୦୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୮୩ ଲୋକାଲ୍‌ କେସ

ନିଲମ୍ବନ ବିରୋଧରେ ଧାରଣାରେ ଆଠ ସାଂସଦ, ଗୃହ କାର୍ଯ୍ୟ ଠପ୍

ହଂସୁଆରେ ଭାସୁଛି ମାଆର ମୃତଦେହ, ଆଉ ଗାଁ ପୋଖରୀରେ ଝିଅ

ସଂସଦ ପହଞ୍ଚିଲା କାଷ୍ଟିଂ କାଉଚ ମାମଲା, ପାଏଲଙ୍କ ସମର୍ଥନରେ ରୁପା ଗାଙ୍ଗୁଲି

ରିଆ ଜଣେ ଛୋଟ ଡ୍ରଗ୍ସ ବ୍ୟବସାୟୀ ନୁହନ୍ତି: ଏନସିବି ମୁଖ୍ୟ

ରାଜ୍ୟସଭାରେ ବିରୋଧୀଙ୍କ ଆଚରଣ ସଂସଦର ଗାରିମାକୁ ନଷ୍ଟ କରିଛି: ରାଜନାଥ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଲେ ବିରୋଧୀ